1. କୃଷି ବିଶ୍ବକୋଷ

କୃଷି ଉପଯୋଗୀ ଉପକରଣ

ବର୍ତ୍ତମାନ ସମୟର କୃଷି କାର୍ଯ୍ୟରେ ଶ୍ରମ ଏବଂ ସମୟକୁ ବହୁତ ଗୁରୁତ୍ୱ ଦିଆଯାଉଛି l କୃଷି କାର୍ଯ୍ୟରେ ଏହି ଦୁଇଟି ଦିଗକୁ ଉପଯୁକ୍ତ ଭାବରେ ସନ୍ତୁଳନ ରଖି ପାରିଲେ ଚାଷୀଭାଇମାନଙ୍କୁ କୃଷି କାର୍ଯ୍ୟରୁ ଭଲ ଲାଭ ମିଳି ପାରିବ l କୃଷକମାନେ କେତେଗୁଡ଼ିଏ ଉପକରଣ ବ୍ୟବହାର କରନ୍ତି, ଯାହା ଶ୍ରମ ଏବଂ ସମୟ ବଞ୍ଚାଇବା ସହିତ କୃଷି କାର୍ଯ୍ୟକୁ ଆହୁରି ସହଜ ଏବଂ ସରଳ କରିଥାଏ l

Sugyan Kumar Nayak
Sugyan Kumar Nayak
Tools for Agriculture

Tools for Agriculture

ବର୍ତ୍ତମାନ ସମୟର କୃଷି କାର୍ଯ୍ୟରେ ଶ୍ରମ ଏବଂ ସମୟକୁ ବହୁତ ଗୁରୁତ୍ୱ ଦିଆଯାଉଛି l କୃଷି କାର୍ଯ୍ୟରେ ଏହି ଦୁଇଟି ଦିଗକୁ ଉପଯୁକ୍ତ ଭାବରେ ସନ୍ତୁଳନ ରଖି ପାରିଲେ ଚାଷୀଭାଇମାନଙ୍କୁ କୃଷି କାର୍ଯ୍ୟରୁ ଭଲ ଲାଭ ମିଳି ପାରିବ l କୃଷକମାନେ କେତେଗୁଡ଼ିଏ ଉପକରଣ ବ୍ୟବହାର କରନ୍ତି, ଯାହା ଶ୍ରମ ଏବଂ ସମୟ ବଞ୍ଚାଇବା ସହିତ କୃଷି କାର୍ଯ୍ୟକୁ ଆହୁରି ସହଜ ଏବଂ ସରଳ କରିଥାଏ l ଏହି ପରିପ୍ରେକ୍ଷୀରେ ଆସନ୍ତୁ ଆଜି ଶ୍ରମ ଏବଂ ସମୟ ବଞ୍ଚାଉ ଥିବା କେତେକ ଉପାଦେୟ କୃଷି ଉପକରଣଗୁଡିକ ବିଷୟରେ ଆଲୋଚନା କରିବା l

ଘାସ ବଛା ଯନ୍ତ୍ର

ବିଦା ପରି ଘାସ ବଛା ଯନ୍ତ୍ର ବାଲିଆ ଓ ଦୋରସା ମାଟି ପାଇଁ ଅଧିକ ଉପଯୁକ୍ତ । ଜଣେ ବ୍ୟକ୍ତି ଏହାକୁ ସହଜରେ ଚଳେଇପାରିବ । ଏହି ଯନ୍ତ୍ରକୁ ଆଗକୁ ଠେଲିଲେ ଏହି ଡ୍ରମ ଘୂରିବାକୁ ଲାଗେ ଏବଂ ଏଥିରେ ସଂଯୋଗ ହୋଇଥିବା ବକ୍ର ବ୍ଲେଡ୍ ବା ପାତ ଘାସ ଓ ଅନାବନା ଗଛ ଚେରକୁ କାଟିଦିଏ । ଏହି ଉଇଡ଼ର ଦ୍ଵାରା ଦିନକୁ ୨୫ ଡେସିମିଲ ଘାସ ବଛା ହୋଇପାରେ ।

ହାତଟଣା ଘାସବଛା ଯନ୍ତ୍ର

ଶୁଷ୍କାଞ୍ଚଳ ପାଇଁ ଏହି ଯନ୍ତ୍ର ଉର୍ଦ୍ଧିଷ୍ଟ । ଏହାର ଗୋଟିଏ ହ୍ୟାଣ୍ଡଲରେ ଦୁଇ ଧାରୁଆ ବ୍ଲେଡ ଓ ଗୋଟିଏ ଦାନ୍ତୀ ଥାଏ । ଏହାକୁ ଧାଡି ମଧ୍ୟରେ ନିଜ ଆଡକୁ ଟାଣିଲେ  ମାଟି ତଳେ ଥିବା ଘାସ ଉପୁଡିଯାଏ ।

ଚକ୍ର ଖୁସୁଣି

ଏହି ଚକ୍ର ଖୁସୁଣିରେ ଲୁହା ପାତରେ ୩ ଟି ଦାନ୍ତୀଲାଗିଥାଏ । ଆଗରେ ଗୋଟିଏ ଚକ ଲାଗିଥାଏ । ଦୁଇ ଦଣ୍ଡାରେ ଦୁଇଟି ବେଣ୍ଟ ଲାଗିଥାଏ । ବିଦାଟିକୁ ଆଗକୁ ଓ ପଛକୁ ସହଜରେ ପେଲିବା ପାଇଁ ଚକ ସାହାଯ୍ୟ କରେ । ଲୁହା ଦାନ୍ତୀ ସାହାଯ୍ୟରେ ମାଟି ଖୋଳି ଘାସ ଉପୁଡିପଡେ ।

ବିହନ ବୁଣା ଯନ୍ତ୍ର

ଧାନ , ଗହମ , ମୁଗ , ନଳିତା ଇତ୍ୟାଦି ବିହନ ମଞ୍ଜି ବୁଣାଯାଏ । ଏକକାଳୀନ ୩ /୪ ଧାଡି ବିହନ ଠିକ୍ ଗଭୀରରେ ବୁଣିବା ଫଳରେ ବିହନ କମ୍ ଖର୍ଚ୍ଚ ହୁଏ , ଗଛ ସଂଖ୍ୟା ଠିକ୍ ରହେ ଏବଂ ଅନ୍ତଃଚାଷ ସୁବିଧାରେ ହୋଇଥାଏ । ତେବେ ମାଟି ଭଲ ଭାବେ ଗୁଣ୍ଡଚାଷ କରି ଧାଡ଼ି ବୁଣା ଯନ୍ତ୍ର ବ୍ୟବହାର କରିବାକୁ ପଡେ । ଏହା ଦ୍ୱାରା ଦିନକୁ ୨୫ ଡେସିମିଲ ଜମି ବୁଣି ହେବ ।

ଚିନାବାଦାମ ଚୋପା ଛଡ଼ା ଯନ୍ତ୍ର

ଏହି ଯନ୍ତ୍ର ଦେଖିବାକୁ ଏକ ବାକ୍ସ ପରି, ଗୋଟିଏ ଫ୍ରେମ ଉପରେ ଏହି ବାକ୍ସ ଖଞ୍ଜାଯାଏ । ଏହା ତଳକୁ ଏକ ରୋଲର ଥାଏ । ରୋଲର ତଳକୁ ଗୋଟିଏ ଆବୁ ଆବୁଆ ତାର ଜାଲି ରଖାଯାଏ ।  ରୋଲର ବୁଲିଲେ ଏହାର ଛୋଟ ଦାନ୍ତ  ଚିନାବାଦାମକୁ ଜାଲି ଉପରେ ଗଡାଇ ଗଡାଇ ଘୋଷାରି ନିଏ । ଫଳରେ  ଦାନ୍ତ  ଚିନାବାଦାମରୁ ଚୋପା ଛାଡିଯାଏ ଏବଂ ମଞ୍ଜିଗୁଡିକ ତଳକୁ ଚାଲିଯାଏ । ଏହି ଯନ୍ତ୍ର ଦ୍ଵାରା ଘଣ୍ଟାକରେ ୧୫ କିଲୋ ବାଦାମରୁ ଚୋପା ଛଡାଯାଇପାରେ ।

ଧାନ ଅମଳ ଯନ୍ତ୍ର

ଏହି ଯନ୍ତ୍ରଟି ସାଇକଲରେ ବସି ପେଡଲ ମାରିବା ପରି ଚଲାଯାଏ । ଏହାର ବାକ୍ସ  ମଧ୍ୟରେ ଏକ ରୋଲର ଡ୍ରମ ଥାଏ । ଡ୍ରମର ଚାରିପାଖରେ ଦାନ୍ତୀସବୁ ଖଞ୍ଜା ହୋଇଥାଏ । ଜଣେ ଲୋକ ପେଡାଲ ଚଳାଇବା ସହିତ ଧାନ ବିଡାକୁ ଡ୍ରମ ଉପରେ ରଖିଲେ ଦାନ୍ତିଦ୍ଵାରା ଧାନ ଝଡି ତଳକୁ ବାହାରି ଆସେ ।  ଏହାପରେ ଏହି  ଧାନକୁ  ପଙ୍ଖା ସଂଯୁକ୍ତ ଧାନ ଉଡା ଯନ୍ତ୍ରରେ ସଫା କରିହୁଏ ।

ଚିନାବାଦାମ ତୋଳା ଯନ୍ତ୍ର

ଚିନାବାଦାମ ଗଛରୁ ଫଳ ଗୁଡିକ ବାହାର କରିବା ପାଇଁ ଏହା ବ୍ୟବହାର କରାଯାଏ । ଗୋଟିଏ ଆୟତାକାର ଫ୍ରେମ୍ ଉପରେ ଚାରିଧାରରେ ପାନିଆ ପରି ସିଧା ଭାବରେ କୀଳା ସବୁ ସଜାଇ ହୋଇରହିଥାଏ । ଏହି ପାନିଆ ସାହାଯ୍ୟରେ ଚିନାବାଦାମ ଗଛରୁ ଫଳ ଅମଳ କରାଯାଏ । ଘଣ୍ଟାକରେ ପ୍ରାୟ ୨୦୦ ରୁ ୩୦୦ କିଲୋଗ୍ରାମ ଫଳ ୪ ଜଣ ମହିଳାଙ୍କଦ୍ଵାରା ଅମଳ କରାଯାଇପାରେ ।

ହସ୍ତ ଚଳିତ ଶସ୍ୟ ସଫା କରିବା ଚାଲୁଣି

ଏହି ଯନ୍ତ୍ରଦ୍ଵାରା ବୁଟ, ଗହମ, ସୋୟାବିନ, ମୁଗ, ବିରି, ଇତ୍ୟାଦି ମଞ୍ଜିରୁ ଅପମିଶ୍ରିତ ମଞ୍ଜି, କାଠିକୁଟା ଓ ଗୁଣ୍ଡ ଇତ୍ୟାଦି ବାହାର କରାଯାଏ । ଗୋଟିଏ ଫ୍ରେମରେ ଦୁଇଟି ଧାତବ ଚାଲୁଣି ଥାଏ । ପ୍ରାୟ ୧୦ କିଲୋଗ୍ରାମ ଶସ୍ୟ ଏହି ଚାଲୁଣିରେ ରଖାଯାଇ ଏହାକୁ ଦୋଳି ପରି ଆଗପଛ କରାଯାଏ । ଏହାଦ୍ଵାରା ଶସ୍ୟ ମଞ୍ଜି ବାହାରିଯାଏ ଓ ଅପମିଶ୍ରିତ ପଦାର୍ଥ ଲୁଣି ଉପରେ ରହିଥାଏ । ପରିଷ୍କୃତ ଶସ୍ୟକୁ ଫୁଣିଥରେ ଚାଲୁଣିରେ ଚଳାଇ ଧୁଳି ଓ ଗୁଣ୍ଡ ଇତ୍ୟାଦି ବାହାର କରାଯାଏ ।

ହସ୍ତଚାଳିତ ପାଣିପମ୍ପ

୫ ମିଟରକୁ କମ୍ ଗଭୀରତାରୁ ପାଣି ଉଠାଇବା ପାଇଁ ଏହି ପମ୍ପ ବ୍ୟବହାର  କରାଯାଇପାରେ । କୂଅ, ପୋଖରୀ, ଗାଡିଆ ଓ କେନାଲରୁ ପାଣି ଉଠାଇ ଫସଲରେ ମଡାଇବା ପାଇଁ ଏହି ପମ୍ପଟି ଖୁବ୍ ଉପଯୋଗୀ । କୃଷକମାନଙ୍କ ପାଇଁ  ୧୫ ଫୁଟ କମ୍ ଗଭୀରରୁ ପାଣି ଉଠାଇବା ପାଇଁ ଅତ୍ୟନ୍ତ ଉପଯୋଗୀ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments