1. କୃଷି ବିଶ୍ବକୋଷ

ହଳଦୀ ଚାଷ କରନ୍ତୁ, ଲାଭ ଉଠାନ୍ତୁ

ଆମର ପ୍ରତିଦିନର ରୋଷେଇରେ ହଳଦୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ଠିକ୍ ସେହିପରି ଭାବରେ ବିଭିନ୍ନ ପ୍ରକାରର ଔଷଧ, ପ୍ରସାଧନ ସାମଗ୍ରୀ, ଏବଂ ପୂଜା ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ହଳଦୀକୁ ବହୁଳ ମାତ୍ରାରେ ଉପଯୋଗ କରାଯାଏ l ମୋଟାମୋଟି ଭାବରେ ବଜାରରେ ହଳଦୀର ଚାହିଦା ଅଧିକ ପରିମାଣରେ ରହିଛି l ବେଳେ ବେଳେ ଖବରରେ ଦେଖିବାକୁ ମିଳୁଛି ଯେ, ବଜାରରେ ହଳଦୀର ଅପମିଶ୍ରଣ ହେଉଛି l ଆଜି ଆମେ ଏଠାରେ ଏହି ହଳଦୀ ଚାଷ ସମ୍ପର୍କରେ କିଛି ଆଲୋଚନା କରିବା, ଯାହା ଫଳରେ ଓଡ଼ିଶାର ଚାଷୀଭାଇମାନେ ଏହା ଚାଷ କରି ବେଶ ଲାଭ ପାଇପାରିବେ l

Sugyan Kumar Nayak
Sugyan Kumar Nayak
Turmeric Cultivation

Turmeric Cultivation

ଆମର ପ୍ରତିଦିନର ରୋଷେଇରେ ହଳଦୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ଠିକ୍ ସେହିପରି ଭାବରେ ବିଭିନ୍ନ ପ୍ରକାରର ଔଷଧ, ପ୍ରସାଧନ ସାମଗ୍ରୀ, ଏବଂ ପୂଜା ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ହଳଦୀକୁ ବହୁଳ ମାତ୍ରାରେ ଉପଯୋଗ କରାଯାଏ l ମୋଟାମୋଟି ଭାବରେ ବଜାରରେ ହଳଦୀର ଚାହିଦା ଅଧିକ ପରିମାଣରେ ରହିଛି l ବେଳେ ବେଳେ ଖବରରେ ଦେଖିବାକୁ ମିଳୁଛି ଯେ, ବଜାରରେ ହଳଦୀର ଅପମିଶ୍ରଣ ହେଉଛି l ଆଜି ଆମେ ଏଠାରେ ଏହି ହଳଦୀ ଚାଷ ସମ୍ପର୍କରେ କିଛି ଆଲୋଚନା କରିବା, ଯାହା ଫଳରେ ଓଡ଼ିଶାର ଚାଷୀଭାଇମାନେ ଏହା ଚାଷ କରି ବେଶ ଲାଭ ପାଇପାରିବେ l

ମୁଖ୍ୟତଃ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବହୁଳ ପରିମାଣରେ ହଳଦୀ ଚାଷ କରାଯାଏ l

ଓଡ଼ିଶାର କନ୍ଧମାଳ ହଳଦୀର ଏକ ବିଶେଷ ପ୍ରସିଦ୍ଧି ରହିଛି l ଭଲ ଅମଳ ଦେଉଥିବା ହଳଦୀ କିସମଗୁଡ଼ିକ ମଧ୍ୟରେ ରୋମା, ସୁରମା, ରଙ୍ଗ, ରଶ୍ମି, ରାଜେନ୍ଦ୍ର, ସୋନିଆ ଏବଂ ଲାକଡେଙ୍ଗ୍ ଅନ୍ୟତମ ଅଟନ୍ତି l

ହଳଦୀକୁ ଲଗାଇବା ପୂର୍ବରୁ ପୁଆ ଏବଂ ମୁଣ୍ଡାଗୁଡ଼ିକୁ ମାଙ୍କଜେବ୍ ଏବଂ କ୍ଲୋରୋପାଇରିଫସ ଦ୍ରବଣରେ ୩୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ l ପ୍ରତି ଲିଟର ପିଛା ପାଣିରେ ୫ ଗ୍ରାମ  ମାଙ୍କଜେବ୍ ଏବଂ ୧ ମି.ଲି. କ୍ଲୋରୋପାଇରିଫସ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ l ଏହା ପରେ ଛାଇରେ କିଛି ସମୟ ପାଇଁ ପୁଆ ଏବଂ ମୁଣ୍ଡାଗୁଡ଼ିକୁ ଶୁଖାଇ ଦିଅନ୍ତୁ l ଏହା ଦ୍ୱାରା ହଳଦୀର ପୁଆ ଏବଂ ମୁଣ୍ଡାଗୁଡ଼ିକର ଭଲ ଭାବରେ ବିଶୋଧନ ହୋଇପାରେ l

ହଳଦୀକୁ ପ୍ରଧାନତଃ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ ଠାରୁ ମେ ମାସର ପ୍ରଥମ ସପ୍ତାହ ମଧ୍ୟରେ ଲଗାଇବା ଦରକାର l ହେକ୍ଟର ପିଛା ୨୫ କୁଇଣ୍ଟାଲ ହଳଦୀ ମୁଣ୍ଡା ଓ ପୁଆ ଦରକାର ହୋଇଥାଏ l  ହଳଦୀ ଚାଷ ପାଇଁ ନିଗିଡ଼ା, ବାଲିଆ, ଦୋରସା, ମଟାଳ, ନାଲି ମାଟି ଉପଯୁକ୍ତ ଅଟେ l ହଳଦୀ ଲଗାଇବା ଜମିକୁ ଭଲ ଭାବରେ ଗୁଣ୍ଡ କରି ଚାଷ କରିଦିଅନ୍ତୁ l ମାଟିକୁ ମଇ ଦେଇ ସମାନ କରନ୍ତୁ l  ହେକ୍ଟର ପ୍ରତି ୩୦ କି.ଗ୍ରା. ଫସଫରସ  ଏବଂ ୪୫ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ l  ଏହା ସହିତ ସଢା ଗୋବର ଖତ ମଧ୍ୟ ପ୍ରୟୋଗ କରି ପାରନ୍ତି l ପରେ ଏକ ମିଟର ଓସାରରେ ୧୦- ୧୫ ସେଣ୍ଟିମିଟର ଉଚ୍ଚତାରେ ଲମ୍ବା ପଟି କରନ୍ତୁ l ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଦୂରତା ଏବଂ ଗଛକୁ ଗଛ ୨୦ ସେଣ୍ଟିମିଟର ଦୂରତା ରଖି ହଳଦୀ ପୁଆ ଲଗାନ୍ତୁ l ଗଭୀରତାକୁ  ୫ ସେଣ୍ଟିମିଟର ରଖନ୍ତୁ l ଲଗାଇ ସାରିବାପରେ ଏହା ଉପରେ ମାଟି ଘୋଡ଼ାଇ ଦିଅନ୍ତୁ l ହେକ୍ଟର ପ୍ରତି ୨୫ ଟନ ହିସାବରେ ଏହା ଉପରେ ନଡ଼ା, ଶୁଖିଲା ଡାଳ ପତ୍ର ଏହା ଉପରେ ଘୋଡ଼ାଇ ଦିଅନ୍ତୁ l 

ହଳଦୀ ଲଗାଇବାର ୪୫ ଦିନରେ ଥରେ ଏବଂ ୯୦ ଦିନରେ ଥରେ କୋଡା ଖୁସା କରି ଅନାବନା ଘାସ ବାଛିଦେବାକୁ ହେବ l ଯଦି ଅଧିକ ଘାସ ହୋଇଥାଏ ତେବେ ତୃତୀୟ ଥର ମଧ୍ୟ ଘାସ ବାଛିବାକୁ ହେବ l ଏହି ସମୟରେ ପୁଣି ଥରେ ସାର ପ୍ରୟୋଗ କରିବା ସହିତ ଏହାକୁ ଡାଳ ପତ୍ର ଦେଇ ଘୋଡ଼ାଇ ଦେବାକୁ ପଡ଼ିବ l ହଳଦୀ ଫସଲରେ ମୁଖ୍ୟତଃ ସଢା ଗୋବର ଖତ, ଯବକ୍ଷାରଯାନ, ଫସଫରସ, ପଟାସ ସାର ପ୍ରୟୋଗ କରିବାକୁ ହୋଇଥାଏ l

ହଳଦୀ ଗଛ ମୁଖ୍ୟତଃ ବର୍ଷା ଋତୁରେ ବୃଦ୍ଧି ପ୍ରାପ୍ତ ହୋଇଥାଏ l ବର୍ଷା ଋତୁ ଶେଷ ହୋଇଯିବା ପରେ ଅକ୍ଟୋବର ମାସରେ ପ୍ରତି ୧୫ ଦିନରେ ଥରେ ପାଣି ଦେବାକୁ ହୋଇଥାଏ l ସଠିକ ପଦ୍ଧତି ଅବଲମ୍ବନ କରି ହଳଦୀ ଚାଷ କରିଲେ ହେକ୍ଟର ପ୍ରତି ୨୦୦-୨୫୦ କି.ଗ୍ରା. ପର୍ଯ୍ୟନ୍ତ କଞ୍ଚା ହଳଦୀ ଅମଳ ହୋଇଥାଏ l

ହଳଦୀ ଅମଳ ପରେ ଏହାର ଚେର କଟିଦିଆ ଯାଏ ଏବଂ ପାଣିରେ ଭଲ ଭାବରେ ପରିଷ୍କାର କରାଯାଏ l ଗୋଟିଏ ବଡ଼ ହାଣ୍ଡିରେ ପରିଷ୍କାର ହୋଇଥିବା ହଳଦୀ ପୁଆ ଏବଂ କଟାଯାଇଥିବା ମୁଣ୍ଡାକୁ ଗୋଟିଏ ଘଣ୍ଟା ସିଝା ଯାଇଥାଏ l ସିଝିଯାଇଥିବା ହଳଦୀକୁ ୭-୮ ଦିନ ଧରି ଟାଣ ଖରାରେ ଶୁଖାଇ ଦିଆଯାଏ l ହଳଦୀ ଭଲ ଭାବରେ ଶୁଖିଗଲା ପରେ ଏହାକୁ ଖଣ୍ଡ ଆକାରରେ ବଜାରରେ ବିକ୍ରି କରାଯାଏ କିମ୍ବା ପ୍ରକ୍ରିୟାକରଣ କରି ବିକ୍ରି କରାଯାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments