
urban kisaan
କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ମିକ୍ସଡ଼ ଫାର୍ମିଙ୍ଗ ଏବଂ ମଲ୍ଟି କ୍ରପ୍ ଫାର୍ମିଙ୍ଗ ବର୍ତମାନ ନୂଆ ରୂପାନ୍ତର ରେ ଦେଖିବାକୁ ମିଳୁଛି |ଜମି ଅଭାବ ଏବଂ ମୃତିକା କ୍ଷୟ ସହ ଅନବରତ ଜଣ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟି ରେ ରଖି ଏବେ ଚାଷ ର ଏହି ନୂତନ ଧାରା ଦେଖିବାକୁ ମିଳିଛି ଯାହାକୁ ଭର୍ତ୍ତୀକାଳ ବା ଭି ଫାର୍ମିଙ୍ଗ କୁହାଯାଏ |
ପ୍ରକ୍ରିୟା ର ବିସ୍ଲେସଣ :
ନଭଚୁମ୍ବି ଅଟାଳିକା ପରି ଗୋଟେ ଉପରେ ଗୋଟେ ତାଲା ର ଗଛ ମାଟି ବିନା କେବଳ ପି.ଭି.ସି ପାଇପ ର ଥାକ ରେ ଚାଷ କରାଯାଇଥାଏ |ଏହି ପ୍ରକ୍ରିୟା ରେ ବିଶେଷ କରି ଶାଗ ଜାତୀୟ ଫସଲ ଯଥା ଖଡା ଲେଉଟିଆ ,ତୁଳସୀ ,ପୁଦିନା ଇତ୍ୟାଦି ସହ କେତେକ ଫଳ ଗଛ ଯେପରି ଷ୍ଟ୍ରବେରି ,ଟମାଟୋ ,ବିଲାତି ବାଇଗଣ ଇତ୍ୟାଦି ଚାଷ କରାଯାଇପାରିବ |
ଏଠି ଲାଗି ଆବଶ୍ୟକ କୁତ୍ରିମ ଆଲୋକ ସଂଚାର ବ୍ୟବସ୍ତା ଯଥା ଏଲଇଡ଼ି ବଲବ ଏବଂ ପଲିହାଉସ ବା ଏକ ବିଲଡିଙ୍ଗ ର ଛତ୍ରଛାୟା |
ଏହି ପ୍ରକ୍ରିୟା ରେ ଏରୋପୋନିକ୍ସ (ବିନା ମାଟି ରେ କେବଳ ବାୟୁ ଓ ମିଷ୍ଟ ସାହାଯ୍ୟ ରେ ଚାଷ )ବା ହାଇଡ୍ରୋପୋନିକ୍ସ (ମାଟି ବିନା କେବଳ ପୋଷାକ /ନ୍ୟୁଟ୍ରିଏଣ୍ଟ ଜଳ ଦ୍ୱାରା ଚାଷ )କରାଯାଇପାରିବ |
କାମ ଜାଗାରେ ଅଧିକ ଅମଳ ଦେବା ଏହାର ବିଶେଷତ୍ୱ |ଯଦି ଆପଣନ୍କର କେବଳ ୧୦୦ ବର୍ଗ ଫୁଟ ର ଜମି ରହିଛି ତେବେ ଏହି ପ୍ରକ୍ରିୟା ଦ୍ୱାରା ,ସେଥିରୁ ୨୦୦୦ ରୁ ୩୦୦୦ ବର୍ଗ ଫୁଟ ଜମି ର ସମାନ ଅମଳ ଲାଭ କରିହେବ |ଏହା ବ୍ୟତୀତ କୁତ୍ରିମ ବାତାବରଣ ହେତୁ ବର୍ଷ ର ୧୨ ମାସ ଚାଷ କରାଯିଆପାରିବ ଯାହା ସାଧାରଣତ ଭାରତୀୟ ପରିବେଶ ସମ୍ଭବପର ହୁଏ ନାହିଁ |

suregrow vertical farm
କଣ କୁହନ୍ତି ମତଦାତା:
-ଭି ଫାର୍ମିଙ୍ଗ ପ୍ରକ୍ରିୟା ରେ ବର୍ଷ ସାରା ଅମଳ ପାଇବା ସହ ଏହା ଯେକୌଣସି ସ୍ଥାନ ବିଶେଷ କରି ସହରାଞ୍ଚଳ ରେ କରାଯାଇଥାଏ ତେଣୁ ଅଧିକ ପରିବହନ ଖର୍ଚ ହୁଏ ନାହିଁ ବୋଲି କହିଛନ୍ତି ଅର୍ବନ କିସାନ ର ପ୍ରତିଷ୍ଠାତା ଡଃ ଶ୍ରୀନିବାସ ଚଗଣ୍ଠି |ଏହା ସହ ଏହି ପ୍ରକ୍ରିୟା ରେ କୀଟ ଏବଂ ରୋଗ ସଂକ୍ରମଣ ହେବାର ସମ୍ଭାବନା ଖୁବ କମ ଥାଏ ,ଜଳସେଚନ ର ଅଧିକ ଆବଶ୍ୟକତା ନ ଠାବରୁ ଶତକଡା ୯୫ ଭାଗ ର ଜଳ ସଂରକ୍ଷିତ ହୋଇଥାଏ ଏବଂ ଗ୍ରାହକ ମାନଙ୍କୁ ସଯ ଓ ଉତ୍ତମ ମାନ ର ଉତ୍ପାଦ ଯୋଗାଇବା ସମ୍ଭବ ହୋଇଥାଏ |
-କିଶାନୋ ନାମକ ହାଇଡ୍ରୋପୋନିକ୍ସ ଫାର୍ମ ର ପ୍ରତିଷ୍ଠାତା ୨ ଭାଈ ବେଞ୍ଜାମିନ ଏବଂ ବ୍ରିୱାନ କହିଛନ୍ତି ଯେ ଆଗାମୀ ପିଢ଼ି ର ଭୋକ ମେଣ୍ଟାଇବା ଲାଗି ଏହା ସବୁଠାରୁ ଉତ୍ତମ ବିକଳ୍ପ ଏହା ଦ୍ୱାରା ପରିବେଶ କୁ କୌଣସି କ୍ଷେଟି ମଧ୍ୟ ହୁଏ ନାହିଁ|
ଏହା ସହ ଏଥିରେ ଅଧିକ କୀଟନାଶକ ବା ଔଷଧ ଆବଶ୍ୟକ ପଡେ ନାହିଁ |କେବଳ ସମୟ ସମୟରେ ନିମ୍ବ ତେଲ ସିଞ୍ଚନ କରିବାକୁ ପଡିଥାଏ |
-ସେହିପରି ସିଓରଗ୍ରୋ ର ମାର୍କେଟିଙ୍ଗ ମୁଖ୍ୟ କେ.ଆର.କାର୍ତିକେୟନ କହିଛନ୍ତି ଯେ ,"ଅଧିକ ପତ୍ର ଥିବା ପରିବା ଯଥା ଶାଗ ତୋଳିବା ପରେ ଖୁବ ଶୀଘ୍ର ଝାଉଁଳି ପଡେ |ତେଣୁ ସଯ ଏବଂ ପୋଷାକ ତତ୍ୱ ରେ ଭରପୁର ଖାଦ୍ୟ ଗ୍ରାହକ ଙ୍କ ପାଖକୁ ପହଞ୍ଚାଇବାର ସବୁଠାରୁ ଉତ୍ତମ ଜରିଆ ଭି ଫାର୍ମିଙ୍ଗ|
ଏହାର ପ୍ରସ୍ତିଥାଟା ଡଃ ସି.ଭି ନଗେନଧିରନ କହିଛନ୍ତି ଯେ ଆମେ ହାରାହାରି ବର୍ଷକୁ ୩୨୦ ବିଦା ର ବିଭିନ୍ନ ଶାଗ କେବଳ ୨୬୦ ବର୍ଗ ଫୁଟ ର ଭି ଫାର୍ମ ରେ ହାଇଡ୍ରୋପୋନିକ୍ସ ଜରିଆରେ ଚାଷ କରୁଚୁ ଏବଂ ବର୍ଷକୁ ୨୦ ଥର ଅମଳମଧ୍ୟ କରୁଛୁ|ଏହା ସତ୍ୟ ଯେ ଭି ଫାର୍ମ ଏକଉତ୍ତମ ପ୍ରକଳ୍ପ ହେଲେ ମୁଖ୍ୟ ଶସ୍ୟ ଯୁକ୍ତ ଏବଂ ଡାଲି ଜାତୀୟ ଫସଲ କୁ ଏହି ପ୍ରକ୍ରିୟା ରେ ଚାଷ କରାଯାଇପାରିବ ନାହିଁ ହେଲେ ଶାଗପରି ଛୋଟ ଔଷଧୀୟ ବୃକ୍ଷ ,ପରିବା ଏବଂ ଫଳ ଲାଗି ଏହା ହେଉଛି ଭବିଷ୍ୟତ ଉପଚାର |

K.Lathe of TSCoE
-ଟି.ଏସ.ସି.ଓ.ଇ ର ସହକାରୀ ଉଦ୍ୟାନ ବିଜ୍ଞାନ ଅଧିକାରୀ କେ.ଲଥା ମତ ଦେଇଛନ୍ତି ଯେ ଏହି ପ୍ରକ୍ରିୟା ର ଦେଶବ୍ୟାପୀ ବିସ୍ତାର ଲାଗି ସମୟ ଲାଗିବ ହେଲେ ଏହା ନିଃସନ୍ଦେହ ଯେ ଛାତ ଉପରେ ,ଘର ବାଡ଼ି ଇତ୍ୟାଦି ଖୁବ ଜମି ଥିବା ସ୍ଥରରେ ମଧ୍ୟ ବହୁ ପ୍ରକର ଉତ୍ତମ ଗଛ ଲାଗି ଚାଷ କରାଯାଇପାରିବ |
ଏହାର ଅନ୍ୟ ଏକ ଦିଗ :
-ଏହି ପ୍ରକ୍ରିୟା କେବଳ ଛୋଟ ଗଛ ଏବଂ ପନିପରିବା ଲାଗି କାର୍ଯ୍ୟକାରୀ ହୋଇପାରିବ |ଶସ୍ୟ ଡାଲି ଇତ୍ୟାଦି ଆବଶ୍ୟକ ଖାଦ୍ୟ କୁ ସାଧାରଣ ପ୍ରକ୍ରିୟା ରେ ହିଁ ଚାଷ କରିହୁଏ |
-ଏହାକୁ ଆରମ୍ଭ କରିବା ଲାଗି ଆବଶ୍ୟକ ପୁଞ୍ଜି ବେଶ ଅଧିକ |ତେଣୁ ବିଶ୍ୱ ର କୌଣସି ସାଧାରଣ ଚାଷୀ ଏହାକୁ କାର୍ଯ୍ୟକାରୀ କରାଇବା କଷ୍ଟକର |
-କୁତ୍ରିମ ପ୍ରକ୍ରିୟା ଏବଂ ପରିବେଶ ଆବଶ୍ୟକତା ହେତୁ ଅଧିକ ବିଜୁଳି ବିଲ ମଧ୍ୟ ଦେବାକୁ ପଡିଥାଏ |୨୪ ଘଣ୍ଟା ବିଜୁଳି ସଂଚାର ଲାଗି ସୋଲାର ପ୍ୟାନେଲ ରବ୍ୟବସ୍ତା କରନ୍ତୁ |
-ଏହି ପ୍ରକ୍ରିୟା ରେ ଚାଷ କରିବା ପୂର୍ବରୁ ଏହା ବିଷୟରେ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ |
୨୦୫୦ ଶୁଦ୍ଧ ଏହି ପ୍ରକ୍ରିୟା ବିଶ୍ୱ ସାରା ବେଶ ସୁନାମ ଅର୍ଜନ କରିବା ବୋଲି ମତ ଦେଇଛନ୍ତି ବିଶେଷଜ୍ଞ|
Share your comments