କ’ଣ ଆପଣ ହତାଶ ହୋଇଗଲେଣି କି ? କ’ଣ ଆପଣ ନିରାଶ ହୋଇଗଲେଣି କି ? କ’ଣ ଅନେକ ଚେଷ୍ଟା ପରେ ମଧ୍ୟ ଆପଣ ସଫଳତା ପାଇ ପାରୁନାହାନ୍ତି କି ? କ’ଣ ଆପଣ ଏହି ସବୁ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହୋଇଗଲେଣି କି? ଯଦି ବାସ୍ତବ ଜୀବନରେ ଆପଣ ଏହି ସବୁ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଏହି ଲେଖାଟିକୁ ଆପଣ ନିଶ୍ଚିତ ପଢନ୍ତୁ l ଏହି ଲେଖାଟି କେବଳ ଆପଣମାନଙ୍କ ପାଇଁ ହିଁ ଉଦ୍ଧିଷ୍ଟ l ଆମର ଏହି ଲେଖା ଦ୍ୱାରା ଆମେ ଆପଣଙ୍କୁ ଏକ ଏପରି ବାଉଁଶ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନର ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ସାହାଯ୍ୟ କରିପାରିବ l ଆପଣ ନିଜେ ଏହି ବାଉଁଶ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l ତେବେ ଆସନ୍ତୁ ଏହି ଲେଖାଟିକୁ ପଢିବା l ତେବେ କୃଷକ ଭାଇମାନେ ଆମେ ଆପଣଙ୍କୁ ଯେଉଁ ବାଉଁଶ ବିଷୟରେ କହିବାକୁ ଯାଉଛୁ, ତାହା ଚୀନରେ ବଡ଼ ବଡ଼ ଜମିରେ କରାଯାଇଥାଏ l ଯଦିଓ ଦୁନିଆର ସବୁ ଦେଶମାନଙ୍କରେ ଏହି ବାଉଁଶର ଚାଷ କରାଯାଇଥାଏ, ଚୀନରେ କରାଯାଉଥିବା ବାଉଁଶ ଭଳି ବିଶେଷତ୍ୱ ସାଧାରଣ ବାଉଁଶର ନଥାଏ l ଏହି ବାଉଁଶରୁ ଆପଣ ନିଜ ବାସ୍ତବ ଜୀବନ ବିଷୟରେ ମଧ୍ୟ ଅନେକ କିଛି ଶିଖି ପାରିବେ l
ଏହି ବାଉଁଶର ସବୁଠାରୁ ଖାସ କଥା ହେଉଛି, ଏହା ଆପଣଙ୍କ ଧର୍ଯ୍ୟର ପ୍ରକୃତ ପରୀକ୍ଷା ନେଇଥାଏ l ଯେତେବେଳେ ଆପଣ ଏହାକୁ ପ୍ରଥମ ଥର ପାଇଁ କରିଥାନ୍ତି ତିନି ବର୍ଷ ମଧ୍ୟରେ ଏହାର ଗତିବିଧିରେ କୌଣସି ପରିବର୍ତ୍ତନ ହୋଇନଥାଏ l ଏହି ତିନି ବର୍ଷ ଆପଣ ସେହି ବାଉଁଶ ବଡ଼ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିଥାଆନ୍ତି, କିନ୍ତୁ ଏହାର କୌଣସି ଫଳ ମିଳି ନଥାଏ l ଏପରି ଲାଗେ ଯେପରିକି କିଛି ହୋଇ ନାହିଁ l ଅନେକ ଥର କୃଷକ ଭାଇମାନେ ନିରାଶ ଓ ହତାଶ ହୋଇଯାଆନ୍ତି l ତାଙ୍କୁ ଲାଗିଥାଏ ଯେପରିକି ତାଙ୍କ ପରିଶ୍ରମ ବୃଥାରେ ହିଁ ଯାଉଛି l
ମାତ୍ର ତିନି ବର୍ଷ ପରେ ପରେ ଏହାର ବୃଦ୍ଧି ଘଟି ୮୦ ଫୁଟର ହୋଇଯାଇ ଥାଏ, ଯାହାକୁ ଦେଖି କୃଷକ ଭାଇର ମନ ଖୁସିରେ ନାଚି ଉଠିଥାଏ l ଏପରି କୁହାଯାଇଥାଏ କି ଏହି ବାଉଁଶ ପ୍ରଥମ ତିନି ବର୍ଷରେ ନିଜ ମୂଳ ମଝବୁତ କରିଥାଏ ଓ ଏହାପରେ ଆକାଶ ଛୁଆଁ ଗତି ଆରମ୍ଭ କରିଥାଏ l ଏହି ବାଉଁଶର ଉପଯୋଗ ଅନେକ କାମକୁ ସହଜ ଓ ସରଳ କରିଦେଇଥାଏ l ଏହାର ଉପଯୋଗ ଫର୍ଣ୍ଣିଚର ସହିତ ଅନ୍ୟ ଘରୋଇ ଉପକରଣ ପ୍ରସ୍ତୁତିରେ ବିନିଯୋଗ କରାଯାଇଥାଏ l ଯେଉଁଥିରୁ କୃଷକ ଭାଇମାନେ ଭଲ ରୋଜଗାର ମଧ୍ୟ କରିପାରିବେ l ବର୍ତ୍ତମାନ ଏହାର ଉପଯୋଗ ଭାରତରେ ଅନେକ କ୍ଷେତ୍ରରେ ମଧ୍ୟ କରାଯାଉଛି l ଏହାର ବିଶ୍ୱ ବଜାରରେ ମଧ୍ୟ ବହୁତ ଭଲ ଚାହିଦା ରହିଛି l ଏହି ବାଉଁଶ ମାଟିକୁ ମଜବୁତ କରି ଧରି ରଖିବାରେ ମଧ୍ୟ ସହାୟକ ହୋଇଥାଏ l
Share your comments