1. କୃଷି ବିଶ୍ବକୋଷ

କପା ଚାଷ ରେ ଧଳା ମାଛି ନିୟନ୍ତ୍ରଣ :

କପା ଚାଷ ରେ ଧଳା ମାଛି ନିୟନ୍ତ୍ରଣ :

KJ Staff
KJ Staff

ବହୁ ପ୍ରାଚୀନ କାଳ ରୁ କପା ଚାଷ ଭାରତ ରେ ସୁପ୍ରସିଦ୍ଧ |ତେବେ ଏହି ଚାଷ ରେ ମୁଖ୍ୟତ କୀଟ ନିୟନ୍ତ୍ରଣ ଏକ ବଡ ସମସ୍ୟା |ବିଶେଷ କରି ଗଛ ପତ୍ର ଏବଂ ଫୁଲ ରୁ ରସ ଶୋଷି ବହୁ ପ୍ରକାର କୀଟ ଏହାର ଅମଳ ହ୍ରାସ କରିଥାନ୍ତି |ଭାରତ ରେ ସର୍ବାଧିକ କୀଟନାଶକ କପା ଫସଲ ରେ ହିଁ ପ୍ରୟୋଗ କରାଯାଇଥାଏ |ଏହା ବ୍ୟତୀତ ଭାରତ ରେ ହାରାହାରି ୪୦ ରୁ ୫୦ ଲକ୍ଷ ଲୋକ କପା ଚାଷ ଏବଂ ବାଣିଜ୍ୟ ରେ ନିଯୁକ୍ତ ଅଛନ୍ତି |
ଭାରତ ରେ ହାରାହାରି ୯୦ କୋଟି ହେକ୍ଟର ରେ ଏହା ଚାଷ କରାଯାଇଥାଏ ଏବଂ ଏବେ ଓଡିଶା ରେ ମଧ୍ୟ କପା ଚାଷ ଲାଗି ବହୁ ଚାଷୀ ମାନେ ଅଗ୍ରସର ହେଉଛନ୍ତି |ତେବେ କପା ଚାଷ ପୂର୍ବରୁ କପା ରେ ଲାଗୁଥିବା କୀଟ ଙ୍କ ବିଷୟରେ ଜାଣିବା ଆବଶ୍ୟକ |

ଧଳା ମାଛି :


ଏହି ପୋକ ଗଛ କୁ ୨ପ୍ରକାର କ୍ଷେତିଗ୍ରସ୍ତ କରିଥାଏ |ପ୍ରଥମେ ଗଛ ରୁ ରସ ଶୋଷି ଏହା ଗଛ କୁ ଦୁର୍ବଳ କରେ ଏବଂ ଏମାନଙ୍କ ଦ୍ୱାରା ନିଷ୍କାସିତ ହୋଇଥିବା ମହୁ ପରି ମିଠା ଦ୍ରବ୍ୟ ଦ୍ୱାରା ଗଛରେ କଳା ଫିମ୍ପି ମାରନ୍ତି ଯାହା ଦ୍ୱାରା ଗଛ ର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ |
ଏହା ସହ ଏହି ଧଳା ମାଛି ବିଭିନ୍ନ ପ୍ରକାର ଭୁତାଣୁ ଜନିତ ରୋଗ ପ୍ରସାରିତ କରିଥାଏ |ତେଣୁ ଏହି ପୋକ ର ଆକ୍ରମଣ ରେ କପା ର ମାନ ହ୍ରାସ ପାଇବା ସାଙ୍ଗରେ ଭଲ ଅମଳ ମଧ୍ୟ ଖୁବ କାମ ହୋଇଥାଏ |

 

ଏହାର ନିୟନ୍ତ୍ରଣ :


ନିୟନ୍ତ୍ରଣ ଲାଗି ଧଳା ମାଛି ସଂଖ୍ୟା ଖୁବ କାମ ଥିଲା ସମୟରୁ ହିଁ ଏମାନଙ୍କ ନିୟନ୍ତ୍ରଣ ପ୍ରକ୍ରିୟା ଆରମ୍ଭ କରିଦେବା ଆବଶ୍ୟକ |
ପ୍ରଥମେ ଜମି କୁ ସଫା ରଖନ୍ତୁ|ଅଧିକ ଅନାବନା ଘାସ ହେବ ରୋଗ ପୋକ ବୃଦ୍ଧି ର ମୁଖ୍ୟ କାରଣ ହୋଇଥାଏ |ପୂର୍ବ ଫସଲ ର ଅଂଶ ଗୁଡିକ ଜମି ରୁ କାଢି ଜଳାଇ ଦିଅନ୍ତୁ |ଏହା ଦ୍ୱରା ମଧ୍ୟ ବିଭିନ୍ନ ରୋଗ ର ସଂକ୍ରମଣ ସମ୍ଭାବନହ୍ରାସ ପାଇଥାଏ |
ବାରମ୍ବାର ରାସାୟନିକ କୀଟନାଶକ ବ୍ୟବହାର କରିଲେ ସମୟାନୁକ୍ରମେ ପୋକ ହ୍ରାସ ହେବ ବ୍ୟତୀତ ବଢିବା ଆରମ୍ଭ କରିଥାନ୍ତି |ସେଥି ପ୍ରତି ସତର୍କ ରୁହନ୍ତୁ ଏବଂ ରାସାୟନିକ କୀଟନାଶକ ବ୍ୟତୀତ ନିମ୍ବ ମଞ୍ଜି ରୁ ତିଆରି ତେଲ ର ବ୍ୟବହାର କରିଲେ ଉତ୍ତମ ଫଳ ମିଳିଥାଏ |ଏହା ଏକ ସମୟରେ ବହୁ କୀଟ ନିୟନ୍ତ୍ରିତ କରିଥାଏ |
ନିମ୍ବ ତେଲ (୧ ଲିଟର ପାଣି ରେ ୧୦ ମି.ଲି ) ବା ନିମ୍ବ ମଞ୍ଜି ରୁ ତିଆରି ତେଲ (୧ ଲିଟର ପାଣି ରେ ୫୦ ମି ଲି ତେଲ )ଧଳା ମାଛି ନିୟନ୍ତ୍ରଣ ରେ ବିଶେଷ ଭାବେ ଉପଯୋଗୀ |

ଯଦି ପ୍ରତ୍ୟେକ ଗଛ ରେ ୧୦ ରୁ ଅଧିକ ଧଳା ମାଛି ଦେଖୁଛନ୍ତି ତେବେ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତୁ |ମନେ ରଖନ୍ତୁ ଯେକୌଣସି କୀଟନାଶକ ପତ୍ର ତଳ ଭାଗ ରେ ସ୍ପ୍ରେ କଲେ ଉତ୍ତମ ଫଳ ମିଳିଥାଏ |

ଅନ୍ୟ କୀଟ ଙ୍କ ବିଷୟରେ ସୋମବାର ପ୍ରକାଶ ପାଇବ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments