1. କୃଷି ବିଶ୍ବକୋଷ

Thuri potato: ଠୁରି ଆଳୁ, କିଲୋ ୧୦୦ ଟଙ୍କା

ଠୁରି ଆଳୁ l ଯାହା କନ୍ଧମାଳ ଜିଲ୍ଲାରେ ଅଧିକ ଚାଷ ହେଉଥିବା ଦେଖିବାକୁ ମିଳେ l ଠୁରି ଆଳୁରୁ ଅମଳ ସମୟ ହୋଇସାରିଛି l ଆଉ ଏଥର ଅମଳ ପରେ ବଜାରକୁ କନ୍ଧମାଳର ଠୁରି ଆଳୁ ଆସିଛି । ଯାହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଭିଡ ଜମିଛି l

Tanushree Mahapatra
Tanushree Mahapatra
thuri potato is a profitable farming, image source - pexels.com

thuri potato is a profitable farming, image source - pexels.com

ଆଳୁକୁ ଏପରି ଏକ ପରିବା ଯାହାକୁ ପରିବାମାନଙ୍କ ମଧ୍ୟରେ ରାଜା କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ଟିକେ କମ ଅଟେ । ଖାଲି ଭାରତ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ଲୋକେମାନେ ଆଳୁ ଅଧିକ ଖାଇଥାନ୍ତି । କାରଣ ଆଳୁ ସମସ୍ତଙ୍କ ପ୍ରିୟ ଖାଦ୍ୟ l ସେହିପରି ଆଳୁ ଖାଇବାଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରିଥାଏ l ହୃଦୟ ସୁସ୍ଥ ରହିବ ସହିତ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ କମ ରହେ। ଏଥିରେ କ୍ୟାଲସିୟମ ଏବଂ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର ମଧ୍ୟ କରିଥାଏ l

ତେବେ ଆମ ଦେଶରେ ଅଧିକ ମାତ୍ରାରେ ଆଳୁ ଚାଷ ହୋଇଥାଏ l ଓଡ଼ିଶାର ମଧ୍ୟ କେତେ ଜିଲ୍ଲା ରହିଛି ଯେଉଁଠି ଅଧିକ ପରିମାଣରେ ଆଳୁ ଚାଷ ହୋଇଥାଏ l କେବଳ ଗୋଟିଏ ପ୍ରଜାତି ନୁହେଁ ଅନ୍ୟାନ୍ୟ ପ୍ରଜାତିର ମଧ୍ୟ ଆଳୁ ଚାଷ କରାଯାଇଥାଏ l କିଛି କିଛି ଚାଷୀ କେବଳ ଆଳୁ ଚାଷ କରି ଲାଭ ଉଠାଇଥାନ୍ତି ପ୍ରତିବର୍ଷ l ତେବେ ଆଜି ଆମେ ଏପରି ଏକ ପ୍ରଜାତିର ଆଳୁ ବିଷୟରେ ଆଲୋଚନା କରିବାକୁ ଯାଉଛି ଯାହା କେବଳ ବି ହର୍ତା କିମ୍ବା ଓଡ଼ିଶାରେ ସୀମିତ ହୋଇ ରହିନାହିଁ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ପ୍ରଜାତି ଆଳୁର ଚାହିଦା ଅଧିକ ରହିଛି l

ଠୁରି ଆଳୁ l  ଯାହା କନ୍ଧମାଳ ଜିଲ୍ଲାରେ ଅଧିକ ଚାଷ ହେଉଥିବା ଦେଖିବାକୁ ମିଳେ l ଠୁରି ଆଳୁରୁ ଅମଳ ସମୟ ହୋଇସାରିଛି l ଆଉ ଏଥର ଅମଳ ପରେ ବଜାରକୁ କନ୍ଧମାଳର ଠୁରି ଆଳୁ ଆସିଛି । ଯାହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଭିଡ ଜମିଛି l ଅନ୍ୟ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରାଯାଉଛି l  କିନ୍ତୁ ଏହି ଆଳୁ କେଜି ପିଛା ୯୦ରୁ ଶହେ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି । କେବଳ କନ୍ଧମାଳ ଜିଲ୍ଲା ନୁହେଁ  ଅନ୍ୟ ରାଜ୍ୟରେ ମଧ୍ୟ ଏ ଆଳୁର ଚାହିଦା ବେଶି ରହିଛି । ଏହି ଆଳୁର ଆକାର ଦେଖିବାକୁ ଅତି ଛୋଟ  l ତେଣୁ ଏହି ଆଳୁକୁ ‘କୁଜି ଆଳୁ’ ବା ‘ଠୁରି ଆଳୁ’ କୁହାଯାଏ। କିନ୍ତୁ କନ୍ଧମାଳ ଜିଲ୍ଲାରେ କେତେକ ଏହାକୁ ମାଳ ଆଳୁ ବି କହୁଥିବା ଦେଖିବାକୁ ମିଳେ । ସବୁଠାରୁ ବଡ କଥାହେଲା ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ଏହି ଆଳୁ ଚାଷ କରାଯାଇଥାଏ।

ଏହି ଆଳୁରେ ଶର୍କରାର ପରିମାଣ ଖୁବ କମ ଥିବାରୁ ଡାଇବେଟିସ୍‌ ରୋଗୀମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି । ଏହାକୁ ଅଧିକ କିଣୁଛନ୍ତି l ଜିଲ୍ଲାରେ ବାସ କରୁଥିବା କନ୍ଧ ଆଦିବାସୀମାନେ ପ୍ରଥମେ ଏହି ଆଳୁ ଅଧିକ ପରିମାଣରେ ଚାଷ ଆରମ୍ଭ କରିଥିଲେ । ମାଳ ଅଞ୍ଚଳର ନିଗିଡ଼ା ଉଚ୍ଚଭୂମି ଏହିଁ ଆଳୁ ଚାଷପାଇଁ ଅନୁକୁଳ ହୋଇଥାଏ । ସେଥିପାଇଁ କନ୍ଧମାଳ ବ୍ୟତୀତ ଏହିଁ ଠୁରି ଆଳୁ ଚାଷ ଅନ୍ୟ କେଉଁଠି ଦେଖିବାକୁ ମିଳି ନଥାଏ ।

ଏହି ଆଳୁକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରିରଖିହେବ l କାରଣ ଏହି ଆଳୁ ରଖିବା ପାଇଁ ଶୀତଳଭଣ୍ଡାରର ଆବଶ୍ୟକତା ପଡ଼ି ନଥାଏ । ବିନା ଶୀତଳଭଣ୍ଡାରରେ ମଧ୍ୟ ଏ ଆଳୁ ବର୍ଷବର୍ଷ ଧରି ପଡ଼ି ରହିଥାଏ । କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ପ୍ରାକୃତିକ ଉପାୟରେ ଠୁରି ଆଳୁକୁ ମାସ ମାସ ଧରି ସଂରକ୍ଷିତ ରଖିଥାନ୍ତି । ଅତୀତରେ କନ୍ଧମାଳର ଆଦିବାସୀ ଲୋକେ ନିଜ ଖାଇବା ପାଇଁ ଏହି ଆଳୁ ଚାଷ କରୁଥିଲେ । ମାତ୍ର, ପରେ ପରେ ଏହାର ବଜାର ଚାହିଦା ଅଧିକ ହୋଇଥିଲା l ଏହାର ବଜାର ଚାହିଦାକୁ ଦେଖି ଚାଷୀ ଏବେ ଅଧିକ ମାତ୍ରାରେ ଚାଷ କରିବା ଆରମ୍ଭ କଲେଣି । ଠୁରି ଆଳୁ ଚାଷ କରି ଚାଷୀ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛି l

ଧୀରେ ଧୀରେ ଭୁବନେଶ୍ବର ଏବଂ ବ୍ରହ୍ମପୁର ଭଳି ବଜାରରେ ମଧ୍ୟ ଠୁରି ଆଳୁ ଅଧିକ ପରିମାଣରେ ଦେଖିବାକୁ ମିଳୁଛି। ତେବେ ଚାଷୀଙ୍କ ପାଇଁ ଏହି ଠୁରି ଆଳୁ ଚାଷ ଏକ ଲାଭଜନକ ଉତ୍ପାଦ ହୋଇପାରିଛି l କିନ୍ତୁ ସରକାରୀ ସହାୟତା ଏ ପର୍ଯ୍ୟନ୍ତ କୌଣସି ପ୍ରକାର ମିଳିପାରି ନାହିଁ l ତେବେ ଚାଷୀ ସରକାରଙ୍କୁ ଏ ନେଇ ନିବେଦନ ମଧ୍ୟ କରିଛନ୍ତି l କାରଣ ସରକାରୀ ସହାୟତା ମିଳିବା ଦ୍ୱାରା ଏହି ଚାଷ ଅଧିକ ପରିମାଣରେ କରାଯାଇପାରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments