1. କୃଷି ବିଶ୍ବକୋଷ

ଓଡିଶା ମାଟିରେ ଫଳୁଛି ଥାଇଲାଣ୍ଡ ବରକୋଳି

ବରକୋଳି ନାଁ ସୁଣିବା ମାତ୍ରେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ବରକୋଳିରେ ବିଭିନ୍ନ ପ୍ରକାର ଭଲ ଆଚାର ପ୍ରସ୍ତୁତ ହୁଏ । ଏହାର ଗଛ,ଡାଳ ଓ ପତ୍ର ହିନ୍ଦୁମାନଙ୍କର ପୂଜା, ବିବାହ ପ୍ରଭୃତ୍ତି ବିଭିନ୍ନ ପବିତ୍ର କର୍ମରେ ବ୍ୟବହୃତ ହୋଇଥାଏ ।

Tanushree Mahapatra
Tanushree Mahapatra
Thailand fruit farming in odisha state

Thailand fruit farming in odisha state

ବରକୋଳି ନାଁ ସୁଣିବା ମାତ୍ରେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ବରକୋଳିରେ ବିଭିନ୍ନ ପ୍ରକାର ଭଲ ଆଚାର ପ୍ରସ୍ତୁତ ହୁଏ । ଏହାର ଗଛ,ଡାଳ ଓ ପତ୍ର ହିନ୍ଦୁମାନଙ୍କର ପୂଜା, ବିବାହ ପ୍ରଭୃତ୍ତି ବିଭିନ୍ନ ପବିତ୍ର କର୍ମରେ ବ୍ୟବହୃତ ହୋଇଥାଏ । ବରକୋଳି ଚାଷ ପାଇଁ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଖୁବ୍ ଅନୁକୂଳ ହୋଇଥାଏ । ଯେଉଁ ଜାଗାମାନଙ୍କରେ ଟାଣ ଖରା ଓ ଆଦ୍ରତା କମ୍ ସେଠାରେ ବରକୋଳି ଚାଷ ଭଲ ହୁଏ । କିନ୍ତୁ ଫଳ ଧାରଣ ସମୟରେ ଜଳସେଚନ ନିହାତି ଆବଶ୍ୟକ ।

ବରକୋଳି ସମସ୍ତେ ଖାଇବାକୁ ଭଲ ପାଆନ୍ତି ହେଲେ ଏହାର ପ୍ରକାରଭେଦ ସମ୍ପର୍କରେ କାହାର ସେତେଟା ଜ୍ଞାନ ନଥାଏ । ତେବେ ବରକୋଳିର ବିଭିନ୍ନ ପ୍ରକାରଭେଦ ଥାଏ ଅର୍ଥାତ ବିଭିନ୍ନ କିସମର ବରକୋଳି ରହିଥାଏ । ବନାରସି, ଗୋଲା, ସେଓ, ସାନାଭରୁ-୨ ଉତ୍ମାନ, କରତା, ଯୋଗିଆ, ମୁଣ୍ଡିଆ, ମାହେରା, ଟିକିଡି, ପାମେଲି, ପ୍ରୋଲିଫିକ, ଛୁହାରା, କୈଥିଲି, ସାନ୍ଧୁରା, ନର୍ଣ୍ଣାଲ, ଦଣ୍ଡନ, ଚୈଞ୍ଚିଲି, ନାରିକେଲ, ବାଉରିପୁର, ଦୁଧିଆ, କଣ୍ଟାହୀନ, ଇଲାଇଚି ଇତ୍ୟାଦି । ତେବେ ଏବେ ଓଡିଶା ମାଟିରେ ଥାଇଲାଣ୍ଡ କୋଳି ର ଚାହିଦା ବଢିଛି l ପୁରୀ , ଯାଜପୁର , କେନ୍ଦ୍ରାପଡା , ଖୋର୍ଦ୍ଧା , ନିଆଳି ଏହିପରି ଅନେକ ସ୍ଥାନରେ ଏହା ଚାଷ କରି ଚାଷୀ ଲାଭବାନ ହେଉଛନ୍ତି l

ଓଡିଶା ମାଟିରେ ଫଳିଛି ଥାଇଲାଣ୍ଡ ଫଳ ବା ଥାଇଲାଣ୍ଡ କୋଳି । ଥାଇଲାଣ୍ଡର ସବୁଠୁ ମିଠା କୋଳି ହେଉଛି ଏହା ଯାହା ଓଡିଶା ମାଟିରେ ଫଳୁଛି l ଏଠିକାର ଯୁବ ଚାଷୀ ମାନେ ଏବେ ଏହି କୋଳି ଚାଷ କରିବା ପ୍ରତି ନିଜକୁ ଆକୃଷ୍ଟ କରୁଛନ୍ତି । ଥାଇଲାଣ୍ଡ ର ବରକୋଳି, ଯାହାକି ଦେଖିବାକୁ ଠିକ ସେଓ ପରି ଖୁବ ସୁନ୍ଦର  । ଧାନ ଓ ବିରି ସମେତ ଅନ୍ୟାନ୍ୟ ଫସଲ ଲାଭଜନକ ହେଉ ନ ଥିବାରୁ ଅତ୍ୟାଧୁନିକ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଗ୍ରାମାଞ୍ଚଳର ଯୁବକମାନେ ଏବେ ମନ ବଳାଇଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଧାନ, ମୁଗ ଓ ପନିପରିବା ଚାଷ ଅଧିକ ଅମଳକ୍ଷମ ହୋଇପାରୁ ନ ଥିବା ବେଳେ ଯୁବକମାନେ ଏଭଳି ଅତ୍ୟାଧୁନିକ ଚାଷ କରିପାରିଲେ ସ୍ବାବଲମ୍ବୀ ହୋଇପାରିବେ ବୋଲି ନିଜ ମତ ରଖୁଛନ୍ତି । ବଜାରରେ ଏହି କୋଳିର ଚାହିଦା ଅଧିକ ରହିଛି ଏବେ କାରଣ ଖୁବ ଅଳ୍ପ ଦିନରେ ଏହା ଅଧିକ ଲାଭ ଦେଉଛି । ବଜାରରେ ଏହାକୁ ବିକ୍ରି କରି ଭଲ ଲାଭ କାମଉଛନ୍ତି ଯୁବପିଢ଼ି  l

ଚାଷ କ୍ଷେତ୍ରରେ କିଛି ନୂଆ ଓ ନିଆରା କରିବା ନିଜ ଇଛା କୁ ନୂଆ ବାଟ ଦେଖାଏ, ନିଷ୍ଠା ଫଳରେ ସଫଳତା ମିଳେ ଯାହା ଓଡିଶା ମାଟିରେ ବିଦେଶୀ କୋଳି ଚାଷ କରି ଲାଭବାନ ହେଉଛନ୍ତି ଯୁବପିଢ଼ି । ସେମିତି ଚେଷ୍ଟା ଯୋଗୁଁ ଓଡିଶା ମାଟିରେ ଫଳିଛି ବିଦେଶୀ ଫଳ । ସବୁଠାରୁ ବଡ କଥା ହେଉଛି, ଏଇ ଚାଷ କରିବା ପାଇଁ ୟୁଟ୍ୟୁବ୍କୁ ଗୁରୁ କରୁଛନ୍ତି ଚାଷୀ ତଥା ଯୁବପିଢ଼ି । ଫାଇଦା ରହିଛି ଏହି ଚାଷରେ କାରଣ ଗଛ ଥରେ ଲାଗିଲେ ଏହା ପ୍ରାୟ ୩୦ରୁ ୪୦ ବର୍ଷରୁ ପର୍ଯ୍ୟନ୍ତ ଫଳ ଫଳିଥାଏ । ତେବେ ଗୋଟିଏ ବର୍ଷ ପରେ ଗଛ ଗୁଡ଼ିକୁ ମୂଳରୁ ୨ ଫୁଟ ଛାଡ଼ି କଟାଯାଇଥାଏ ।

ପୁଣି ଏହା କଅଁଳି ବର୍ଷକ ପରେ ଫଳ ଉତ୍ପାଦନ ପାଇଁ ପ୍ରସ୍ତୁତ କରେ ନିଜକୁ । ନଭେମ୍ବର ମାସ ଶେଷ ବେଳକୁ କୋଳି ତୋଳା ଆରମ୍ଭ ହୁଏ ସେତେବେଳକୁ ଉଚିତ ସମୟ ହୋଇଥାଏ ଫଳ ତୋଳିବା ପାଇଁ । ଏହି ଥାଇଲାଣ୍ଡ ଆପେଲ କୋଳି Thailand Apple Ber fruit ଗୋଟିଏ ଗଛରୁ ପ୍ରଥମ ବର୍ଷ ୨୦ରୁ ୨୫ କେଜି ଫଳିବ । ସେହିପରି ଦ୍ବିତୀୟ ବର୍ଷ ୪୦ରୁ ୫୦ କେଜି ଏବଂ ତୃତୀୟ ବର୍ଷ ୧ କୁଇଣ୍ଟାଲରୁ ଅଧିକ ଫଳ ଫଳିବ l

ଯେଉଁ ଚାଷୀ ନିଜ ଚାଷରେ ବିଭିନ୍ନ ପ୍ରକାର ଚାଷ କରି କ୍ଷତି ସହୁଛନ୍ତି ସେମାନେ ଏହି ଚାଷ ପ୍ରତି ଅଧିକ ମନ ବଳାଉଛନ୍ତି  ।  ଗଛ ଲାଗିବାର ପ୍ରାୟ ୮ ମାସ ପରେ ଫଳରେ ଭର୍ତି ହୋଇଯାଉଛି । ଏଥିରୁ ବର୍ଷକୁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ରୋଜଗାରର  ଆଶା କରାଯାଉଛି ଯାହା ସଫଳ ମଧ୍ୟ ହେଉଛନ୍ତି  । ଓଡିଶାରେ ପ୍ରାୟ ଅନେକ ଜିଲ୍ଲାରେ ଏହି ବରକୋଳି ଚାଷ ପାଇଁ ମନ ବଳାଉଛନ୍ତି ଚାଷୀ ତଥା ଯୁବବର୍ଗ l ଏହି ଥାଇଲାଣ୍ଡ ବରକୋଳି ଚାଷ ଖୁବ ଅଳ୍ପ ସମୟ ମଧ୍ୟରେ ଚାଷୀଙ୍କୁ ଲାଭ ଦେଉଛି l ଅଳ୍ପ ବ୍ୟୟ ରେ ଅଧିକ ଲାଭ ଉଠାଉଛନ୍ତି ଚାଷୀ l

କାଷ୍ଟର ତଥା ଜଡ଼ା ଚାଷ ଦ୍ୱାରା ପାଆନ୍ତୁ ଦ୍ବିଗୁଣ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments