1. କୃଷି ବିଶ୍ବକୋଷ

ଜାଣନ୍ତୁ, କେଉଁ ଜୀବ ମାଟି ପାଇଁ ଉପକାରୀ ……?

ବୃକ୍ଷ ବଢିବା ପାଇଁ ସୂର୍ଯ୍ୟକିରଣ, ପାଣି ଓ ଖଣିଜ ଲବଣର ଆବଶ୍ୟକତା ହୋଇଥାଏ | ସାଧାରଣତଃ ବିନା ମାଟିରେ ଗଛ ଭଲ ବଢିପାରେ ନାହିଁ | ଆଉ ଯଦି ବାଲି କଥା କହିବା ବାଲିରେ ମଧ୍ୟ କମ୍ ପରିମାଣରେ ଜୈବସାର ଥାଏ ଯାହାଫଳରେ ଗଛ ଗୁଡ଼ିକ ଉଧେଇବା କଷ୍ଟକର ହୁଏ |

Tanushree Mahapatra
Tanushree Mahapatra
Unknown facts about soil

Unknown facts about soil

ବୃକ୍ଷ ବଢିବା ପାଇଁ ସୂର୍ଯ୍ୟକିରଣ, ପାଣି ଓ ଖଣିଜ ଲବଣର ଆବଶ୍ୟକତା ହୋଇଥାଏ | ସାଧାରଣତଃ ବିନା ମାଟିରେ ଗଛ ଭଲ ବଢିପାରେ ନାହିଁ | ଆଉ ଯଦି ବାଲି କଥା କହିବା ବାଲିରେ ମଧ୍ୟ କମ୍ ପରିମାଣରେ ଜୈବସାର ଥାଏ ଯାହାଫଳରେ ଗଛ ଗୁଡ଼ିକ ଉଧେଇବା କଷ୍ଟକର ହୁଏ | ମୃତ୍ତିକା ଯାଞ୍ଚ ର ଆବଶ୍ୟକତା କ୍ଷୟ ବୃଦ୍ଧି ପାଇବାରୁ ଏବେ ଦିନକୁ ଦିନ ମାଟି ଯାଞ୍ଚ ର ଆବଶ୍ୟକତା ବଢ଼ିବାରେ ଲାଗିଛି | ଫସଲ ର ଅମଳ ବହୁ ମାତ୍ର ରେ ମାଟି ଉପରେ ନିର୍ଭରଶୀଳ ,ତେଣୁ ଏହାକୁ ଦୃଷ୍ଟି ରେ ରଖି ହଳ କରିବା ପୂର୍ବରୁ ନିଜ ଜମି ରୁ ମାଟି ପରୀକ୍ଷା ନିଶ୍ଚିନ୍ତ କରନ୍ତୁ |

ସବୁ ମାଟି (soil test) ଗଛ ବଢିବା ପାଇଁ ଉପଯୁକ୍ତ ହୋଇନଥାନ୍ତି | କାଦୁଅରେ ମଧ୍ୟ ଗଛଲତା ଗୁଡ଼ିକ ଭଲ ବଢିପାରନ୍ତି ନାହିଁ , ଏହାର କାରଣ ଗଛ ଚାରିପାଖେ ଅଧିକ ପାଣି ଜମି ରହିଲେ ଗଛର ଚେର ପଚିଯାଏ | ଯାହାଫଳରେ ଗଛର ଚେରଗୁଡିକ ଠିକ୍ ଭାବରେ ଶ୍ୱାସ କ୍ରିୟା କରିପାରନ୍ତି ନାହିଁ | କାଦୁଆ ମାଟିରେ ଜୈବସାର୍ ପରିମାଣ ଖୁବକମ୍ ଥାଏ ତେଣୁ କାଦୁଆ ମାଟିରେ ଗଛ ଭଲ ବଢିପାରେନି | ବୃକ୍ଷରୋପଣ ପାଇଁ ସବୁଠୁ ଭଲ ହୋଇଥାଏ ଦୋରସା ମାଟି | ସେଥିରେ ଗଛ ସୁସ୍ଥ ସବଳ ହେବା ସହ ଭଲ ବଢିଥାଏ | ଏହା ସହ ମାଟିରେ ଜୈବସାର ଥାଏ | ଗଛ ପାଇଁ ଜୈବ ସାର୍ ଖୁବ ଦରକାରୀ | ଜୈବ ସାରରେ ଖଣିଜ ଲବଣ ଥାଏ ଯାହାଫଳରେ ଗଛର ବୃଦ୍ଧି ଭଲ ହୋଇଥାଏ |

ଗଛ ଲଗାଇବାର ସଉକ ଥିଲେ ଆପଣ ନିଜେ ମଧ୍ୟ ମାଟି ପରୀକ୍ଷା (soil test)କରିପାରିବେ | ପ୍ରଥମେ 3ଟି କୁଣ୍ଡିଆ ନେବେ ଗୋଟିକରେ ବାଲି ଓ ଅନ୍ୟ ଦୁଇଟିରେ କାଦୁଅ ଓ ଦୋରସା ମାଟି ଭର୍ତ୍ତି କରିବେ | ପ୍ରତ୍ୟେକ କୁଣ୍ଡରେ ଶିମ୍ବ ମଞ୍ଜି ପୋତିବେ | କୁଣ୍ଡଗୁଡିକ ବଗିଚାରେ ରଖି ପ୍ରତି କୁଣ୍ଡରେ ଦିନକୁ ଦୁଇଥର ପାଣି ଦେବେ | ଦୁଇ ତିନି ଦିନ ମଧ୍ୟରେ ମଞ୍ଜିଗୁଡିକରୁ ଛୋଟ ଛୋଟ ଗଜା ବାହାରିବ | ଗଜା ଗଛ ଗୁଡିକ ସେହିପରି ଆଉ ସପ୍ତାହେ ଛାଡିଦେବା ଓ ସେଗୁଡିକ ନିୟମିତ ପଣି ଦେଉଥିବା | ବାଲି ଓ କାଦୁଅରେ ଉଠିଥିବା ଗଛଗୁଡିକ ଅତି ଦୁର୍ବଳ ଓ ରୋଗାକ୍ରାନ୍ତ ହୋଇଯିବାର ଦେଖିବାକୁ ମିଳିବ ଓ ଏହା ନରମ ଓ ହଳଦିଆ ରଙ୍ଗ ଦିଶୁଥିବାର ଦେଖିବାକୁ ମିଳିବ | ଦୋରସା ମାଟିରେ ଗଛ ଗୁଡ଼ିକ ଭଲ ବଢୁଥିବାର ଦେଖିବାକୁ ମିଳିବ ଓ ଗଛ ଗୁଡ଼ିକ ସତେଜ ଓ ସବୁଜ ରଙ୍ଗ ଦେଖାଯିବ | ଏଥିରୁ ଜଣା ପଡିବ କେଉଁ ମାଟିରେ ଗଛ ଭଲ ବଢିଥାଏ |

ମାଟି (soil) ଭିତରେ ବିଭିନ୍ନ ପ୍ରକାରର ଜୀବ ବସବାସ କରିଥାନ୍ତି , ଯାହାକୁ ଆମେ ଖାଲି ଆଖିରେ ଦେଖିବା କଷ୍ଟକର ହୋଇଥାଏ | ଏହା କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବା ସମ୍ଭବ ପର ହୋଇଥାଏ | ମାଟିରେ ଅନେକ ପ୍ରକାର ଜୀବାଣୁ ମଧ୍ୟ ଥାଆନ୍ତି |

କେତକ ଜୀବାଣୁ କ୍ଷତିକାରକ ହୋଇଥିବା ବେଳେ କେତେକ ଜୀବାଣୁ ଦରକାରୀ ହୋଇଥାଏ | ଏହା ବ୍ୟତୀତ ଆଉ କେତେକ ସୂତାଭଳି ଉଦ୍ଭିଦ ମାଟିରେ(soil test) ରହନ୍ତି | ପ୍ରୋଟୋଜୋଆ ବୋଲି ଏକ ପ୍ରକାର ଅତି ସୂକ୍ଷ୍ମ ପ୍ରାଣୀ ମଧ୍ୟ ମାଟି ଭୀତରେ ଦେଖାଯାଏ | ମାଟି ଭିତରେ ଅନେକ ପ୍ରକାର କୀଟପତଙ୍ଗ ବାସ କରନ୍ତି | ଯଥା: ଉଇ , ମାଟିଭଅଁର ଇତ୍ୟାଦି |

ଆଉ କେତେକ ବଡ ହେଲା ପରେ ଯାଇ ମାଟି ଭିତରେ ରହନ୍ତି ଯଥା: ଝିଣ୍ଟିକା ଭଳି ପତଙ୍ଗମାନେ ମାଟିରେ (soil test)ଗାତ ଖୋଳି ଅଣ୍ଡା ଦିଅନ୍ତି | ପିମ୍ପୁଡି ମଧ୍ୟ ମାଟିରେ ରହନ୍ତି | ଆଉ କେତେକ କୀଟ ମାଟି ଖୋଳନ୍ତି, ତାଙ୍କ ଗୋଡ ବିଶେଷ କରି ମାଟି ଖୋଲିବା ପାଇଁ ଗଢା ଯଥା: ମାଟିଭଅଁର ଏହି ଜାତିର ଗୋଟିଏ ଜୀବ ଅଟେ | ମାଟି ଭିତରେ ରହୁଥିବା ଅଧିକାଂଶ କୀଟ ଉଦ୍ଭିଦ ମଲା ଅଂଶ , ଯଥା- ଶୁଖିଲା ପତ୍ର ଖାଇ ବଞ୍ଚନ୍ତି | ଦୋରସା ମାଟି ସେମାନଙ୍କ ଲାଗି ଖୁବ ଭଲ କାରଣ, ଏଥିରେ ଉଦ୍ଭିଦ ମଲା ଅଂଶ ବହୁ ପରିମାଣରେ ଥାଏ | ତେନ୍ତୁଳିଆ ବିଛା, କଙ୍କଡା ବିଛା, ତେଲୁଣିପୋକ ପ୍ରଭୁତି କେତେକ ଜୀବ ମଧ୍ୟ ମାଟି ଭିତରେ ବାସ କରନ୍ତି ।

ମାଣ୍ତିଆ ପାଇଁ ମିଳିବ ୨୬ ହଜାର ଟଙ୍କା

କଳିଙ୍ଗ ଷ୍ଟାଡିୟମ୍‌‌ରେ ‘ମିଲେଟ୍‌‌ ଶକ୍ତି’ ଆଉଟ୍‌‌ଲେଟ୍‌‌

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments