1. କୃଷି ବିଶ୍ବକୋଷ

ଛତୁ ରୁ ତିଆରି ହେଉଥିବା କେତୋଟି ଚମତ୍କାରୀ ଖାଦ୍ୟ

ଛତୁ ରୁ ତିଆରି ହେଉଥିବା କେତୋଟି ଚମତ୍କାରୀ ଖାଦ୍ୟ

KJ Staff
KJ Staff

ଛତୁ ର ବିରଳ ଉତ୍ପାଦ

ଛତୁ କୁ ତରକାରୀ ପକୋଡା ରୋଲ ଇତ୍ୟାଦି ଆପଣ ନିଶ୍ଚିନ୍ତ ଖାଇଥିବେ କିନ୍ତୁ ଏହି ପରି କେତୋଟି ବିରଳ ଉତ୍ପାଦ ହୁଏତ କେବେ ଖାଈନଥିବେ |ଆସନ୍ତୁ ଜାଣିବା ସେ ସବୁ ଚମତ୍କାରୀ ଉତ୍ପାଦ ବିଷୟରେ ..
ଛତୁ ସୁପ ପାଉଡ଼ର :ଏହା ବିଶେଷ ଭାବେ ଶାମୁକା ଏବଂ ବଟନ ଛତୁ ର ଛୋଟ ଛୋଟ ଖଣ୍ଡ ରୁ ତିଆରି ହୁଏ |ସେହି ଖଣ୍ଡ ସବୁ କୁ ଭଲ ଭାବେ ଗୁଣ୍ଡ କରି ଅନ୍ୟ କେତେକ ପଦାର୍ଥ ଯେପରି ମିଲକ ପାଉଡର ସହ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ |
ଡାଏଟ ପ୍ରତି ବେଶ ସଚେତନ ଥିବା ବ୍ୟକ୍ତି ଙ୍କ ଲାଗି ଏହା ଅଧିକ ଉପଯୋଗୀ |

ଛତୁ ବିସ୍କୁଟ

 ମୈଦା ଘିଅ ,ଚିନି ,ନଡ଼ିଆ ଗୁଣ୍ଡ ,ଇତ୍ୟାଦିସହ ଛତୁ ପାଉଡର କୁ ମିଶାଇ ତିଆରି ହୋଇଥାଏ ଛତୁ ବିସ୍କୁଟ |ଏହା ଖାଇବାକୁ ସାଧାରଣ ବିସ୍କୁଟ ପରି କିନ୍ତୁ ଅଧିକ ସ୍ୱାଦିଷ୍ଟ |

ଛତୁ ନଗେଟ ;

ଛତୁ ପାଉଡର କୁ ବିରି ଡାଲି ସହ ଭଲ ଭାବେ ତାକୁ ବାଟି ସେଥିରୁ ନଗେଟ ତିଆରି କରାଯାଏ |ଏହା କୁ ସାଧାରଣ ଭାବେ ତେଲ ରେ ଛାଣି ପକୁଡି ଭାବେ ଖାଇପାରିବେ ନହେଲେ ସୋୟା ବଢି ପରି ଏହାକୁ ତରକାରୀ ରେ ମଧ୍ୟ ମିଶାଇ ଖାଇପାରିବେ |

ଛତୁ ସସ :

ସବୁଠାରୁ ଅଧିକ ଚାହିଦା ଥିବା ଏହି ଉତ୍ପାଦ ର ପ୍ରସ୍ତୁତି ଲାଗି ଛତୁ କୁ ଭଲ ଭାବେ ବାଟି ତାହାକୁ ଏସିଟିକ୍ ଏସିଡ ଓ ଅନ୍ୟାନ୍ୟ ଦ୍ରବ୍ୟ ସହ ମିଶାଇ ଏହି ଉତ୍ପାଦ ତିଆରି କରାଯାଏ |

ଛତୁ ଚିପ୍ସ :

ସଯ ଛତୁ କୁ ତୋଳି ଏହାକୁ ଛୋଟ ଛୋଟ ସ୍ଲାଇଶ ରେ କାଟି ଏଥିରେ ଲଙ୍କା ଗୁଣ୍ଡ ଲୁଣ ଅତୟାଦି ଗୋଳାଇ ସାଇଟ୍ରିକ ଏସିଡ ରେ ଗୋଳାଇ ଏହାକୁ ଶୁଖାଇ ଏଥିରୁ ଚିପ୍ସ ପ୍ରସ୍ତୁତ କରାଯାଏ |
ଏହାକୁ ସାଧାରଣ ଆଳୁ ଚିପ୍ସ ପରି ତେଲ ରେ ଛାଣି ଖାଇପାରିବେ |

ତେବେ ଛତୁ ର ଏହି ବିରଳଉତ୍ପାଦ କୁ ନିଶ୍ଚିନ୍ତ ଥରେ ଖାଇ ଏହାର ମଜା ନିୟନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments