1. କୃଷି ବିଶ୍ବକୋଷ

ପ୍ଲାଷ୍ଟିକ ପରିବର୍ତେ କରନ୍ତୁ ଏହାର ବ୍ୟବହାର

ପ୍ଲାଷ୍ଟିକ ପରିବର୍ତେ କରନ୍ତୁ ଏହାର ବ୍ୟବହାର

KJ Staff
KJ Staff

ଶରୀର ଏବଂ ପରିବେଶ ଲାଗି ଶ୍ବାସ୍ଥ୍ୟକର ବିକଳ୍ପ
ମାକାରଙ୍ଗା ନିକୋବରୀକା

ଦିନକୁ ଦିନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା ସହ ସମସ୍ତେ ଏବେ ଖୋଜୁଛନ୍ତି ପ୍ଲାଷ୍ଟିକ ବ୍ୟତୀତ ଅନ୍ୟ କିଛି ବିକଳ୍ପ |ତେବେ ଏହାର ଏକ ଚମତ୍କାରୀ ବିକଳ୍ପ କୁ ଆବିଷ୍କାର କରିଛି ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ର (ଆଇ.ସି.ଏ.ଆର )
ଭାରତ ର କୃଷି ବିଭାଗ ଏବଂ କୃଷି କାର୍ଯ୍ୟ କୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ପ୍ରଯୁକ୍ତି ,ଉପକରଣ ,କିସମ ଇତ୍ୟାଦି ର ଅନୁସନ୍ଧାନ ଏବଂ ବୈଜ୍ଞାନିକ ତଥ୍ୟ ଉଦ୍ଭାବନ ରେ ସର୍ବଦା ତତ୍ପର ରହିଥାଏ ଆଇ.ସି.ଏ.ଆର |

ତେବେ ପଲିଥିନ ର ଅନ୍ୟତ୍ର ବିକଳ୍ପ ର ଆବିଷ୍କାର କରିବାକୁ ଯାଇ ଆଇ.ସି.ଏ.ଆର ଏକ ପରିବେଶ ସୁରକ୍ଷିତ ଉପାୟ ଆଣିଛନ୍ତି ଏବଂ ଏହା ହେଉଛି ଆଣ୍ଡାମାନ ଓ ନିକୋବର ଦ୍ବୀପ ରେ ଦେଖିବାକୁ ମିଳୁଥିବା ଏକ ବିଶେଷ ବୃକ୍ଷ ; ମାକାରଙ୍ଗା ନିକୋବରୀକା |

ଆଇ ସି ଏ ଆର ନିଜର ଟ୍ୱିଟର ଆକାଉଣ୍ଟ ଦ୍ୱାରା ଦର୍ଶାଇଛନ୍ତି ଯେ ଏହି ଗଛ ର ପତ୍ର ଏତେ ବୃହଦ ଯେ ସେମାନେ ପ୍ଲାଷ୍ଟିକ ପରି କାମ ରେ ଲାଗିପାରିବେ |ଏହି ବୃକ୍ଷ ର କେରଳ ର ବୈଜ୍ଞାନିକ ମାନଙ୍କ ମଧ୍ୟରେ ବେଶ ଅଧିକ ଚାହିଦା ଦେଖିବାକୁ ମିଳିଛି |ଏହାକୁ ମାଲାୟାଲାମ ରେ ଭଟ୍ଟାୟୀଲା ବୃକ୍ଷ ବୋଲି କୁହାଯାଇଥାଏ |

 

ଏହାର ଏକ ସାମ୍ପଲ କେରଳ ସ୍ତିତ ଥିସୁର ରେ ରଖା ଯାଇଛି |

ଏହାର କେତେକ ବିଶେଷ ତଥ୍ୟ :

-ଏହା ମୁଖ୍ୟତ ଆଣ୍ଡାମାନ ଓ ନିକୋବର ଦ୍ବୀପ ରେ ଦେଖିବାକୁ ମିଳେ ଏବଂ ବୃକ୍ଷ ଟି ରେ ବହୁତ ବଡ ପତ୍ର ଥିବା ସହ ଗଛ ରେ ବହୁ ପତ୍ର ରହିଥାଏ |
-ଏହାର ଦାର୍ଘ୍ୟ ହାରାହାରି ୭୦ ସେ.ମି ଯାହା ଏକ ସାଧାରଣ ଖାଇବା ଥାଳି ର ପ୍ରାୟେ ଗୁଣା ହେବ |
-ପତ୍ର ଟି ଅଧିକ ଵିଭଜିତ ନୁହେଁ ଏବଂ ଏହା ବହୁତ ଅଧିକ ଚାପ ସହି ପରେ ଏବଂ ଶୀଘ୍ର ଚିରିବ ନାହିଁ |
-ଏହି ପତ୍ର ର ନିଜସ୍ୱ କୌଣସି ସ୍ୱାଦ ନଥାଏ ,ତେଣୁ ଏଥିରେ ଖାଇହେବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments