
ଧାନ ଫସଲରେ ସାର ପ୍ରୟୋଜନ କ୍ଷେତ୍ରରେ ଯବକ୍ଷାରଜାନ ସାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ |ଫସଲର ଆରମ୍ଭରୁ ଥୋଡ ଧରିବା ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯେଉଁ ସାର ପ୍ରୟୋଗ କରାଯାଏ ସେଥିରେ ସାଧାରଣତଃ ଯବକ୍ଷାରଜାନ ଜାତୀୟ ସାରର ମାତ୍ରା ଅଧିକ ଥାଏ ଯାହା ଗଛର ବୃଦ୍ଧିରେ ସହାୟକ ହୋଇଥାଏ |
ତଥାପି ସୁଷମ ସାର ପ୍ରୟୋଗର ବିଚାରରେ ଆମକୁ ସର୍ବଦା ମାଟିର ଆବଶ୍ୟକତାକୁ ପ୍ରଥମେ ଆକଳନ କରିବାକୁ ପଡିଥାଏ |ଅର୍ଥାତ ଯବକ୍ଷାରଜାନ ଆବଶ୍ୟକତା ନଥିବା ଧାନଫସଲର ଏହି ଜାତୀୟ ସାର ପ୍ରୟୋଗ ଦ୍ୱାରା ଚାଷୀ ଅଦରକାରୀ ବ୍ୟୟ ବହନ କରିବା ସହ ମାତ୍ରାଧିକ ଯବକ୍ଷାରଜାନ ର କୁପ୍ରଭାବ ମଧ୍ୟ ଫସଲ ଉପରେ ପଡିଥାଏ |ଏହା ଦ୍ୱାରା ରୋଗପୋକ ହେବାର ସଂଭାବନା ମଧ୍ୟ ଅଧିକ ଥାଏ |
ତେବେ ଧାନ ଫସଲ କ୍ଷେତ୍ରରେ ଉପଲବ୍ଦ ଥିବା ଯବକ୍ଷାରଜାନର ମାତ୍ରା ଜାଣିବା ପାଇଁ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI) କଟକଙ୍କ ଦ୍ୱାରା ଏକ ସହଜ କୌଶଳର ଆବିଷ୍କାର ହୋଇପାରିଛି ଯାହାକୁ ଲିଫ କଲର ଚାର୍ଟ (L.C.C) ବା ପତ୍ର ରଙ୍ଗ ଚାର୍ଟ ବୋଲି କୁହାଯାଇଛି |ଏହି ପତ୍ରର ଚାର୍ଟ ବିଭିନ୍ନ ରତୁ ଓ ଵଉଦ୍ଭିନ୍ନ ଜମି କିସମ ପାଇଁ ନିର୍ଦ୍ଧାରିତ ନିମ୍ନ ସୂତ୍ରାବଳୀ ଅନୁସାରେ ବ୍ୟବହାର କରାଯାଇଥାଏ |
- ଧାନ ଗଛର ସବୁଜତା ଏବଂ ଯବକ୍ଷାରଜ଼ାନର ମାତ୍ରା ନିରୂପଣ କରିବାପାଇଁ ଏଲ.ସି.ସି ଏକ ଶସ୍ତା,ସହଜ ଓ ସାବଲୀଳ ମାଧ୍ୟମ |
- ଭିନ୍ନ ଭିନ୍ନ ଯବକ୍ଷାରଜ଼ାନ ମାତ୍ରାରେ ଚାଷ କରାଯାଇଥିବା ଶତାଧିକ ଧାନ କିସମର ପତ୍ରରଙ୍ଗ ବର୍ଣ୍ଣାଳି ଉପରେ ଆଧାରିତ ଏଲ.ସି .ସି କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ,କଟକ ଦ୍ୱାରା ବିକଶିତ କରାଯାଇଛି |
- ଏଲ.ସି.ସି ବ୍ୟବହାର ଦ୍ୱାରା ଯବକ୍ଷାରଜ଼ାନର ଉପଯୋଗୀ କ୍ଷମତାକୁ ବଢ଼ାଇ ଅଧିକ ଅମଳ ଓ ଲାଭ କରାଯାଇ ପାରିବ |
- ଏହି ଏଲ.ସି.ସି ଏବଂ ତଳେ ଦିଆଯାଇଥିବା ସାରଣୀକୁ ବ୍ୟବହାର କରି କୃଷକମାନେ ଯବକ୍ଷାରଜ଼ାନ ପ୍ରୟୋଗର ସଠିକ ସମୟ ଏବଂ ମାତ୍ରା ନିର୍ଦ୍ଧାରଣ କରିପାରିବେ |
Share your comments