Krishi Jagran odia
Menu Close Menu

ଅଂଶୁଘାତ ରୁ ରୁହନ୍ତୁ ସୁରକ୍ଷିତ !

Saturday, 30 March 2019 12:13 PM

ଅଂଶୁଘାତ କଣ ?

ଦୀର୍ଘ ସମୟ ଲାଗି ଖରା ବା ଅଧିକ ତାପମାତ୍ରା ରେ ରହିବ ସାଙ୍ଗରେ ଶରୀର ରେ ଜଳୀୟ ଅଂଶ ହ୍ରାସ ପାଇବା ହେତୁ ;ହୋଇଥିବା ବେମାରୀ କୁ ଅଂଶୁଘାତ କୁହାଯାଏ |ଏହା ପିଲା ଠାରୁ ବୁଢା ସମସ୍ତ ବର୍ଗ କୁ ହୋଇପାରେ |ଏହି ରୋଗ ର ଲକ୍ଷଣ ଅଧିକ ହେଲେ ବା ଶରୀର ଉପରେ ଅଧିକ କୁପ୍ରଭାବ ପଡିଲେ ମୃତ୍ୟୁ ର ମଧ୍ୟ ସମ୍ଭାବନା ଥାଏ |

କଣ ହୁଏ ଶରୀର ଉପରେ ପ୍ରଭାବ !
ଶରୀର ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ ରୁ ଅଧିକ ହେଲେ ,ଶରୀର ମଧ୍ୟ ରେ ଥିବା ତାପମାତ୍ରା ନିୟନ୍ତ୍ରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ଏବଂ ଏହି ଯୋଗୁ ମୁଣ୍ଡ ବୁଲେଇବା ,ମୁର୍ଚ୍ଛା ହେବା ,ବାନ୍ତି ହେବା , ଚାଲିବା ରେ ଅସୁବିଧା ହେବା ପରି ବହୁ ଲକ୍ଷଣ ଦେଖାଯାଏ ଏବଂ ଏହା ଅଧିକ ହେଲେ ସମ୍ପୂର୍ଣ କୋମା ମଧ୍ୟ ହୋଇପାରେ |

ଏହାର ଲକ୍ଷଣ :


ମୁଣ୍ଡ ବୁଲେଇବା ,
ମୁର୍ଚ୍ଛା ହେବା ,
ବାନ୍ତି ହେବା ,
ଚମ ନାଲି ପଡିଯିବା ,
ଏତେ ଖରା ରେ ମଧ୍ୟ ଝାଳ ନ ବାହାରିବା ,
ଅସନ୍ତୁଳନ ,
ଚାଲିବ ରେ ଅସୁବିଧା ହେବା

ଅସହ୍ୟ ମୁଣ୍ଡ ବିନ୍ଧା
ଶରୀର ଦୁର୍ବଳ ଲାଗିବ
ହୃଦଗତି ବାଧାପ୍ରାପ୍ତ ହେବା

ଅଧିକ ଜୋରରେ ନିଶ୍ୱାସ ନେବା
ଇତ୍ୟାଦି

କଣ କରିଲେ ରହିବେ ଏଥିରୁ ସୁରକ୍ଷିତ !
-ବାହାରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା କିମ୍ବା ଛତା ,ଚପଲ ,କଲା ଚଷମା ଇତ୍ୟାଦି ବ୍ୟବହାର କରନ୍ତୁ
-ଘରେ ଟିଣ ବା ଆଜବେଷ୍ଟ ଛାତ ଥିଲେ ତା ଉପରେ ନଡା ପକାନ୍ତୁ
-ପ୍ରଚୁର ପରିମାଣରେ ପାଣି ,ତୋରାଣି ,ଘୋଳଦହି ,କିମ୍ବା ସର୍ବତ ପିଅନ୍ତୁ |ଶରୀରରେ ଜଳୀୟ ଅଂଶ ସର୍ବଦା ଅଧିକ ରହିବା ଆବଶ୍ୟକ |
-ହାଲିଆ ଲାଗିଲେ ଗଛ ଛାଇ ବା ପବନ ଚଳାଚଳ ହେଉଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ

-କୌଣସି ବ୍ୟକ୍ତି ଙ୍କ ଠାରେ ଅଂଶୁଘାତର ସନ୍ଦେହ ଦେଖିଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ |

 

କରନ୍ତୁ ନାହିଁ ଏହି ପରି କିଛି କାମ!
-ଦିନ ୧୧ ଟା ରୁ ୩ ଟା ମଧ୍ୟରେ ଟାଣ ଖରା କୁ ଯାନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ |
-ବୃଦ୍ଧ ,ଅସୁସ୍ଥ ରୋଗୀ ,ଶିଶୁ ,ଗର୍ଭବତୀ ମହିଳା ବା ଅଧିକ ରକ୍ତଚାପ କିମ୍ବା ମଧୁମେହର ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ |
-ଅଧିକ ଖରା ହେଉଥିଲେ ନିଅ ପାଖରେ ରୋଷେଇ ଆଦି କରନ୍ତୁ ନାହିଁ |
-ଅଧିକ ଖରା ରେ ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ |
- ଅଂଶୁଘାତ ଆକ୍ରାନ୍ତ  ବ୍ୟକ୍ତି ଙ୍କ ଦେହରେ କେବେହେଲେ ବରଫ ଘସନ୍ତୁ ନାହିଁ |
-ଗ୍ରୀଷ୍ମ ପ୍ରଭାବ ସମୟରେ କେହି  ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ଅବହେଳା କରନ୍ତୁ ନାହିଁ |

 

Share your comments


CopyRight - 2019 Krishi Jagran Media Group. All Rights Reserved.