Agripedia

Agri-drone: ଭବିଷ୍ୟତ କୃଷି କ୍ଷେତ୍ରରେ ଡ୍ରୋନ୍ ଆଣିବ ପରିବର୍ତ୍ତନ

ଭବିଷ୍ୟତ କୃଷିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଶ୍ରମିକଙ୍କ ପରିଶ୍ରମକୁ ହ୍ରାସ କରିବା। ତେବେ ଆସନ୍ତୁ ଜାଣିବା ଆପଣ ମଧ୍ୟ କିପରି ସହଜରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇପାରିବେ l

26 March, 2024 1:55 PM IST By: Omkar Mohanty

ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ସହିତ କୃଷି ଖେତରେ ମଧ୍ୟ ଏକ ନୂତନ ଦିଗନ୍ତର ସୃଷ୍ଟି ହୋଇଛି। ସମୟକ୍ରମେ କୃଷିକର୍ମରେ ବଭିନ୍ନ ପ୍ରଯୁକ୍ତିର ବ୍ୟବହାର ଲାଗୁ ହେବାରେ ଲାଗିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଶ୍ରମିକଙ୍କ ପରିଶ୍ରମକୁ ହ୍ରାସ କରିବା। ଡ୍ରୋନ୍ ପ୍ରଯୁକ୍ତି (Agri-drone) ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିଛି ଏବଂ କୃଷି କାର୍ଯ୍ୟକୁ ଆଧୁନିକ ଆୟାମ ପ୍ରଦାନ କରିଛି। ତେବେ ଆସନ୍ତୁ ଜାଣିବା ଆପଣ ମଧ୍ୟ କିପରି ସହଜରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇପାରିବେ l

ଡ୍ରୋନ୍ ବା ବିମାନବିହୀନ ଗାଡ଼ି ନିର୍ଦ୍ଦିଷ୍ଟ ଦିଗପଥ ଅନୁସରଣ କରି କାର୍ଯ୍ୟ ସମ୍ପାଦନ କରିପାରିବାର ଦକ୍ଷତା ରଖିଥାଏ। କେବଳ ମାତ୍ର ଏକ କ୍ଷୁଦ୍ର ରିମୋଟ୍ କଣ୍ଟ୍ରୋଲରଠାରୁ ଏହା ପରିଚାଳିତ ହୋଇପାରିବ। ଫଳତଃ କୃଷକଙ୍କୁ ସେମାନଙ୍କ କାର୍ଯ୍ୟ ସହଜରେ ସମ୍ପାଦନ କରିବାକୁ ସାହାଯ୍ୟ କରିଥାଏ। କୃଷିକ୍ଷେତ୍ରରେ ଡ୍ରୋନ୍ (Agri-drone) ବ୍ୟବହାରର ବିଭିନ୍ନ ପ୍ରକାର ଲାଭ ରହିଛି।

କୀଟନାଶକ ପ୍ରୟୋଗ: ଖେତକୁ ଗଲେ କୃଷକଙ୍କୁ ବିଭିନ୍ନ ପ୍ରକାରରେ ଫଙ୍ଗିସାଇଡ୍ ଏବଂ କୀଟନାଶକ ସିଞ୍ଚନ କରିବାକୁ ପଡ଼େ। ସେ ଯାହାବି ଉପାୟରେ କରନ୍ତୁ ନା କାହିଁକି, ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ। ମାତ୍ର ଡ୍ରୋନ୍ ବ୍ୟବହାର କରି ଏହି କାର୍ଯ୍ୟକୁ ଅତ୍ୟନ୍ତ ସହଜତର ଭାବେ କରାଯାଇପାରିବ। କେବଳ କିଛି ସେକେଣ୍ଡ ମଧ୍ୟରେ ଡ୍ରୋନ୍ ସମଗ୍ର କ୍ଷେତ୍ରକୁ କଭର୍ କରିପାରିବ। ଫଳତଃ କମ୍ ସମୟ ଓ ଶ୍ରମରେ କାର୍ଯ୍ୟ ସମ୍ପନ୍ନ ହୋଇପାରିବ।

ଚାରା ରୋପଣ: ଚାରା ରୋପଣ କାର୍ଯ୍ୟ ମଧ୍ୟ ଡ୍ରୋନ୍ ଦ୍ୱାରା କରାଯାଇପାରିବ। ଏଥିପାଇଁ ଡ୍ରୋନ୍ ଉପଯୁକ୍ତ ପ୍ରକାର ନଳୀ ସଂଯୋଗ କରାଯିବ। ସେହି ନଳୀ ଦ୍ଵାରା କ୍ଷେତ୍ରରେ ଚାରା ପଡ଼ିବ। ଦ୍ରୋନ୍ ଉପରକୁ ଉଡ଼ିବା ସହିତ ଚାରାଗୁଡ଼ିକ ନିର୍ଦ୍ଦିଷ୍ଟ ଜାଗାରେ ପଡ଼ିବ। ଫଳତଃ କୃଷକଙ୍କୁ ବହୁତ କମ୍ ପରିଶ୍ରମ କରିବାକୁ ପଡ଼ିବ।

ଫସଲ ନିରୀକ୍ଷଣ: ଡ୍ରୋନ୍ ପ୍ରଯୁକ୍ତି ବ୍ୟବହାର କରି କୃଷକମାନେ କ୍ଷେତ୍ରର ଯେକୌଣସି ଜାଗାରୁ ଉତ୍ତମ ନିରୀକ୍ଷଣ କରିପାରିବେ। ଖାଲି ଆକାଶରେ ଉଡ଼ିବା ଦ୍ୱାରା ଡ୍ରୋନ୍ ଉଚ୍ଚତା ଠାରୁ କ୍ଷେତ୍ରର ଫଟୋ କିମ୍ବା ଭିଡିଓ ଉତ୍ତମ ଭାବେ କେପଚର୍ କରିପାରିବ। ଏହା ଦ୍ୱାରା କୃଷକମାନେ କ୍ଷେତ୍ରରେ କୌଣସି ପୋକ ବା କୀଟ ଆକ୍ରମଣ ଘଟିଛି କି ନାହିଁ, ସେ ବିଷୟରେ ସଚେତନ ହୋଇପାରିବେ।

ଉପରୋକ୍ତ ବିବରଣୀରୁ ଜଣାପଡୁଛି ଯେ ଡ୍ରୋନ୍ ପ୍ରଯୁକ୍ତି କିପରି କୃଷି କାର୍ଯ୍ୟକୁ ସହଜତର ଓ ସୁଗମ କରିପାରିବ। ଏଥିପାଇଁ କେବଳ ମାତ୍ର କୃଷକଙ୍କୁ ଡ୍ରୋନ୍ ପରିଚାଳନା କରିବାର ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ, ଯାହା ଦ୍ୱାରା ସହଜରେ ଦେଶର କୃଷି ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ।

କିନ୍ତୁ ଡ୍ରୋନ୍ ବ୍ୟବହାରର କିଛି ଅସୁବିଧା ମଧ୍ୟ ରହିଛି। ଅନେକ କୃଷକ ଏହି ପ୍ରଯୁକ୍ତିକୁ ବୁଝିପାରୁନାହାନ୍ତି। ଅନେକଙ୍କ ପାଖରେ ଏହାର ବ୍ୟବହାର ବିଷୟରେ ଯଥେଷ୍ଟ ଜ୍ଞାନ ନାହିଁ। ଆଉ କିଛି କୃଷକ ପୁଞ୍ଜିର ଅଭାବରୁ ଡ୍ରୋନ୍ କିଣିପାରୁନାହାନ୍ତି। ତେଣୁ ସରକାରୀ ପକ୍ଷରୁ ପ୍ରଶିକ୍ଷଣ, ସବ୍ସିଡି ଓ ଅନ୍ୟାନ୍ୟ ପ୍ରୋତ୍ସାହନର ବ୍ୟବସ୍ଥା କରିବା ଉଚିତ୍।

ଭବିଷ୍ୟତରେ ଡ୍ରୋନ୍ ପ୍ରଯୁକ୍ତିର ବ୍ୟବହାର ଅନେକ ଅଧିକ ବୃଦ୍ଧି ପାଇବ। ବିଶେଷଜ୍ଞମାନେ ଏହି ପ୍ରଯୁକ୍ତିକୁ ଅଧିକ ସକ୍ଷମ ଓ ସୁବିଧାଜନକ କରିବାକୁ ଲାଗିଛନ୍ତି। ଯତ୍ନବାନ୍ ଶ୍ରମିକଙ୍କ ପାଇଁ ଏହା ବଡ଼ ସାହାଯ୍ୟ ହୋଇପାରିବ। କୃଷି ଉପକରଣ ବିକ୍ରେତାମାନେ ମଧ୍ୟ ଡ୍ରୋନ୍ ପ୍ରଯୁକ୍ତିକୁ ସ୍ୱାଗତ କରୁଛନ୍ତି। ବଜାରରେ ଏହାର ସବସିଡି ସହିତ ବିକ୍ରୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ ।

ତେଣୁ, ଆମକୁ ଡ୍ରୋନ୍ ପ୍ରଯୁକ୍ତିର ବିକାଶ ପାଇଁ ଆଗ୍ରହୀ ହେବାକୁ ପଡ଼ିବ। ପୁରାତନ ପଦ୍ଧତିକୁ ପରିବର୍ତ୍ତନ କରି ଏହି ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ ହେବ। ଯଦି ସଠିକ୍ ପରିମାଣରେ ପ୍ରଶିକ୍ଷଣ ଦିଆଯାଏ, ତେବେ ସବୁ କୃଷକ ଏହାର ମୂଲ୍ୟ ବୁଝିପାରିବେ। ଫଳତଃ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ହୋଇପାରିବ, ଯାହା ଦେଶର ଅଗ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ l

Drone Didi Yojana: ମହିଳାଙ୍କୁ ମିଳିବ ମାଗଣା ଡ୍ରୋନ୍