1. କୃଷି ବିଶ୍ବକୋଷ

ବ୍ୟବସାୟିକ ଭିତ୍ତିରେ ଚାଷ କରନ୍ତୁ କରମଙ୍ଗା

କରମଙ୍ଗା ଫଳର ନା ତ' ଆପଣମାନେ ଶୁଣିଥିବେ l ଏହା ଏକ ଖଟା ମିଠା ଫଳ ଯାହାକୁ ଖଟା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଆଚାର ମଧ୍ୟ ପ୍ରସ୍ତୁତ କରାଯାଏ l ଏହା ଦେଖିବାକୁ ଖୁବ ସୁନ୍ଦର l ଏହା କଞ୍ଚା ଥିବା ସମୟରେ ସବୁଜ ଦେଖାଯାଉଥିବେଳେ ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଇଥାଏ l

Tanushree Mahapatra
Tanushree Mahapatra
Star fruit farming in summer season , image source - pexels.com

Star fruit farming in summer season , image source - pexels.com

କରମଙ୍ଗା ଫଳର ନା ତ' ଆପଣମାନେ ଶୁଣିଥିବେ l ଏହା ଏକ ଖଟା ମିଠା ଫଳ ଯାହାକୁ ଖଟା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଆଚାର ମଧ୍ୟ ପ୍ରସ୍ତୁତ କରାଯାଏ l ଏହା ଦେଖିବାକୁ ଖୁବ ସୁନ୍ଦର l ଏହା କଞ୍ଚା ଥିବା ସମୟରେ ସବୁଜ ଦେଖାଯାଉଥିବେଳେ ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଇଥାଏ l ଏହି ଚାଷ କଲେ ଏଥିରେ ଥରେ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ l ଯାହା ଗୋଟିଏ ଚାଷୀକୁ ପ୍ରତିବର୍ଷ ଲାଭ ପ୍ରଦାନ କରିଥାଏ l

କରମଙ୍ଗା ଏକ ଚିରହରିତ ଫଳ ଗଛ ଯାହା ଆପଣଙ୍କୁ ପ୍ରତି ବର୍ଷ ଲାଭ ପ୍ରଦାନ କରିବ । ଏହା ଦକ୍ଷିଣ-ପୂର୍ବ ଏସିଆ ଓ ଭାରତୀୟ ଉପମହାଦେଶରେ ଅଧିକ ଦେଖିବାକୁ ମିଳେ । ଏହାର ଫଳ ଖାଇବା ପାଇଁ ଖୁବ ଖଟାଳିଆ ଲାଗେ କଞ୍ଚା ଥିବା ସମୟରେ । ଏହାକୁ ଇଁରାଜୀରେ ଷ୍ଟାର୍ ଫୃଟ୍ ମଧ୍ୟ କୁହାଯାଏ । ତେବେ ଆଭେରୋଆ କାରାମ୍ବୋଲା ନାମକ ଏକ ବୃକ୍ଷରେ ଏହା ହୋଇଥାଏ । ଏବେ ଓଡ଼ିଶାରେ ଅନେକ ସ୍ଥାନରେ ଏହି କରମଙ୍ଗା ଚାଷ କରି ଚାଷୀ ଲାଭବାନ ହେଉଥିବା ନଜରକୁ ଆସିଛି l

କରମଙ୍ଗାରେ ଭିଟାମିନ ଏ , ବି ଓ ସି ପ୍ରଚୁର ପରିମାଣରେ ଥାଏ ଯାହା ଶରୀର ପାଇଁ ଖୁବ ଭଲ  । ତେବେ ବଡ କଥା ହେଲା ଏହାର ଚେରର ରସ ଔଷଧ ଭାବେ ବ୍ୟବହାର ହୁଏ l ଏହି କାରମଙ୍ଗରା କଷିଫଳ ଦ୍ୱାରା ତମ୍ବା ବାସନ ସଫା କରିବାରେ ବ୍ୟବହାର କରାଯାଏ l ଏହା ହେଉଛି ଏକ ପ୍ରକାର ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଖୁବ ଭଲ ଭାବେ ଚାଷ କରାଯାଇପାରିବ । ଏହି ଚାଷ ପାଇଁ ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୧୦୦୦ ମିଟର ଉଚ୍ଚତା ଯାଗାରେ କରାଯାଇପାରେ ଚାଷ । ଏହି ଚାଷ ଗ୍ରୀଷ୍ମରେ ଝାଞ୍ଜି ପବନ ଓ ସାମାନ୍ୟ ତୁଷାରପାତକୁ ସମ୍ଭାଳିପାରେ ଯାହା ଦ୍ୱାରା ଚାଷ ନଷ୍ଟ ହୋଇନଥାଏ । ନିଗିଡା, ଦୋରସା, ମଟାଳ ମାଟିରେ କରମଙ୍ଗା ଚାଷ ଖୁବ ଭଲ ହୁଏ । ଏହି ମୃତ୍ତିକା ନୁହେଁ ଲାଲ ପାହାଡିଆ ମାଟିରେ ମଧ୍ୟ ଏହି ଚାଷ କରାଯାଇପାରିବ । ତେବେ ବଜାରରେ ଦୁଇ ପ୍ରକାରର କରମଙ୍ଗା ଦେଖିବାକୁ ମିଳେ । ମିଠା କରମଙ୍ଗା ଓ ଖଟା କରମଙ୍ଗା । ମିଠା କରମଙ୍ଗା ଚାଇନା ଭଳି ଦେଶରେ ଖୁବ ଆଦର । 

ତେବେ ଭଲ ଫଳ ଦେଉଥିବା ଗଛରୁ କଲମି କରି ବଂଶବିସ୍ତାର କରାଯାଇ ଚାଷ କରାଯାଇପାରିବ । ଜୁନ ଏବଂ ଜୁଲାଇ ମାସରେ ଲଗାଯାଏ ଏହି ଗଛର ଚାରା । ଗଛକୁ ଗଛ ୫ ରୁ ୬ ମିଟର ବ୍ୟବଧାନରେ ଲଗାଯାଇଥାଏ । ସେହିପରି ଗାତ ପିଛା ଦୁଇ ଟୋକେଇ ଖତ ସହ ପ୍ରାୟ ଏକ କେଜି ଜୈବିକ ସାର ଦେଇ ଗଛ ଲଗାଯାଇଥାଏ । ଖରାଦିନେ କରମଙ୍ଗା ଗଛ ଜଳସେଚନ ଆବଶ୍ୟକ କରେ । କିନ୍ତୁ ଏହି ଗଛରେ ଦରକାର ଅନୁଯାୟୀ ଜଳସେଚନ କରିବା ଉଚିତ । ମଞ୍ଜି ପ୍ରାୟ ୫ ରୁ ୬ ବର୍ଷରେ ଓ କଲମୀ ଗଛ ପ୍ରାୟ ୨ ରୁ ୩ ବର୍ଷ ପରେ ଫଳ ଦେବାକୁ ଆରମ୍ଭ କରିଥାଏ । 

ସେହିପରି ଫଳ ସେପ୍ଟେମ୍ବର ଅକ୍ଟୋବର ଓ ଜାନୁୟାରୀ ଫ୍ରେବୁୟାରି ମାସରେ ବଜାରରେ ଦେଖିବାକୁ ମିଳେ । ଅନ୍ୟପଟେ ବଡ ଗଛରୁ ବର୍ଷକୁ ୫୦ ରୁ ୧୦୦ କେଜି ପର୍ଯ୍ୟନ୍ତ ଫଳ ଅମଳ କରାଯାଇପାରିବ । ଏହା ପାଇଁ ଠାରେ ଖର୍ଚ୍ଚ କରିବାକୁ ପଡୁଥିବାରୁ ବାରମ୍ବାର ଚାଷ ପାଇଁ ଚାଷୀଙ୍କୁ କୌଣସି ହଇରାଣ ହେବାକୁ ପଡ଼ିନଥାଏ l ତେବେ ଏହି ଚାଷ ଏତେ ମାତ୍ରାରେ କୌଣସି ରୋଗପୋକ ମଧ୍ୟ ହୋଇନଥାଏ l

ଜାଣନ୍ତୁ ଗୋବରରୁ କେଉଁ କେଉଁ ବିଜନେସ କରି ଆପଣ ହୋଇପାରିବେ ଲାଭବାନ..

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments