1. କୃଷି ବିଶ୍ବକୋଷ

strawberry farming: ମହିଳା ଚାଷୀଙ୍କୁ ଦେଇଛି ରୋଜଗାର

ନାଲି ନାଲି ଷ୍ଟ୍ରବେରି ଖୁବ ସୁନ୍ଦର ଦେଖାଯାଉଛି । ଆଦିବାସୀ ମହିଳାଙ୍କୁ ପରିଚୟ ମଧ୍ୟ ଦେଇଛି l ଆଉ ଏହି ସୁନ୍ଦର ପାଚିଲା ଫଳକୁ ଗୋଟି ଗୋଟି କରି ତୋଳୁଛନ୍ତି ମହିଳା ମାନେ । ଖୁବ ଯତ୍ନର ସହ ତୋଳିବା ସହ ଏହାକୁ ପ୍ୟାକେଟ କରି ବଜାରରେ ବିକ୍ରି କରୁଛନ୍ତି ।

Tanushree Mahapatra
Tanushree Mahapatra
strawberry farming in nuapada dist

strawberry farming in nuapada dist

ଓଡିଶା ମାଟିରେ ଫଳୁଛି ଷ୍ଟ୍ରବେରୀ । ଷ୍ଟ୍ରବେରି ହେଉଛି ଏକ ଦାମିିକିଆ ଫଳ । ଏହାର ବଜାରରେ ଚାହିଦା ମଧ୍ୟ ଖୁବ ଅଧିକ । ହେଲେ ଲୋକଙ୍କୁ ସୁହାଇଲା ଭଳି ମିଳୁନାହିଁ ବଜାରରେ କାରଣ ଦ୍ୱାରା ଅଧିକ ଏହି ଫଳର । ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର, ଖାଇଲେ ତାଠୁ ଅଧିକା ସୁଆଦ ମଧ୍ୟ । ବିଦେଶ ମାଟିରେ ଭଲ ହେଉଥିଲେ ମଧ୍ୟ ଏହା ଆମ ମାଟିରେ ଭଲ ରୁପେ ଚାଷ ହୋଇ ପାରୁଛି ଯାହା ଚାଷୀଙ୍କୁ ଆଣି ଦେଇଛି ସଫଳତା ।

ଓଡ଼ିଶାରେ କେବଳ ପୁରଷ ଚାଷୀ ନୁହେଁ ମହିଳା ଚାଷୀ ମଧ୍ୟ ଅନେକ ଲାଭ କାମଉଛନ୍ତି ପ୍ରତିବର୍ଷ l ସରକାର ମଧ୍ୟ ମହିଳା ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରୁଛନ୍ତି l ଯାହାଦ୍ୱାରା ମହିଳା ଚାଷ ପ୍ରତି ଉତ୍ସାହ ଦେଖାଉଛନ୍ତି l ତେବେ ଓଡ଼ିଶାର କିଛି ଜିଲ୍ଲା ରହିଛି ଯେଉଁଠି ଷ୍ଟ୍ରବେରି ଚାଷ କରୁଥିବାର ଦେଖିବାକୁ ମିଳିଛି  l କୋରାପୁଟ , ନବରଙ୍ଗପୁର , ନୂଆପଡା , ରାୟଗଡା ଭଳି ବିଭିନ୍ନ ଜିଲାରେ ଷ୍ଟ୍ରବେରି ଚାଷ କରାଯାଉଛି l ଏହି ଷ୍ଟ୍ରବେରି ଚାଷ କେବଳ ମହିଳା ଅଧିକ କରୁଛନ୍ତି l ସରକାରଙ୍କ ପାଇଲଟ ଯୋଜନାରେ ମହିଳାଙ୍କୁ ସାହାଯ୍ୟ କରାଯାଉଛି ଷ୍ଟ୍ରବେରି ଚାଷ ପାଇଁ l ତେବେ ନୂଆପଡାର ଏଥର ଷ୍ଟ୍ରବେରି ଚାଷ ଚାଷୀଙ୍କୁ ଦେଇଛି ରୋଜଗାର l

ଓଡିଶାର ନୁଆପଡାଠାରେ ଷ୍ଟ୍ରବେରି ଚାଷ ମାଧ୍ୟମରେ ଆଦିବାସୀ ଚାଷୀଙ୍କ ଜୀବନ ବଦଳୁଛି । ସେହି କୃଷକମାନେ ସଫଳତାର କାହାଣୀ ଲେଖୁଛନ୍ତି | ଯଦିଓ ଏହା ପ୍ରଥମେ ଦୁଇ କୃଷକଙ୍କ ଦ୍ୱାରା ସେଠାରେ  ଆରମ୍ଭ ହୋଇଥିଲା, ସେମାନଙ୍କର ସଫଳତା ଦେଖି, ପରେ ଅଧିକ କୃଷକ ଏହି ଅଭିଯାନରେ ଯୋଗଦେବା ଆରମ୍ଭ କଲେ | ଏବେ ଷ୍ଟ୍ରବେରି ଚାଷ କରିବା ପରେ କୃଷକମାନେ ତିନିରୁ ଚାରି ଗୁଣ ଅଧିକ ରୋଜଗାର କରୁଛନ୍ତି |

ସେମାନଙ୍କୁ ଦେଖି ଅନ୍ୟ କୃଷକମାନେ ମଧ୍ୟ ଷ୍ଟ୍ରବେରି ଚାଷ ପାଇଁ ପ୍ରେରଣା ପାଇ ଉତ୍ସାହିତ ହେଉଛନ୍ତି  l  ସମସ୍ତ କୃଷକ ପିଭିଟିଜି ଦଳ ଷ୍ଟ୍ରବେରି ଚାଷ ଅଧିକ କରୁଛନ୍ତି l ଏଥିପାଇଁ ସେଠାକାର ଜିଲ୍ଲା ପ୍ରଶାସନ ମଧ୍ୟ ଅନେକ ସାହାଯ୍ୟ ପ୍ରଦାନ କରୁଛି l ପ୍ରଥମେ ନୂଆପଡାରେ ଦେଖାଗଲା ଯେ ଏହି ସ୍ଥାନ ଷ୍ଟ୍ରବେରୀ ଚାଷ ପାଇଁ ସବୁଠାରୁ ଉପଯୁକ୍ତ ଅଟେ | କାରଣ ଏହା ସମୁଦ୍ରଠାରୁ ୩୦୦୦ ଫୁଟ ଉଚ୍ଚରେ ଏବଂ ଏଠାରେ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ |

ଏହି ଅଞ୍ଚଳର କୃଷକମାନେ ଷ୍ଟ୍ରବେରି ଚାଷ କରିବା ପୂର୍ବରୁ ଧାନ, ମିଲେଟ ଏବଂ ପନିପରିବା ଚାଷ କରୁଥିଲେ। ପାରମ୍ପାରିକ ଫସଲରୁ ବାର୍ଷିକ ୭୦ ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଉଥିଲେ ଚାଷୀ। କିନ୍ତୁ ଷ୍ଟ୍ରବେରି ଚାଷରେ ଏକ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା | ଯାହାକି ବର୍ଷକୁ ଚାରି ଲକ୍ଷ ଟଙ୍କା ରୋଜଗାର ପ୍ରଦାନ କରୁଛି । ସେଠାର ଲୋକଙ୍କୁ ଷ୍ଟ୍ରବେରି ପ୍ଲାଣ୍ଟ ଦିଆଯାଉଛି ଏବଂ ଡ୍ରପ୍ ଜଳସେଚନ ଅଧୀନରେ ଜଳସେଚନ ପାଇଁ ଉପକରଣ ମଧ୍ୟ ଦିଆଯାଉଛି । ଯାହାଦ୍ୱାରା ସେମାନେ ସହଜରେ ଏହି ଚାଷ କରି ପାରୁଛନ୍ତି l

କୋରାପୁଟ ଜିଲ୍ଲା ଯେଉଁଠି ଦିନେ କେବଳ ପାହାଡିଆ ପନିପରିବା ଚାଷ ହେଉଥିବା ଆଜି ସେଠାରେ ଷ୍ଟ୍ରବେରୀ ଚାଷ କରାଯାଉଛି l  କୋରାପୁଟ ଜିଲ୍ଲା ଭଳି ଯେଉଁ ପାହାଡ଼ିଆ ମାଟିରେ ଦିନେ ଅଲସୀ, ସୁଆଁ ଓ ମାଣ୍ଡିଆ ଚାଷ ହେଉଥିଲା ଆଜି ସେଠାରେ ଜିଲ୍ଳା ପ୍ରଶାସନର ସହଯୋଗରେ ଫଳିଛି ଷ୍ଟ୍ରବେରୀ ଚାଷ ସଫଳ ହୋଇପାରିଛି । ନାଲି ନାଲି ଷ୍ଟ୍ରବେରି ଖୁବ ସୁନ୍ଦର ଦେଖାଯାଉଛି । ଆଦିବାସୀ ମହିଳାଙ୍କୁ ପରିଚୟ ମଧ୍ୟ ଦେଇଛି l ଆଉ ଏହି ସୁନ୍ଦର ପାଚିଲା ଫଳକୁ ଗୋଟି ଗୋଟି କରି ତୋଳୁଛନ୍ତି ମହିଳା ମାନେ । ଖୁବ ଯତ୍ନର ସହ ତୋଳିବା ସହ ଏହାକୁ ପ୍ୟାକେଟ କରି ବଜାରରେ ବିକ୍ରି କରୁଛନ୍ତି । ଯେତିକି ଫଳ ଅମଳ ହେଉଛି ସେତିକି ବିକ୍ରି ମଧ୍ୟ ହୋଇଯାଉଛି । ଏହାକୁ ବିକ୍ରି କରିବା ପାଇଁ ଆଉ ବାହାରକୁ ଯିବାକୁ ପଡ଼ୁନାହିଁ ମହିଳାଙ୍କୁ । ରାଜ୍ୟ ଭିତରେ ତାଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯାଉଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments