1. କୃଷି ବିଶ୍ବକୋଷ

ଓଲୁଅ ଚାଷରେ ଲାଭ ମିଳୁଛି, ଆପଣ ଜାଣନ୍ତୁ !!

ସାଧାରଣତଃ ଆମେ ଓଲୁଅର ନାଁ ଶୁଣୁ ଶୁଣୁ ଆମ ମନରେ ଏହା ପ୍ରତି ଘୃଣା ଭାବି ଆସିଯାଏ, କାରଣ ଏହା ଖାଇଲେ ପାଟି କୁଣ୍ଡାଇ ହୁଏ l କିନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ଓଲୁଅକୁ ଖାଦ୍ୟ ଭାବରେ ଗ୍ରହଣ କରିବାକୁ ଉପଦେଶ ଦେଉଛନ୍ତି l

Sugyan Kumar Nayak
Sugyan Kumar Nayak

ସାଧାରଣତଃ ଆମେ ଓଲୁଅର ନାଁ ଶୁଣୁ ଶୁଣୁ ଆମ ମନରେ ଏହା ପ୍ରତି ଘୃଣା ଭାବି ଆସିଯାଏ, କାରଣ ଏହା ଖାଇଲେ ପାଟି କୁଣ୍ଡାଇ ହୁଏ l କିନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ଓଲୁଅକୁ ଖାଦ୍ୟ ଭାବରେ ଗ୍ରହଣ କରିବାକୁ ଉପଦେଶ ଦେଉଛନ୍ତି l ସ୍ୱାସ୍ଥ୍ୟସଚେତନ ବ୍ୟକ୍ତିବିଶେଷ ଏବେ ଓଲୁଅ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଖୋଜି ଖୋଜି ଓଲୁଅ କିଣୁଛନ୍ତି l ଓଲୁଅରେ ଭରି ରହିଛି ଅନେକ ଔଷଧୀୟ ଗୁଣ l  ଏପରି ପରିସ୍ଥିତିରେ ଓଲୁଅର ଚାହିଦା ଏବଂ ଦାମରେ ବୃଦ୍ଧି ଘଟୁଛି l ଜଣେ କୃଷକ ଓଲୁଅ ଚାଷ କରି ମଧ୍ୟ ଭଲ ଦୁଇପଇସା ଲାଭ ପାଇପାରିବେ l ଆସନ୍ତୁ ଆଜି ଆମେ ଏଠାରେ ଓଲୁଅ ଚାଷ ସମ୍ପର୍କରେ ବିଶେଷ ଆଲୋଚନା କରିବା l

ବୃକ୍ଷଲତାଗୁଡିକ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ଇଶ୍ଵରଙ୍କ ପ୍ରଦତ୍ତ ଅମୂଲ୍ୟ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ଏପରି ଅନେକ ବୃକ୍ଷଲତା ରହିଛି ଯାହା ନିଜସ୍ୱ ଔଷଧୀୟ ଗୁଣବତ୍ତାରେ ପରିପୂର୍ଣ୍ଣ ହେଲେ ମଧ୍ୟ ଅନେକଙ୍କ ପାଇଁ ଅଜଣା ହୋଇରହିଯାଇଥାଏ । ଏହିପରି ଏକ ବିରଳ ବନୌଷଧି ହେଉଛି ଓଲୁଅ। କେରଳ କୃଷି ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ବିଶେଷଜ୍ଞମାନେ ଓଲୁଅର ବ୍ୟବସାୟିକ ଚାଷ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ଓଲୁଅ କେରଳ ଓ ତାମିଲନାଡୁର ମାଟିରେ ଭଲ ବଢ଼ିପାରେ ବୋଲି ଗବେଷଣା କେନ୍ଦ୍ରର ସହଯୋଗ ନିର୍ଦ୍ଦେଶକ ଡକ୍ଟର ପିଭି ବାଲଚନ୍ଦ୍ରନଙ୍କ ସୂତ୍ରରୁ ପ୍ରକାଶ l ଏହି ଭଳି ଓଲୁଅର ଚାଷକରି କୃଷକମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ବୈଜ୍ଞାନିକମାନେ ମତଦେଇଛନ୍ତି ।

ଚାରା ପ୍ରସ୍ତୃତି

ଦେଶୀ ଆଳୁ ପରି ଏଗୁଡିକ ମଧ୍ୟ ମଞ୍ଜି କଟାଯାଇ ଚାରା ପ୍ରସ୍ତୁତି କରାଯାଏ । ୫୦୦ ବର୍ଗଫୁଟ ଏକ ବେଡରେ ଚାରା ପ୍ରସ୍ତୁତି ପାଇଁ ୧୫୦-୧୭୦ କିଲୋଗ୍ରାମ ମଞ୍ଜି ଦରକାର ପଡିଥାଏ ଏବଂ ଏହା ଏକ ହେକ୍ଟର ଜମିରେ ଲଗାଇବା ପାଇଁ ଯଥେଷ୍ଟ ହୋଇ ପାରେ । ପୂର୍ବ ବର୍ଷର ଅମଳରୁ ମଞ୍ଜି କାଟି ଲଗାଯାଏ । ଏପ୍ରିଲ- ମେ ମାସରେ ଚାରା ପାଇଁ ମଞ୍ଜି ଲଗାଯାଏ ଏବଂ କାଟି ଲଗାଯାଏ ଏବଂ ମାସକ ପରେ ଚାରାକୁ ମୁଖ୍ୟ କ୍ଷେତରେ ପୋତାଯାଏ ।

ଉପଯୁକ୍ତ ସମୟ

ମୁଖ୍ୟ କ୍ଷେତରେ ଚାରା ଲଗାଇବା ପାଇଁ ଉପଯୁକ୍ତ ସମୟ ହେଲା ଜୁଲାଇ-ଅଗଷ୍ଟ ଏବଂ ନଭେମ୍ବର- ଡିସେମ୍ବର ।ଜମିରେ ଚାରା ପୋତିବା ପୂର୍ବରୁ ଶଯ୍ୟା ପ୍ରସ୍ତୁତିବେଳେ ଗୋବର ଖତ ବା କୁକୁଡା ମଳ ଅଥବା କମ୍ପୋଷ୍ଟକୁ ହେକ୍ଟର ପିଛା ୧୦ ଟନ ହିସାବରେ ପ୍ରୟୋଗ କରିବାକୁ ହେବ । ତେବେ କମ୍ପୋଷ୍ଟ , ଧାନଜମିର ପରିତ୍ୟକ୍ତ ନଡାକୁଟା ତଥା କୁଣ୍ଡା ହେକ୍ଟର ପିଛା ୧୦ ଟନ ହିସାବରେ ଜମିରେ ଦେଇ ଶଯ୍ୟା ପ୍ରସ୍ତୁତ କଲେ ଭଲ ଅମଳ ମିଳିଥାଏ । ୪୦ ରୁ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ନାଇଟ୍ରୋଜେନ ସାର ଥରେ ବା ଦୁଇଥର ଏବଂ ୭୦ କିଲୋଗ୍ରାମ ଫସଫରସ,୧୦୦ କିଲୋଗ୍ରାମ ପୋଟାସିୟମ ସାର ପ୍ରୟୋଗ କରିବା ଦରକାର । ଫସଲର ବର୍ଜ୍ୟ ଏବଂ କୁଣ୍ଡା ପରି ମୃତ୍ତିକା କଣ୍ଡିସନର ପ୍ରୟୋଗ କଲେ ରୋଗ ପୋକ ଦାଉରୁ ରକ୍ଷା ମିଳିବ ।

ବର୍ଷା କମିଗଲେ ଜଳସେଚନ ଦରକାର । କିନ୍ତୁ ଦେଖିବାକୁ ହେବ ଯେପରି ମଝିରେ ତିଆରି ହୋଇଥିବା ନାଳୀରେ ପାଣି ବୋହିଯାଏ । ଓଲୁଅକୁ ଲଗାଇବାର ୧୨୦ରୁ ୧୫୦ ଦିନ ଭିତରେ ଅମଳ କରିବାକୁ ହେବ । ଏହି ଚାଷ କରିବାକୁ ଆଗ୍ରହୀ କୃଷକମାନେ ଡିସେମ୍ବର ସୁଦ୍ଧା ପୁରୁଣା ଚାଷୀଙ୍କ ଠାରୁ କିମ୍ବା ଗବେଷଣା କେନ୍ଦ୍ରରୁ ମଞ୍ଜି ସଂଗ୍ରହ କରିପାରିବେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ