1. କୃଷି ବିଶ୍ବକୋଷ

ଫସଲ ସୁରକ୍ଷାରେ ପରାଶ୍ରୟୀ କୀଟ ଟ୍ରାଇକୋଗ୍ରାମା

ଆଧୁନିକ ଚାଷ ପ୍ରଣାଳୀ ରେ ଏବେ ଫସଲ ର କ୍ଷତିକାରକ କୀଟ ନିଧନ କରିବା ଏବେ ଯେତେ ସହଜ ସେତିକି ପରିବେଶ ସ୍ନେହଶୀଳ ମଧ୍ୟ | ଏବେ କୀଟ ନିୟନ୍ତ୍ରଣ ରେ ସାହାଯ୍ୟ କରିବ ବିରୁଡି ପରି ଛୋଟ ପରାଶ୍ରୟୀ କୀଟ | ଏହି କୀଟମାନେ ଶତ୍ରୁ କୀଟ ର ଅଣ୍ଡା , ଶୁକ, ଅର୍ବକ ତଥା ପୂର୍ଣ୍ଣାଙ୍ଗ କୀଟଗୁଡିକ ଉପରେ ବଂଶ ବିସ୍ତାର କରି ସେଗୁଡିକ ଖାଇ ଯାନ୍ତି |ଟ୍ରାଇକୋଗ୍ରାମା ନିଜ ଜୀବନ ଚକ୍ରର ଇଛି ସୋଉପନ ଯଥା ଅଣ୍ଡା ଓ ଶୁକ ଅବସ୍ଥା ଶତ୍ରୁକିଟର ଶରୀରରେ ସମାପନ ୫ ଖାଦ୍ୟ ଖାଇଥାନ୍ତି |ଫଳରେ ଶତ୍ରୁକିତ ର ମୃତ୍ୟୁ ହୋଇଥାଏ |

KJ Staff
KJ Staff

ଆଧୁନିକ ଚାଷ ପ୍ରଣାଳୀ ରେ ଏବେ ଫସଲ ର କ୍ଷତିକାରକ କୀଟ ନିଧନ କରିବା ଏବେ ଯେତେ ସହଜ ସେତିକି ପରିବେଶ ସ୍ନେହଶୀଳ ମଧ୍ୟ | ଏବେ କୀଟ ନିୟନ୍ତ୍ରଣ ରେ ସାହାଯ୍ୟ କରିବ ବିରୁଡି ପରି ଛୋଟ ପରାଶ୍ରୟୀ କୀଟ | ଏହି କୀଟମାନେ ଶତ୍ରୁ କୀଟ ର ଅଣ୍ଡା  , ଶୁକ, ଅର୍ବକ  ତଥା ପୂର୍ଣ୍ଣାଙ୍ଗ କୀଟଗୁଡିକ ଉପରେ ବଂଶ ବିସ୍ତାର କରି ସେଗୁଡିକ ଖାଇ ଯାନ୍ତି |ଟ୍ରାଇକୋଗ୍ରାମା  ନିଜ ଜୀବନ ଚକ୍ରର କିଛି ସୋଉପନ ଯଥା ଅଣ୍ଡା ଓ ଶୁକ ଅବସ୍ଥା ଶତ୍ରୁକିଟର ଶରୀରରେ ସମାପନ କରି ଥାନ୍ତି |ଫଳରେ ଶତ୍ରୁକିଟ ର ମୃତ୍ୟୁ ହୋଇଥାଏ |

ଟ୍ରାଇକୋଗ୍ରାମା  କାମ :

ପୁର୍ଣ ବୃଦ୍ଧ ହୋଇଥିବା ଟ୍ରାଇକୋଗ୍ରାମା ଜମିରେ କ୍ଷତିକାରକ କୀଟ ର ଅଣ୍ଡା ଖୋଜି ଠାବ କରେ ଓ ତା ଉପରେ ଅଣ୍ଡା ଦେଇଥାଏ |ଟ୍ରାଇକୋଗ୍ରାମା  ଲାର୍ଭା ଅନିଷ୍ଟକାରୀ କୀଟ ର ଅଣ୍ଡା ଗୁଡିକ କୋରି ଖାଏ |

ଫଳରେ ଆକ୍ରାନ୍ତ ଅଣ୍ଡା ଗୁଡିକ ୭ ରୁ ୮ ଦିନ ମଧ୍ୟ ରେ କଳା ପଡି ସେଥିରୁ ପୂର୍ଣ୍ଣାଙ୍ଗ ଟ୍ରାଇକୋଗ୍ରାମା ବାହାରି ଆସେ |

ଏହାର ବ୍ୟବହାର :

ଜମି ରେ ପୋକ ଆକ୍ରମଣ ରେ ବୃଦ୍ଧି ହେଲେ ଏକର ପ୍ରତି ୨୦୦୦୦ ଟ୍ରାଇକୋଗ୍ରାମା  ଅଣ୍ଡା ବା ୧ ରୁ ୨ ଟି ଟ୍ରାଇକୋକାର୍ଡ ପ୍ରୟୋଗ କରିବାକୁ ହୁଏ | ପ୍ରତି ୨୦ ରୁ ୨୮ ଦିନ ବ୍ୟବଧାନ ରେ ଏହାକୁ ଛାଡିବାକୁ ହୁଏ| ଟ୍ରାଇକୋକାର୍ଡ ୫ ଭାଗ କରି କିଆରୀ ର ଚାରିପାଖ ଓ ମଝିରେ ପତ୍ର ର ତଳ ପାଖରେ ବାନ୍ଧିବାକୁ ହୁଏ |

 

କେତୋଟି ସତର୍କତା :

୧) ଏହାର ବ୍ୟବହାର ୧୫ ଦିନ ଭିତରେ କରିବ ଉଚିତ |ଏହା ୫ ରୁ ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ମାତ୍ର ୧୫ ଦିନ ରଖିହୁଏ |

୨)ଖରାଦିନେ ସନ୍ଧ୍ୟାରେ ଓ ଶୀତଦିନେ ସକାଳେ ଏହାକୁ ପ୍ରୟୋଗ କଲେ ଭଲ ଫଳ ମିଳେ |

ଏହାଦ୍ୱାରା ନିୟନ୍ତ୍ରିତ ହେଉଥିବା କୀଟ :

 

ଟ୍ରାଇକୋଗ୍ରାମା ଚିଲୋନିଶ : ନାଲି ପୋକ,ପତ୍ର ମୋଡା ପୋକ (ଧାନ )

                                             କାଣ୍ଡ ବିନ୍ଧା ପୋକ(ଆଖୁ)

                                             ଗୋଟି ପୋକ(ଲେମ୍ବୁ)

                                            ଫଳ ବିନ୍ଧା ପୋକ(ଡାଳିମ୍ବ)

ଟ୍ରାଇକୋଗ୍ରାମା ଜାପାନୀକମ: କାଣ୍ଡ ବିନ୍ଧା ପୋକ(ଧାନ,ମକା)

                                              ଅଗ୍ର ବିନ୍ଧା ପୋକ (ଆଖୁ)

ଟ୍ରାଇକୋଗ୍ରାମା ବ୍ରାସିଲିଏନସିସ : ଫଳ ବିନ୍ଧା ପୋକ ( ବାଇଗଣ  ,ବିଲାତି,ଭେଣ୍ଡି)

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments