ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।
ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ, ସଫେଦମସଲି, ସେନା, ଘିକୁଆଁରୀ, ଗୁଡମାରୀ , ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ । ତେବେ ଆମେ ଆଜି ଜାଣିବା ଗୁଡମାରି ଔଷଧୀୟ ବୃକ୍ଷ ( gudamari medicated tree farming ) ବିଷୟରେ l
ଗୁଡାମାରୀ ଏକ ମୃଦୁଲୋମଶ, ବହୁଶାଖାୟିତ କାଠୁଆ ଲଟା ଅଟେ । ଏହାର ପତ୍ରକୁ ଚୋବାଇଲେ ବିଭର ସ୍ଵାଦ ଗ୍ରହଣ ଶକ୍ତି ନଷ୍ଟହୋଇଯାଏ , ଯାହାଫଳରେ ୧ରୁ୨ ଘଣ୍ଟା ପର୍ଯ୍ୟନ୍ତ ମଧୁର ତଥା ତିକ୍ତର ସର ସ୍ଵାଦ ଜଣାପଡେ ନାହିଁ । ଆୟର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସାରେ ମଧୁମେୟ ରୋଗ ନିୟନ୍ତ୍ରଣ ପାଇଁ ଏହାର ପତ୍ରର ସ୍ବରସ , ଚୂର୍ଣ୍ଣ କିମ୍ବା ଅର୍କ ସେବନ କରିବା ପାଇଁ ପରାମର୍ଶ ଦିଆଯାଯାଇଥାଏ । ପୂର୍ବରୁ ଏହା ଭାରତୀୟ ଜଙ୍ଗଲମାନଙ୍କରେ ପ୍ରାକୃତିକ ରୂପରେ ପ୍ରଚୁର ପରିମାଣରେ ମିଳୁଥିଲା । ସାଂପ୍ରତିକ ପରିସ୍ଥିତିରେ ଏହାର ଔଷଧୀୟ ଚାହିଦା କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାର କୃଷିକରଣ ଏକ ଲାଭଜନକ ବ୍ୟବସାୟ ଭାବରେ ପରିଗଣିତ ହେଉଛି ।
ଏହାର ପତ୍ରର ରାସାୟନିକ ବିଶ୍ଲେଷଣରୁ ଜଣାଯାଇଛି ଯେ ଏଥିରେ ଜିମ୍ନେମିକ ଏସିଡ ନାମକ ଏକ ପଦାର୍ଥ ଏବଂ ଆନ୍ଥାକ୍ଵିନୋନ କମ୍ଫାଉଣ୍ଡ ଥାଏ । ଏହାର ପତ୍ର ମଧୁମେୟ ରୋଗର ଚିକିତ୍ସା ପାଇଁ ଅତ୍ୟନ୍ତ ଫଳପ୍ରଦ ଅଟେ । ମଧୁମେୟ ରୋଗୀ ଏହାର ପତ୍ରକୁ ଚୋବାଇଲେ କିମ୍ବା ଏହାର ଚୂର୍ଣ୍ଣ ୪ ଗ୍ରାମ ମାତ୍ରାରେ ଗୋଦୁଗ୍ଧ ସହ ସେବନ କର ଏହା ରୋଗ ନିୟନ୍ତ୍ରଣ ଦିଗରେ ସାହାଯ୍ୟ କରିଥାଏ । ଏହାଛଡା ଏହାକୁ ଜ୍ଵର , ରକ୍ତବିକାର , ବିସର୍ପ , ବିଷବିକାର ଏବଂ କଣ୍ଠବିକାରରେ ପ୍ରୟୋଗ କରାଯାଏ । ସର୍ପଦଂସ ବା ସାପ କାମୁଡିଥିଲେ ଯଥାଶୀଘ୍ର ଏହାର ମୂଳର କ୍ଵାଥ ରୋଗକୁ ସେବନ କରାଇବା ସହ ଦଂସନ ସ୍ଥାନରେ ଲେପୀଦିଅନ୍ତୁ । ପତ୍ରକୁ ବାଟି ଫୁଲା ଓ ବ୍ରଣ ସ୍ଥାନରେ ମଧ୍ୟ ଲେପ ଦିଆଯାଏ ।
ଉଷ୍ଣ ଓ ଶୁଷ୍କ ଜଳବାୟୁରେ ଗୁଡମାରି ଚାଷ କଲେ ଭଲ ଅମଳ ମିଳିଥାଏ । ଜାମ୍ମୁକାଶ୍ମୀର,ହିମାଚଳ ପ୍ରଦେଶ , ଅରୁଣାଚଳ ପ୍ରଦେଶ ପ୍ରଭୁତି ହିମାଳୟ ପର୍ବତର ନିକଟବର୍ତ୍ତୀ ଥଣ୍ଡାପ୍ରବଣ ରାଜ୍ୟଗୁଡିକ ବ୍ୟତୀତ ଭାରତର ଅନ୍ୟ ସମସ୍ତ ଉଷ୍ଣ ଜଳବାୟୁ ବିଶିଷ୍ଟ ରାଜ୍ୟଗୁଡିକରେ ଗୁଡମାରି ଚାଷ କରାଯାଇପାରିବ । ଏଥିପାଇଁ ଖତ ମିଶ୍ରିତ ଦୋରସା ମାଟି ଉପଯୋଗୀ ଅଟେ । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ । ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ ପଲିଥିନ ମୁଣାରେ କିମ୍ବା ସିଧାସଳଖ ମାଟିରେ ପୋତାଯାଏ । କଟାଯାଇଥିବା ଡାକରୁ ସାପ୍ତାହିକ ମଧ୍ୟରେ ଚେର ବାହାରେ , ଯଥେଷ୍ଟ ଚେର ବାହାରିଲାପରେ ମାଟିରେ ଲଗାଯାଏ । ବର୍ଷାଋତୁ ଆରମ୍ଭରୁ ଅଙ୍କୁରିତ ଚାରା ଲଗାଯାଇବାର ପ୍ରକୃଷ୍ଟ ସମୟ ଅଟେ । ଗଛ ମୂଳରେ ଯେପରି ପାଣି ଜମି ନରହେ ସେଥିପ୍ରତି ଦୃଷ୍ଟି ଦେବା ଦରକାର ।
ଗୁଡମାରୀ ଶୁଷ୍କ ଜଳବାୟୁକୁ ସହନ କରିବାର କ୍ଷମତା ଧାରଣା କରିଥିଲେ ମଧ୍ୟ ଗ୍ରୀଷ୍ମ ଋତୁ ରେ ଓ ଶୀତ ଋତୁରେ ମାସକୁ ଦୁଇଥର ଲେଖାଏଁ ପ୍ରତି ମାସରେ ପାଣି ଦେବାର ବ୍ୟବସ୍ଥା କରିବା ଉଚିତ । ଏହାଛଡା , ଏହି ଗଛରେ ଯେପରି ରୋଗପୋକ ନ ଲାଗନ୍ତି ସେଥିପ୍ରତି ଧ୍ୟାନ ଦେବା ଅବଶ୍ୟକ । ଏହି ଫସଲରେ ପାଓଡରୀ ମିଲଡିଉ ଦ୍ଵାରା ରୋଗ ହୋଇଥାଏ । ଏହାକୁ ଦୂର କରିବା ପାଇଁ ମୋନୋକ୍ରୋଟୋପଠସ ୧ ମିଳି କୁ ୧ଲି ପାଣିରେ ମିଶାଇ ସିଞ୍ଚନ କରାଯାଏ । ଗଛ ୫-୬ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଗଲେ ୧-୫ ବର୍ଷ ପରେ ଗଛର ଅଗ୍ରଭାଗକୁ କାଟି ଟ୍ରିମିଙ୍ଗ ପ୍ରତିବର୍ଷ କରାଯାଏ । ଏହାଫଳରେ ବେଶୀ ଶାଖା ବାହାରି ସେଥିରେ ଅଧିକ ସଂଖ୍ୟକ ପତ୍ର ବାହାରିଥାଏ । ୨ ବର୍ଷ ପରେ ଗୁଡମାରିର ପ୍ରଥମ ଫସଲ ଅମଳ କରାଯାଏ । ଦୁଇବର୍ଷଠାରୁ ଆରମ୍ଭ କରି ୨୦-୨୫ ବର୍ଷ ପର୍ଯ୍ୟନ୍ତ ଫସଲ ଅମଳ କରାଯାଇପାରିବ ।
ପତ୍ରଗୁଡିକ ସଂଗ୍ରହ କରି ୫ ଦିନ ଛାଇରେ ଶୁଖାଇ ଅଖାରେ ବାନ୍ଧି ରଖାଯାଏ । ବର୍ଷକୁ ୨ ଥର ପତ୍ର ସଂଗ୍ରହ କରାଯାଏ । ଗଛ ପ୍ରତି ୫୦୦ ଗ୍ରାମ ଶୁଖିଲା ପତ୍ର ହିସାବରେ ଏକ ଏକରରୁ ୧୭୫୦ କିଗ୍ରା ପତ୍ର ମିଳିପାରିବ । ଏହି ପତ୍ରର ଦାମ ଋତୁ ଅନୁସାରେ ଅଲଗା ହୋଇଥାଏ । ଗୁଡାମାରୀ ପତ୍ରର ବିକ୍ରି ପାଇଁ ଔଷଧ ଉତ୍ପାଦନକାରୀ ସଂସ୍ଥାକୁ ଦେଇହେବ । ଗୁଡମାରୀ ବ୍ୟବସାୟିକ ବଜାର ପ୍ରଶସ୍ତ ଅଛି । ଏହା ମୁଖ୍ୟତଃ ହାଇଦ୍ରାବାଦ , କଲିକତା ଓ ମୁମ୍ବାଇ ପଠାଯାଇପାରିବ । ଜାତୀୟ ସ୍ତରରେ ଏହି ଗଛର ପତ୍ରର ମୂଲ୍ୟ କିଗ୍ରା ପ୍ରତି ୧୫ ଟଙ୍କାରୁ ୫୦ ଟଙ୍କା ଅଟେ ।
କ'ଣ ଏହି ଚତ୍ମକାରୀ କ୍ରାସୁଲା ଗଛ ? ଆସନ୍ତୁ ଜାଣିବା ......
ଜୈବିକ ପଦ୍ଧତିରେ ଚାଷ ବିଷୟରେ ଜାଣିଛନ୍ତି କି ? ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା...