1. କୃଷି ବିଶ୍ବକୋଷ

ଚାଷୀଭାଇମାନଙ୍କ ପାଇଁ କଖାରୁ ଚାଷ ବିଷୟରେ କିଛି କଥା !!

ଘରର ନିତିଦିନିଆ ତରକାରୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଭୋଜିରେ କଖାରୁର ଚାହିଦା ବହୁତ ବେଶୀ l ଏହି ଚାହିଦାକୁ ଲକ୍ଷ୍ୟ କରି ସାରା ବର୍ଷ କିପରି ବଜାରରେ କଖାରୁ ଉପଲବ୍ଧ ହୋଇପାରିବ ସେହି ଅନୁସାରେ ଚାଷୀଭାଇମାନେ ଉନ୍ନତ ଶଙ୍କର କିସମର କଖାରୁ ଚାଷ କରୁଛନ୍ତି ଏବଂ ବେଶ ଦୁଇ ପଇସା ପାଇପାରୁଛନ୍ତି l ଆମ ଓଡ଼ିଶାର ଜଳବାୟୁ ଓ ପାଣିପାଗ, ମୃତ୍ତିକା ସବୁ ଦୃଷ୍ଟିକୋଣରୁ କଖାରୁ ଚାଷ ବେଶ ଉପଯୋଗୀ ।

Sugyan Kumar Nayak
Sugyan Kumar Nayak
Pumpkin

Pumpkin

ଘରର ନିତିଦିନିଆ ତରକାରୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଭୋଜିରେ କଖାରୁର ଚାହିଦା ବହୁତ ବେଶୀ l ଏହି ଚାହିଦାକୁ ଲକ୍ଷ୍ୟ କରି ସାରା ବର୍ଷ କିପରି ବଜାରରେ କଖାରୁ ଉପଲବ୍ଧ ହୋଇପାରିବ ସେହି ଅନୁସାରେ ଚାଷୀଭାଇମାନେ ଉନ୍ନତ ଶଙ୍କର କିସମର କଖାରୁ ଚାଷ କରୁଛନ୍ତି ଏବଂ ବେଶ ଦୁଇ ପଇସା ପାଇପାରୁଛନ୍ତି l ଆମ ଓଡ଼ିଶାର ଜଳବାୟୁ ଓ ପାଣିପାଗ, ମୃତ୍ତିକା ସବୁ ଦୃଷ୍ଟିକୋଣରୁ କଖାରୁ ଚାଷ ବେଶ ଉପଯୋଗୀ । ଓଡ଼ିଶାର ପ୍ରତିଟି ହାଣ୍ଡିଶାଳରେ କଖାରୁ ବା ବୋଇତାଳୁ ଭାବେ ପରିଚିତ ଏହି ପରିବା ସମସ୍ତଙ୍କର ଭାରି ପ୍ରିୟ । କେବଳ ଯେ ବୋଇତାଳୁ ପ୍ରିୟ ତାହା ନୁହଁ ବରଂ କଖାରୁ ଫୁଲ , କଖାରୁ ଶାଗ ମଧ୍ୟ  ସମସ୍ତଙ୍କର ବେଶ ପସନ୍ଦ । ତେବେ ଆସନ୍ତୁ ଆଜି କଖାରୁ ଚାଷ ସମ୍ବନ୍ଧରେ କିଛି upadey ତଥ୍ୟର ଆଲୋଚନା କରିବା, ଯାହା ଓଡ଼ିଶାର ଚାଷୀଭାଇମାନଙ୍କୁ ଆହୁରି ଭଲ ଭାବରେ କଖାରୁ ଚାଷ କରିବାରେ ବିଶେଷ ସାହାଯ୍ୟ କରିବ l

କଖାରୁ ସାଧାରଣତଃ ଉଷ୍ମ ଓ ଆର୍ଦ୍ର ଜଳବାୟୁର ଫସଲ, କିନ୍ତୁ ଓଡ଼ିଶାର ବିଭିନ୍ନ ଜଳବାୟୁରେ ଏହାର ଚାଷ ହେଉଛି । ତେଣୁ ଗ୍ରୀଷ୍ମ, ବର୍ଷା, ଶୀତ ଋତୁରେ ଅର୍ଥାତ ବର୍ଷକ ବାରମାସରେ ଏହାର ଚାଷ ହେଉଛି । ତେବେ ୧୮° ରୁ ୩୦° ସେଲସିୟସ ତାପମାତ୍ରା କଖାରୁ ଚାଷ ପାଇଁ ଉପଯୁକ୍ତ । ସବୁ ପ୍ରକାର ମାଟିରେ କଖାରୁ ଚାଷ ସମ୍ଭବ ହୁଏ । କିନ୍ତୁ ନିଗିଡ଼ା, ଉର୍ବର, ଦୋରସା ମାଟିରେ ଉତ୍ପାଦନ ଅଧିକ ହୁଏ । ମାଟିରେ ଅମ୍ଳ ଅଂଶ ୫.୫-୬.୮ରେ କଖାରୁ ଚାଷ ଭଲ ହୁଏ ।

କିସମ:

କଖାରୁର ପ୍ରମୁଖ ଉନ୍ନତ କିସମଗୁଡ଼ିକ ହେଉଛନ୍ତି ବୈଦ୍ୟବାଟି, ଗୁଆମାଳ, ଅମ୍ବଲି, ଅର୍କଚନ୍ଦନ, ସିଓ-୧, ସିଓ-୨, ପୁଷା ବିକାଶ, ପୁଷା ବିଶ୍ୱାସ, ଅର୍କ ସୂର୍ଯ୍ୟମୁଖୀ, ପଞ୍ଚବଟି, ବସୁମତୀ, ଏମ୍ .ପି.ଏଚ୍.-୧, ପୁଷା ହାଇବ୍ରିଡ଼-୧, ଭୈରବ, ସି-୧୦୧, ପୁଷା ଅଳଙ୍କାର

ଏକର ପ୍ରତି ୨-୩ କି.ଗ୍ରା. ମଞ୍ଜି ଦରକାର ହୁଏ । ମଞ୍ଜି ବୁଣିବା ପୂର୍ବରୁ ପ୍ରତି ୧ କି.ଗ୍ରା. ମଞ୍ଜିକୁ  ଥିରାମ୍ + କାର୍ବୋକ୍ୱିନ୍ ମିଶ୍ରିତ ଫିମ୍ପିନାଶକ (୩ଗ୍ରାମ୍) ଦ୍ୱାରା ବିଶୋଧନ କରନ୍ତୁ । ବର୍ଷାଦିନିଆ ପାଇଁ ଜୁନ୍-ଜୁଲାଇ ମାସରେ ଏବଂ ଖରାଦିନିଆ ପାଇଁ ଫେବୃୟାରୀ-ମାର୍ଚ୍ଚରେ ଲଗାଯାଏ । ଜମିକୁ ୨/୩ ଓଡ଼ ଚାଷ କରି ମଇ ଦେଇ ସମତଳ କରିବା ଉଚିତ୍ । ବର୍ଷାଦିନିଆ କଖାରୁ ଫସଲରେ ଧାଡ଼ିକୁ ଧାଡ଼ି ୧୫୦ ସେ.ମି. ଓ ମନ୍ଦାକୁ ମନ୍ଦା ୧୫୦ ସେ.ମି. ଏବଂ ଖରାଦିନିଆ କଖାରୁ ଫସଲରେ ଧାଡ଼ିକୁ ଧାଡ଼ି ୧୨୦ ସେ.ମି. ଓ ମନ୍ଦାକୁ ମନ୍ଦା ୧୨୦ ସେ.ମି. ବ୍ୟବଧାନରେ ୪୫ ସେ.ମି. ଲମ୍ବ , ୪୫ ସେ.ମି. ପ୍ରସ୍ଥ ଏବଂ ୩୦ ସେ.ମି. ଗଭୀର ଗାତ ଖୋଳି ସେଥିରେ ଆବଶ୍ୟକ ମୁତାବକ ଖତସାର ଦେଇ ମନ୍ଦା ତିଆରି କରିବା ଉଚିତ୍ । ପ୍ରତି ମନ୍ଦାରେ ୩-୪ଟି ଲେଖାଏଁ ମଞ୍ଜି ୩-୪ ସେ.ମି ଗଭୀରରେ କରାଯାଏ । ଏକର ପ୍ରତି ୮-୧୦ ଟନ୍ କମ୍ପୋଷ୍ଟ ସାର ଦେବା କଥା । ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ୧୦ କି.ଗ୍ରା. , ଯବକ୍ଷାରଜାନ ସାର , ୧୨ କି.ଗ୍ରା. ଫସଫରସ୍ ସାର ଓ ୩୦ କି.ଗ୍ରା. ପଟାସିୟମ୍ ସାର ମୂଳ ସାର ହିସାବରେ ଦିଆଯାଏ । ଲଗାଇବାର ୨୦ ଦିନ , ୪୦ ଦିନ ଓ ୬୦ ଦିନରେ ୫ କି.ଗ୍ରା. ଲେଖାଏଁ ଯବକ୍ଷାରଜାନ ସାର ଦିଆଯାଏ । ଯବକ୍ଷାରଜାନ ସାର ପାଇଁ ଏସ.ଏ.ଏନ୍ ସାର ଦେଲେ ମାଈ ଫୁଲ ବେଶୀ ଆସେ । ସାର ଦେବା ସମୟରେ କୋଡାଖୁସା କରି ଅନାବନା ଘାସ ବାଛି ଦିଆଯାଏ । ପ୍ରତି ମନ୍ଦାରେ ୨ଟି କରି ଗଛ ରଖାଯାଏ । ବତର ଦେଖି ୭-୮ ଦିନ ବ୍ୟବଧାନରେ ମଡ଼ାପାଣି ଦେବେ । କଖାରୁ କରୁଥିବା ସ୍ଥାନରେ ମହୁଚାଷ କଲେ କଖାରୁ ଏବଂ ମହୁରୁ ବେଶୀ ଲାଭ ମିଳେ । ଭଲ ଭାବରେ ପରାଗ ସଙ୍ଗମ ନହେଲେ ମାଈଫୁଲ ଝଡ଼ିଯାଏ । ହାତରେ ମଧ୍ୟ ପରାଗ ସଙ୍ଗମ କରାଯାଏ । କିସମ ଅନୁସାରେ ଲଗାଇବାର ୭୫-୧୨୦ ଦିନରେ କଖାରୁପାକଳ ହୁଏ । ଏକର ପ୍ରତି ୧୦୦ ରୁ ୧୫୦ କ୍ୱିଣ୍ଟାଲ କଖାରୁ ଅମଳ ହୁଏ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments