1. କୃଷି ବିଶ୍ବକୋଷ

ସବୁଠାରୁ ଉତ୍ତମ କିସମର ଆଳୁ: "କୁଫରି ସଙ୍ଗମ"

ପୁରା ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ଓ ଉପଯୋଗୀ ଯଦି କିଛି ପରିବା ଥାଏ ତେବେ ତାହା ହେଉଛି ଆଳୁ l ଏହାର ଚାଷ ପୁରା ଦୁନିଆରେ କରାଯାଏ, କିନ୍ତୁ ଏହାର ମୂଳ ସ୍ଥାନ ଦକ୍ଷିଣ ଆମେରିକା ଅଟେ l କୁହାଯାଏ କି ଭାରତକୁ ଆଳୁ ୧୬ ଶତାବ୍ଦୀର ପାଖାପାଖି ପର୍ତ୍ତୁଗିଜମାନଙ୍କ ଦ୍ୱାରା ଅଣାଯାଇଥିଲା l

Sugyan Kumar Nayak
Sugyan Kumar Nayak

ପୁରା ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ଓ ଉପଯୋଗୀ ଯଦି କିଛି ପରିବା ଥାଏ ତେବେ ତାହା ହେଉଛି ଆଳୁ l   ଏହାର ଚାଷ ପୁରା ଦୁନିଆରେ କରାଯାଏ, କିନ୍ତୁ ଏହାର ମୂଳ ସ୍ଥାନ ଦକ୍ଷିଣ ଆମେରିକା ଅଟେ l  କୁହାଯାଏ କି ଭାରତକୁ ଆଳୁ ୧୬ ଶତାବ୍ଦୀର ପାଖାପାଖି ପର୍ତ୍ତୁଗିଜମାନଙ୍କ ଦ୍ୱାରା ଅଣାଯାଇଥିଲା l ତେବେ ସେହି ସମୟ ଠାରୁ ନେଇ  ଆଜିଯାଏ ଆଳୁର ଚାଷ କରାଯାଉଛି l ଏହାର ଚାଷ କୃଷକମାନଙ୍କ ପାଇଁ ଅତି ଲାଭକାରୀ ମଧ୍ୟ ପ୍ରମାଣିତ ହୋଇଛି l ଯଦି ଆପଣ ମଧ୍ୟ ଏକ କୃଷକ ଓ ଆଳୁର କୃଷି ଦ୍ୱାରା ଆପଣ ମଧ୍ୟ ମାଲାମାଲ ହେବାକୁ ଚାହୁଁଛନ୍ତି, ତେବେ ଆମର ଏହି ଲେଖାଟିକୁ ନିଶ୍ଚିନ୍ତ ପଢନ୍ତୁ l କାରଣ ଆଜି ଆମେ ଆପଣଙ୍କୁ ଆଳୁର ଗୋଟିଏ ଏପରି ପ୍ରଜାତି ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣମାନେ ଆଳୁର ଉନ୍ନତ କୃଷି କରିପାରିବେ l  ଏହି କିସମର ନାମ "କୁଫରି ସଙ୍ଗମ" ଅଟେ l ତେଣୁ ଆସନ୍ତୁ ଆଳୁର କୁଫରି ସଙ୍ଗମ କିସମ ବିଷୟରେ ଜାଣିବା ପୂର୍ବରୁ ଏହାର ପୌଷ୍ଟିକ ତତ୍ତ୍ୱ ବିଷୟରେ ଜାଣିବା l

ଆଳୁର ପୌଷ୍ଟିକ ତତ୍ତ୍ୱ

ଆଳୁରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରି ରହିଥାଏ, କିନ୍ତୁ ଏହାର ମୁଖ୍ୟ ପୌଷ୍ଟିକ ତତ୍ତ୍ୱ ଷ୍ଟାର୍ଚ୍ଚ ଅଟେ l ଆଳୁ କ୍ଷାରୀୟ ଅଟେ, ତେଣୁ ଏହା ଶରୀରରେ କ୍ଷାରର ମାତ୍ରା ବଢ଼ିବାରେ ଓ ଏହାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ l ଏହା ସହିତ ଶରୀରରେ ଅମ୍ଳ ମଧ୍ୟ କରିବାକୁ ଦିଏ ନାହିଁ l

କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନଙ୍କ ଦ୍ୱାରା ଆଳୁର ନୂଆ କୁଫରି ସଙ୍ଗମ କିସମ ପ୍ରସ୍ତୁତ କରାଯାଇଛି l ଆଳୁର ଏହି କିସମ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ, ଏହା ସହିତ ଏଥିରୁ ଫସଲ ଉତ୍ପାଦନ ମଧ୍ୟ ଭଲ ହୋଇଥାଏ l ଏହି କିସମର ଆଳୁ ଦେଶର ଉତ୍ତର ପ୍ରଦେଶ ସହିତ ଅନ୍ୟ ୮ଟି ରାଜ୍ୟ ପାଇଁ ମଧ୍ୟ ଉପଯୁକ୍ତ ବୋଲି ଗ୍ରହଣ କରାଯାଉଛି l ଏହି ପ୍ରଜାତି ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ, ଛତିଶଗଡ଼, ହରିୟାଣା ଓ ପଞ୍ଜାବର କୃଷକମାନଙ୍କ ପାଇଁ ଉପଯୋଗୀ ଅଟେ l ସବୁଠାରୁ ଖାସ କଥା ଏହା ଯେ ଏହି ପ୍ରଜାତିକୁ ମିରଟର ମୋଦିପୁରମରେ ପାଖାପାଖି ୧୨ ବର୍ଷର ପରୀକ୍ଷା ପରେ ବିକଶିତ କରାଯାଇଛି  l ଏହି ପ୍ରଜାତିର ପରୀକ୍ଷଣ ଅଖିଳ ଭାରତୀୟ ସ୍ତରରେ କରାଯାଇଛି ଓ ଏହା ପରେ କୃଷକମାନଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି l ଏହା ରୋଗ ପ୍ରତିରୋଧୀ ପ୍ରଜାତି ମଧ୍ୟ ଅଟେ  l ଏହି ପ୍ରଜାତିରେ ପତ୍ର ମୋଚି ରୋଗକୁ ସାମ୍ନା କରିବାର ଶକ୍ତି ବହୁତ ବେଶୀ ରହିଥାଏ l ଆଳୁର ଏହି ପ୍ରଜାତି ପ୍ରାୟ ୧୦୦ ଦିନରେ ହିଁ ପ୍ରସ୍ତୁତ ହୋଇଯାଇଥାଏ l ଏହା ଖାଇବା ସହିତ ଉତ୍ପାଦନ ପାଇଁ ମଧ୍ୟ ଭଲ ହୋଇଥାଏ l ଏହାର ଆଉ ଗୋଟିଏ ଭଲ ଗୁଣ ହେଉଛି ଏହା ପ୍ରୋସେସିଂ ପାଇଁ ଅର୍ଥାତ ଚିପ୍ସ , କୁରକୁରେ ଓ ଫ୍ରେଞ୍ଚ ଫ୍ରାଏ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ l ତେବେ କୃଷକ ଭାଇମାନେ ଏହି ପ୍ରଜାତିର କୃଷିରୁ ଅନେକ ଲାଭବାନ ହୋଇପାରିବେ, କାରଣ ଏହାର ବହୁମୁଖୀ ଉପଯୋଗୀତା ପାଇଁ ବଜାରରେ ଏହାର ଚାହିଦା ମଧ୍ୟ ଅନେକ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments