ମାଟି ର ଉର୍ବରତା ହ୍ରାସ ଏବଂ ଅମଳ ବୃଦ୍ଧି ର ପରିଭାଷା !
ଗଛ ବା ଫସଲ ମାଟି ରୁ କେତେ ପୋଷଣ ଗ୍ରହଣ କରିପାରୁଛି ,ତାହା ବହୁ ମାତ୍ର ରେ ଅମଳ ନିର୍ଧାରଣ କରିଥାଏ |ତେବେ ମାଟି ଫସଲ କୁ କେତେ ମାତ୍ର ରେ ଖାଦ୍ୟ ବା ପୋଷଣ ଯୋଗାଇ ପାରୁଛି ତାହାକୁ ମାଟି ର ଉର୍ବରତା ବୋଲି କୁହାଯାଏ |ଏହାର ବୃଦ୍ଧି କରିବାକୁ ହେଲେ ବିଭିନ୍ନ ସାର ,ଖତ ଏବଂ ଜୈବିକ ପୋଷକ ତତ୍ୱ ର ବ୍ୟବହାର କରଯାଏ |ମାଟି ର ଉର୍ବରତା ମାତ୍ର ଯାଞ୍ଚ କରିବାକୁ ଯାଏ ବିଭିନ୍ନ ପ୍ରକାର ମୃତ୍ତିକା ପରୀକ୍ଷା ,ନ୍ୟୁକ୍ଲିଅର ଟେଷ୍ଟିଙ୍ଗ ଇତ୍ୟାଦି କରାଯାଇପାରିବ |
କାହିଁକି କରିବେ ମାଟି ର ପରୀକ୍ଷା :
ବର୍ତମାନ ସମୟର ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ତାହା ଲାଗି ଆବଶ୍ୟକ ମାତ୍ରା ର ଅତ୍ୟଧିକ ଖାଦ୍ୟ ଉତ୍ପାଦନ କୁ ଦୃଷ୍ଟି ରେ ରଖି ;ଆଜି "ମୋର କ୍ରପ ପର ଡ୍ରପ "ଅର୍ଥାତ ଅଳ୍ପ ଉତ୍ପାଦନ ଖର୍ଚ ଯଥା ଜଳସେଚନ ,ସାର ,ଖତ ଇତ୍ୟାଦି ର ସଂଯୋଗ ରେ ଅଧିକ ଖାଦ୍ୟ ଉତ୍ପାଦନ କୁ ଲକ୍ଷ କରାଯାଉଛି|ତେଣୁ ଏହା ଲାଗି ପ୍ରଥମେ ମାଟି ଯାଞ୍ଚ କରିବା ଆବଶ୍ୟକ |ଏହା ମାଟି ରେ ଥିବା ପୋଷଣ ର ସମୀକ୍ଷା କରିବା ସାଙ୍ଗରେ କେଉଁ ପ୍ରକାର ଫସଲ ଚାଷ କରିହେବ ,କେଉଁ ସବୁ ଜରୁରୀ ପୋଷଣ ସେଥିରେ ରହିଛି ସେ ବିଷୟରେ ମଧ୍ୟ ତଥ୍ୟ ମିଳିଥାଏ |ଏହା ବ୍ୟତୀତ ଏହି ପ୍ରକାର ମୃତ୍ତିକା ର ପରିଚାଳନା କିପରି କରିଲେ ,ତାହା ଅଧିକ ଉର୍ବର ହେବ ଏବଂ ଫସଲ ଅମଳ ଅଧିକ ମିଳିବ ;ତାହା ମଧ୍ୟ ଜଣାପଡ଼ିଥାଏ |
କିପରି କରିବେ ମୃତ୍ତିକା ପରିଚାଳନା ..
ବର୍ତମାନ ମୃତ୍ତିକା ବହୁ ମାତ୍ରା ରେ କ୍ଷୟ ହେବା ଆରମ୍ଭ କରିସାରିଲାଣି |ତେଣୁ ଏହାର ସମନିତ୍ବ ପରିଚାଳନା ମୁଖ୍ୟ ଉଦେଶ୍ୟ ହେବା ଆବଶ୍ୟକ |ଏହା ଦ୍ୱାରା ମୃତ୍ତିକା ଉର୍ବରତା ବୃଦ୍ଧି ପାଇବା ସାଙ୍ଗରେ ଫସଲ ଅମଳ ମଧ୍ୟ ବୃଦ୍ଧି ପାଏ | ସମନିତ୍ବ ଚାଷ ଲାଗି ଡାଲି ଜାତିଆ ଫସଲ ଚାଷ ,କରନ୍ତୁ |ଏହା ମୃତ୍ତିକା ରେ ଯବକ୍ଷାରଜାନ ମାତ୍ରା ବୃଦ୍ଧି କରିବା ସହ ରାସାୟନିକ ସାର ର ଆବଶ୍ୟକ ହ୍ରାସ କରିଥାଏ |
ଫସଲ ଚାଷ କଲା ବେଳେ ଯଦି ସମ୍ଭବ ଗୋଟେ ଧାଡି ରେ ଡାଲି ଜାତୀୟ ଫସଲ ନିଶ୍ଚିନ୍ତ ଚାଷ କରନ୍ତୁ |
ସେହିପରି କଭର କ୍ରପ ଯେପରି ଝୁଡ଼ଙ୍ଗ ମୃତ୍ତିକା ସଂରକ୍ଷଣ କରିବା ସହ ,ଜଳ ମଧ୍ୟ ସଂରକ୍ଷଣ କରେ |ଅନାବନା ଘାସ ମଧ୍ୟ ବହୁ ମାତ୍ରା ରେ କମିଯାଏ |
ସବୁଜ ଖତ ଯେପରି ଧନିଚା ଇତ୍ୟାଦି ମୃତ୍ତିକା ସଂରକ୍ଷଣ ରେ ବିଶେଷ ଅଂଶ ଗ୍ରହଣ କରିଥାଏ |
Share your comments