Agripedia

କୋଟିପତି କରିଦେବ ଏହି ଚାଷ ପ୍ରଣାଳୀ...

କେଶର(Saffron) ପୁରା ବିଶ୍ୱରେ ଏକ ଦାମୀ ମସଲା ଭାବେ ଖୁବ ଜଣାଶୁଣା । ଏଥିରେ ଥିବା ବିଶେଷ ଗୁଣ ଏହାକୁ ଏକ ଦାମି ମସଲା ଭାବରେ ପରିଚୟ ଦେଇଛି ।ଏହା ଏକ ଖୁବ ଉପକାରୀ ଓ ଲାଭଦାୟକ ଉଦ୍ଭିଦ ହୋଇଥିବାରୁ ପ୍ରାଚୀନ କାଳରୁ ଏହାକୁ ଆୟୁର୍ବେଦିକ୍ ଔଷଧ ଭାବେ ବ୍ୟବହାର କରାଯାଇଥାଏ।

15 January, 2023 2:19 PM IST By: Priyambada Rana

କେଶର (Saffron) ପୁରା ବିଶ୍ୱରେ ଏକ ଦାମୀ ମସଲା ଭାବେ ଖୁବ ଜଣାଶୁଣା । ଏଥିରେ ଥିବା ବିଶେଷ ଗୁଣ ଏହାକୁ ଏକ ଦାମି ମସଲା ଭାବରେ ପରିଚୟ ଦେଇଛି ।ଏହା ଏକ ଖୁବ ଉପକାରୀ ଓ ଲାଭଦାୟକ ଉଦ୍ଭିଦ ହୋଇଥିବାରୁ ପ୍ରାଚୀନ କାଳରୁ ଏହାକୁ ଆୟୁର୍ବେଦିକ୍ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ତେବେ କେଶର କହିଲେ କାଶ୍ମୀର କଥା ମନେପଡେ।

ଏହାର ପ୍ରକୃଷ୍ଟ ଉତ୍ପାଦ ସ୍ଥାନ କାଶ୍ମୀର ବୋଲି ଲୋକେ ଜାଣନ୍ତି। କାଶ୍ମୀର (Kashmir) ର ଜଳବାୟୁ କେଶର ଚାଷ ପାଇଁ ଉପଯୁକ୍ତ ହୋଇଥିବାକୁ ସେଠାରେ ଅଧିକାଂଶ ସ୍ଥାନରେ କେଶର ଚାଷ କରି ଲୋକେ ଜୀବିକା ନିର୍ବାହ କରିଥାନ୍ତି । ଓଡ଼ିଶାରେ ନିୟନ୍ତ୍ରୀତ ଜଳବାୟୁରେ ଏହି କେଶର ଚାଷ କିପରି କରାଯାଇ ପାରିବ ସେ ନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ ।

କେଶର ଚାଷ ପାଇଁ ଆବଶ୍ୟକ ହୋଇଥାଏ ଉପଯୁକ୍ତ ଜଳବାୟୁ । ମୁଖ୍ୟତଃ -15 ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ 35 ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ଥିବା ଜଳବାୟୁରେ ଏହି ଚାଷ କରାଯାଇଥାଏ ।ଯଦି ତାପମାତ୍ରା 35 ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ହୋଇଥାଏ ଯେମିତିକି 40 ଡିଗ୍ରୀ ସେଣ୍ଟିଗ୍ରେଡ୍(ଯାହାକି ବିଶେଷ କରି ଖରା ଦିନରେ ଅନୁଭୂତ ହେଉଥିବା ତାପମାତ୍ରା),ତାହା ମଧ୍ୟ ଚାଷ ପାଇଁ ଖୁବ ଅନୁକୂଳ ତାପମାତ୍ରା ବୋଲି ଧରାଯାଏ ।ତେବେ କାଶ୍ମୀରକୁ କେଶର ଚାଷର ହବ୍ କୁହାଯାଇଥାଏ । ଏଠାରେ ଯେଉଁ ସ୍ଥାନମାନଙ୍କରେ କେଶର ଚାଷ କରାଯାଏ ସେଠାକାର ପାଣିପାଗ ଶୁଷ୍କ ଓ ଉଚ୍ଚ ତାପମାତ୍ରା ବିଶିଷ୍ଟ ହୋଇଥାଏ । ଏଠାରେ ଆବଶ୍ୟକ ପରିମାଣର ଜଳର ମଧ୍ୟ ଅଭାବ ଦେଖିବାକୁ ମିଳିଥାଏ ।

ଓଡ଼ିଶାରେ ଏହି ଚାଷ କରିବା ପାଇଁ ଉପଯୁକ୍ତ ସମୟ ହେଉଛି ଅଗଷ୍ଟ ରୁ ସେପ୍ଟେମ୍ବର ମାସ । ଜୁନ୍,ଜୁଲାଇ ମାସର ଜଳବାୟୁ ଏହି ଚାଷ ପାଇଁ ବିଲକୁଲ ଉପଯୁକ୍ତ ନୁହେଁ କାରଣ ଏହି ମାସରେ ଓଡ଼ିଶାରେ ବର୍ଷା ହୋଇଥାଏ ଏବଂ ବର୍ଷା ପାଣି ମାଡ଼ରେ କେଶର ପ୍ରାକ୍ ଅବସ୍ଥାରେ ହିଁ ନଷ୍ଟ ହୋଇଯାଇଥାଏ । ତେବେ ଅଗଷ୍ଟ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଚାଷ କରାଗଲେ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଏଥିରେ ଫୁଲ ଧରିବା ଆରମ୍ଭ ହୋଇଥାଏ । ଫୁଲ ଧରିବାର ୧୫ ରୁ ୨୦ ଦିନ ପୂର୍ବରୁ ଥରେ ଏଥିରେ ଜଳସେଚନ କରିବା ନିହାତି ଆବଶ୍ୟକ।

ଯେପରି ଧାନ ଚାଷ ପାଇଁ ପ୍ରଥମେ ବିହନ ବୁଣା ହୋଇ ତଳି ରୋପଣ କରାଯାଇଥାଏ , ସେହିପରି କେଶର ଚାଷ ପାଇଁ ଆମେ ଏହାର କର୍ମ୍ (Corm)କୁ ଚାରା ପରି ମାଟିରେ ପୋତି ଚାଷ କରାଯାଇଥାଏ । ଏହି କର୍ମ୍ ହୁଡ଼ା ପ୍ରଣାଳୀରେ ୧୦ ରୁ ୨୦ ସେଣ୍ଟିମିଟର ଦୂରତାରେ ପୋତାଯିବା ଆବଶ୍ୟକ । କେବେ ବି କେଶର ଚାଷ ପାଇଁ ଅତ୍ୟଧିକ ଜଳର ପ୍ରୟୋଗ କରାଯିବା ଉଚିତ୍ ନୁହେଁ ।ନିଗିଡ଼ା ବା ଦୋରସା ମାଟି ଏହି ଚାଷ ପାଇଁ ଉପଯୁକ୍ତ । ତେବେ ଗୋଟିଏ ଫୁଲରୁ ମାତ୍ର ୩ଟି କେଶର ମିଳିଥାଏ । ଯେତେବେଳେ କେଶର ନାଲି ରଙ୍ଗର ହୋଇଯାଏ ଆମେ ଜାଣି ନେବା ଯେ ଏହାର ଅମଳ ସମୟ ଆସିଗଲା ।

କେଶରର ଅମଳ କରିବା ଅନ୍ୟ ଚାଷ ଭଳି ଏତେ ସହଜ ହୋଇ ନଥାଏ । ଯେହେତୁ ଏହି ଗଛ ଖୁବ୍ ଛୋଟ, ତେଣୁ ଗୋଟି ଗୋଟି କରି ଏହାର ଫୁଲକୁ ହାତରେ ଛିଣ୍ଡାଇବାକୁ ପଡ଼ିଥାଏ । ସବୁବେଳେ ମନେ ରଖନ୍ତୁ ଫୁଲ ସମ୍ପୂର୍ଣ୍ଣ ଫୁଟିବା ପୂର୍ବରୁ ହିଁ ତାକୁ ତୋଳିନେବା ଦରକାର । ଫୁଲକୁ ତୋଳିସାରିବା ପରେ ପ୍ରତିଟି ଫୁଲରୁ ବାହାରୁଥିବା ୩ଟି ଲେଖାଏଁ କେଶରକୁ ଅଲଗା ରଖାଯାଏ ପରେ ତାକୁ ସୁଖାଇ ଏୟାର ଟାଇଟ୍ ବ୍ୟାଗରେ ରଖି ବିକ୍ରି କରାଯାଇଥାଏ ।
ତେବେ କେଶର ଏକ ଲାଭଦାୟକ ଚାଷ ହୋଇଥିଲେ ମଧ୍ୟ ଏଥିରେ ସମୟ ଓ ପରିଶ୍ରମ ଅନ୍ୟ ଚାଷମାନଙ୍କୁ ଠାରୁ ଅଧିକ ଲାଗିଥାଏ । ମାତ୍ର ଏଥିରୁ ଚାଷୀଙ୍କୁ ଭରପୁର୍ ଲାଭ ମଧ୍ୟ ମିଳିଥାଏ।

ରୁପି ସମସ୍ୟା ଦୂର କରିଦେବ ତେଜପତ୍ର....

ଅଳ୍ପ ଜଳରେ କିପରି କରିବେ ଅଧିକ ଅମଳ ? ଆସନ୍ତୁ ଜାଣିବା.....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)