1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରୁପି ସମସ୍ୟା ଦୂର କରିଦେବ ତେଜପତ୍ର....

ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର(Cinnamomum Leafe) କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ।ଏଥିସହିତ ଏହା ଆମ ତ୍ୱଚା(Skin) ଓ ଚୂଟିର ପାଇଁ ମଧ୍ୟ ଖୁବ ଉପକାରୀ ।

Priyambada Rana
Priyambada Rana
Health Benefits of Cinnamomum Leafe

Health Benefits of Cinnamomum Leafe

ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର(Cinnamomum Leafe) କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। ଏଥିସହିତ ଏହା ଆମ ତ୍ୱଚା(Skin) ଓ ଚୂଟିର ପାଇଁ ମଧ୍ୟ ଖୁବ ଉପକାରୀ । ତେଜପତ୍ର ଦ୍ୱାରା ଅନେକ କିଛି ଫାଇଦା ମିଳିଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ…

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତେଜପତ୍ରରେ ଅନେକ ପୋଷକ ତତ୍ୱ ଥାଏ । ଏଥିସହିତ ତେଜପତ୍ରରେ ଭିଟାମିନ ବି-୬ ଏବଂ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଶୀତଦିନେ ତେଜପତ୍ରକୁ ଫୁଠାଇ ତା’ର ରସ ପାଇବା ଆବଶ୍ୟକ। ନଚେତ୍ ଏହାକୁ ବ୍ଲାକ ଟି ରେ ମଧ୍ୟ ପକାଇ ସେବନ କରି ପାରିବେ।

ହଜମ ଶକ୍ତିବୃଦ୍ଧି(Digestion) କରେ: ତେଜପତ୍ରରେ ଅନେକ ଭିଟାମିନ ଏବଂ ପେଷକତତ୍ତ୍ୱ ରହିଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ଏହା ପେଟ ଜନିତ ସମସ୍ୟା ସହ ହଜମ ପ୍ରକ୍ରିୟାକୁ ଠିକ୍ କରିଥାଏ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।

ସାଇନସ୍: ଯେଉଁ ଲୋକଙ୍କର ସାଇନସ୍ ସମସ୍ୟା ଥାଏ ତାହା ଶୀତ ଦିନେ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ ।ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଥାନ୍ତି। ତେଣୁ ଏହାକୁ ରୋକିବା ପାଇଁ ତେଜପତ୍ରକୁ ସେବନ କରିବା ଉଚିତ୍ ।

କୋଲେଷ୍ଟ୍ରଲ: ତେଜପତ୍ରରେ ଆଣ୍ଟି-ଡିଫ୍ଲେମେଟରୀ ଗୁଣ ରହିଥାଏ। ଏହା ବ୍ୟତୀତ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥି ସହିତ, ତେଜପତ୍ର କ୍ୟାଫେକ୍ ନାମକ ଏକ ଜୈବିକ ଯୌଗିକ ମିଳିଥାଏ, ଯାହା ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ ।

ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ ଥାଏ। ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ। ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ। ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ। ଏହା ଆହୁରି ଭଲ ଫଳ ଦେଇଥାଏ।

ସୂର୍ଯ୍ୟକିରଣରେ ତ୍ୱଚା କଳା ପଡ଼ିଲେ ଏହା ଅତ୍ୟନ୍ତ ଲାଭଦାୟକ

ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍ ଟ୍ୟାନ୍ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ବଳତା ବଜାୟ ରହିଥାଏ।

କେଶର ଦୃଢ଼ତା ବଜାୟ ରଖେ ।

ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ। ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ।

 

ରୁପି ସମସ୍ୟା ଦୂର ହୁଏ-

ଯେଉଁମାନଙ୍କର କେଶରେ ରୁପି ଅଛି, ସେମାନେ ଏହି ପତ୍ରର ଏକ ପେଷ୍ଟ ଲଗାଇବା ଉଚିତ୍। ପେଷ୍ଟରେ ଦହି ମିଶ୍ରଣ କରି ଲଗାଇଲେ ବହୁତ ଭଲ ଫଳ ମିଳିଥାଏ।ଦାନ୍ତକୁ ଧଳା ରଖିବାରେ ସହାୟକ ହୋଇଥାଏ।ଦାନ୍ତ ପାଇଁ ତେଜପତ୍ର ପାଉଡର ଉପକାରୀ ଅଟେ। ପତ୍ରକୁ ଶୁଖାଇ ପାଉଡର ତିଆରି କରନ୍ତୁ। ଏହାକୁ ଟୁଥପେଷ୍ଟ ଭାବରେ ବ୍ୟବହାର କଲେ ଦାନ୍ତ ଉଜ୍ଜ୍ୱଳ ହୋଇଥାଏ।

ଶୀତ ଦିନେ ହଳଦୀ ଦୂର କରିଦେବ ଓଠ ଫଟା ସମସ୍ୟା...

ବଢ଼ିଲା ସୁନା ଦର, ଜାଣନ୍ତୁ ସୁନାର ମାର୍କେଟ ଦାମ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments