1. କୃଷି ବିଶ୍ବକୋଷ

ଝାଡୁ ଘାସ କରିବ ଆତ୍ମନିର୍ଭରଶୀଳ ...

ଝାଡୁ ଘାସ କରିବ ଆତ୍ମନିର୍ଭରଶୀଳ ...

KJ Staff
KJ Staff

ଝାଡୁ ଘାସ ବା ଟାଇଗର ଗ୍ରାସ ରୁ ତିଆରି ହୋଇଥାଏ ଫୁଲ ଝାଡୁ ଯାହା ପ୍ରକୃତ ରେ ଏକଘାସ|ଝାଡୁ ର ଆବଶ୍ୟକତା ଘରେ ଘରେ ରହିଥାଏ | କେବଳ ଘର ନୁହେଁ ,ଅଫିସ ରାସ୍ତା ଇତ୍ୟାଦି ସମସ୍ତ ସ୍ଥାନ ରେ ମଧ୍ୟ ସଫା ସୁତୁରା ପରିବେଶ ଲାଗି ଝାଡୁ ର ଆବଶ୍ୟକତା ରହିଥାଏ |
କେବଳ ଝାଡୁ ଲାଗି ନୁହେଁ ଏହି ଗଛ ମାଟି କୁ ଭଲରେ ବାନ୍ଧି ରଖିବା ଦ୍ୱାରା ମୃତିକା କ୍ଷୟ ହୁଏ ନାହିଁ |ଏହାର ପତ୍ର କୁ ଗୋଖାଦ୍ୟ ଭାବେ ବ୍ୟବହାର କରିପାରିବେ ଏବଂ ଟାଙ୍ଗରା ଜମି ରେ ଖୁବ ଶୀଘ୍ର ସବୁଜ ସୁନ୍ଦର କରିପାରେ ଏହି ଝାଡୁ ଘାସ |ଉତ୍ତର ପୂର୍ବ ଭାରତ ରେ ଏହାକୁ ସବୁଠାରୁ ଅଧିକ ଚାଷ କରଯାଏ|

କିପରି କରିବେ ଚାଷ ?


ଏହି ଘାସ କୁ ସବୁ ପ୍ରକାର ପରିବେଶ ରେ ଚାଷ କରିପାରିବେ |ଏହାକୁ ମଞ୍ଜି ଦ୍ୱାରା ବୁଣି ପାରିବେ ଏବଂ ଅଧିକ ବର୍ଷା ହେଉଥିବା ସ୍ଥାନ ରେ ଏହା ଅଧିକ ଭଲ ଅମଳ ଦେଇଥାଏ |ଜମି ରେ ଜଳ ନିଷ୍କାସନ ଲାଗି ବ୍ୟବସ୍ତା ରଖନ୍ତୁ |ଅତ୍ୟଧିକ ଘାସ ନିୟନ୍ତ୍ରଣ କରନ୍ତୁ |ବର୍ଷା ର ମାତ୍ରା ଖୁବ କମ ରହିଲେ ଜଳସେଚନ କରନ୍ତୁ |

ଅମଳ ସମୟ :


ଟାଇଗର ଗ୍ରାସ କୁ ଶୀତ ଦିନ ରେ ଜାନୁଆରୀ ଫେବୃଆରୀ ମାସ ରେ ଅମଳ କରାଯାଏ|ଘାସ ର ଫୁଲ କୁ ଡେମ୍ଫ ପ ପାଖରୁ କାଟି କିଛି ଦିନ ଯାଏ ଖରା ରେ ସୁଖ ଯାଏ|ଝାଡୁ ତିଆରି କରିବାକୁ ହେଲେ ୧-୧.୫ ଫୁଟ ଲମ୍ବା ଯାଏ ଡେମ୍ଫ ରଖାଯାଏ |୩୦ ରୁ ୩୫ ବଂଡଲ ଫୁଲ ରେ ଗୋଟେ ଝାଡୁ ତିଆରି କରାଯାଏ |ଥରେ ଅମଳ କରିଲା ପରେ ଏହାକୁ ୪ ରୁ ୫ ଥର ଅମଳକ୍ଷମ ହେବାକୁ ଛାଡି ପାରିବେ |୫ମ ବର୍ଷ ପରେ ଏହାକୁ ସମ୍ପୂର୍ଣ କାଟି ପୁଣି ଥରେ ମଞ୍ଜି ବୁଣିବାକୁ ପଡେ |

ଏହାର ବଜାର ଦ୍ୱାରା ୪୫ ଟଙ୍କା ପ୍ରତି କି.ଗ୍ରା ରହିଥିଲା ବେଳେ ୩୫ କାଟି ଥିବା ଏକ ଝାଡୁ ର ଓଜନ ହାରାହାରି ୩୦୦ ଗ୍ରାମ ରହିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments