ଷ୍ଟିଭିଆ ଚାଷ ଏକ ଲାଭ ଜନିତ ଚାଷ l ଏହାକୁ ମିଠା ତୁଳସୀ ମଧ୍ୟ କୁହାଯାଇଥାଏ l ସାଧାରଣ ଚିନି ଅପେକ୍ଷା ଷ୍ଟିଭିଆରେ ୨୫ ରୁ ୩୦ ଗୁଣ ଅଧିକ ମିଠା l ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ l ଏହା ଆମ ଶରୀରରେ ଇନସୁଲିନ ପରିମାଣକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ l ଷ୍ଟିଭିଆ ପତ୍ରରୁ ଅନେକ ଔଷଧ ପ୍ରସ୍ତୁତ କରାଯାଏ l ଅନେକ ବଡ଼ ବଡ଼ କମ୍ପାନୀ ବହୁ ପରିମାଣରେ ଷ୍ଟିଭିଆ କିଣିଥାନ୍ତି ଚାଷୀଙ୍କ ଠାରୁ l ଏଭଳି ପରିସ୍ଥିତିରେ ଏହାର ଚାହିଦା ମଧ୍ୟ ବୃଦ୍ଧି ସହିତ ଏହାର ମୂଲ୍ୟ ମଧ୍ୟ ଧୀରେ ଧୀରେ ବଢ଼ୁଚି । ଏହାକୁ ଚାଷ କରୁଥିବା ଚାଷୀ ଅଳ୍ପ ସମୟରେ ଭଲ ଲାଭ କରିପାରିବେ l ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଚାଷୀ ଷ୍ଟିଭିଆ ଚାଷ କରିବା ଆରମ୍ଭ କଲେଣି l
ଚାଷ ପାଇଁ ଉପଯୁକ୍ତ ମୃତ୍ତିକା
ଅତ୍ୟଧିକ ଗରମ ଏବଂ ଅତ୍ୟଧିକ ଥଣ୍ଡା ସମୟରେ ଏହା ଲଗାଇବା ଉଚିତ୍ ନୁହେଁ l ପ୍ରତିରୋପଣ ପାଇଁ ଉପଯୁକ୍ତ ସମୟ ଫେବୃଆରୀ ରୁ ମାର୍ଚ୍ଚ ମାସ ହୋଇଥାଏ l ଏହା ବ୍ୟତୀତ ଅକ୍ଟୋବର ରୁ ନଭେମ୍ବର ମାସରେ ମଧ୍ୟ ଲଗାଯାଏ l ଷ୍ଟିଭିଆ ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ଚାଷ ହୋଇପାରିବ l ଟ୍ରପିକାଲ୍ ଏବଂ ଉପ-ଟ୍ରପିକାଲ୍ ଜଳବାୟୁ ଷ୍ଟିଭିଆ ଚାଷ ପାଇଁ ଉପଯୁକ୍ତ l ଏହା ୧୧ ରୁ ୪୧ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ମଧ୍ୟରେ ଚାଷ ହୋଇପାରିବ l ଉତ୍ତମ ଅମଳ ପାଇଁ, ଏହାକୁ ବାଲିଆ କାଦୁଅ ମାଟି ଏବଂ ନାଲି ମାଟି ଯାହାକି ଉପଯୁକ୍ତ ଜଳ ନିଷ୍କାସନ କରିପାରୁଥିବା ସେହିପରି ମାଟିରେ ଚାଷ କରିବା ଉଚିତ l ମାଟିର ପିଏଚ ସ୍ତର ୬ ରୁ ୮ ମଧ୍ୟରେ ହେବା ଉଚିତ୍ l
ଦୂରତା ଓ ରୋପଣ
କ୍ଷେତ୍ର କିମ୍ବା ଚାଷ ପାଇଁ ଜମି ପ୍ରସ୍ତୁତ କରିବାବେଳେ ସର୍ବପ୍ରଥମେ ଥରେ ଗଭୀର ହଳ କରନ୍ତୁ l ଏହା ପରେ ହାଲୁକା ହଳ କରନ୍ତୁ ମାଟି ଗୁଣ୍ଡ ହେବା ପର୍ଯ୍ୟନ୍ତ l କ୍ଷେତରେ ରାସାୟନିକ ସାର ବଦଳରେ ଯଦି ଜୈବିକ ସାର ବ୍ୟବହାର କରାଯିବା ତାହା ବେଶ ଭଲ l ଜମିରେ ଗାଈ ଗୋବର ଖତ ମିଶାନ୍ତୁ l ଗାଈ ଗୋବର ଖତ ବଦଳରେ ଯଦି କମ୍ପୋଷ୍ଟ ଖତ ମଧ୍ୟ ବ୍ୟବହାର କରିବେ ତାହା ମଧ୍ୟ ଚାଷ ଜମି ପାଇଁ ଖୁବ ଭଲ l ପ୍ରତ୍ୟେକ ଅମଳ ପରେ ଏକର କ୍ଷେତରେ କୀଟନାଶକ ଖତ ମଧ୍ୟ ମିଶାନ୍ତୁ l ଉଦ୍ଭିଦ ପ୍ରତିରୋପଣ ପାଇଁ କ୍ଷେତରେ ଶଯ୍ୟା ପ୍ରସ୍ତୁତ କରିବା ଉଚିତ ଏବଂ ଶଯ୍ୟା ମଧ୍ୟରେ ୩୦ ସେମି ଦୂରତା ହେବା ଆବଶ୍ୟକ l
ଷ୍ଟିଭିଆ ସ୍ୱାସ୍ଥ୍ୟ ଉପକାରିତା
ରକ୍ତ ଶର୍କରା ନିୟନ୍ତ୍ରଣ
ଷ୍ଟିଭିଆ ରକ୍ତ ଶର୍କରା ସ୍ତର ବୃଦ୍ଧି କରେ ନାହିଁ l ଯାହା ମଧୁମେହ ରୋଗୀଙ୍କ ପାଇଁ ଏକ ସୁରକ୍ଷିତ ବିକଳ୍ପ l
ଦାନ୍ତ ସମସ୍ୟା
ଷ୍ଟିଭିଆ ଏକ ଶୂନ୍ୟ-କ୍ୟାଲୋରୀ ମିଠାଯୁକ୍ତ l ତେଣୁ ଏହା ପାଟିରେ କାର୍ବୋହାଇଡ୍ରେଟ୍ କୁଁ ନଷ୍ଟ ହେବାକୁ ଦେଇନଥାଏ । ଏହା ଦାନ୍ତ କ୍ଷୟକୁ ରୋକିବାରେ ସାହାଯ୍ୟ କରେ।
ଓଜନ ପରିଚାଳନା
ଷ୍ଟିଭିଆ କ୍ୟାଲୋରି ଗ୍ରହଣ ହ୍ରାସ କରିବାରେ ସାହାଯ୍ୟ କରିପାରେ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ ।
କୋଲେଷ୍ଟ୍ରଲ୍ ଉନ୍ନତି
ଷ୍ଟିଭିଆ ଖରାପ କୋଲେଷ୍ଟ୍ରଲ୍ (LDL) ଏବଂ ଟ୍ରାଇଗ୍ଲିସେରାଇଡ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ, ଏବଂ ଭଲ କୋଲେଷ୍ଟ୍ରଲ୍ ସ୍ତରକୁ ବୃଦ୍ଧି କରିପାରେ। ଏହିପରି ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟା ଏହି ଷ୍ଟିଭିଆ ଦୂର କରିଥାଏ l ଏହାକୁ ବିହନ କିମ୍ବା ଚାରା ମାଧ୍ୟମରେ ଜଣେ ଚାଷ କରିପାରିବ l
Read more: