Agripedia

କପା ଉତ୍ପାଦନରେ ପ୍ରଥମ ଭାରତ

ରିପୋର୍ଟ ଅନୁଯାୟୀ କପାର ସର୍ବାଧିକ ଉତ୍ପାଦନ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ହୋଇଥାଏ | ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ଆନ୍ଧ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ଓଡିଶାରେ ମଧ୍ୟ ଏହି ଫସଲ ଚାଷ କରାଯାଇଥାଏ |

24 June, 2022 5:09 PM IST By: Rajashree

କପାର ଉଦ୍ଭବ କେନ୍ଦ୍ର ଭାରତ | ବିଶ୍ୱରେ ସର୍ବାଧିକ କପା ଉତ୍ପାଦନ ଭାରତରେ ହୋଇଥାଏ | ଭାରତର ବିଭିନ୍ନ ରାଜ୍ୟରେ କପା ଅମଳ(Cotton Farming)ହାର ଭିନ୍ନ ଭିନ୍ନ ହୋଇଥାଏ | ଗୁଜୁରାଟର ହାରାହାରି ଅମଳ 700 କିଲୋଗ୍ରାମ / ହେକ୍ଟରରୁ ଅଧିକ | ରିପୋର୍ଟ ଅନୁଯାୟୀ କପାର ସର୍ବାଧିକ ଉତ୍ପାଦନ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ହୋଇଥାଏ |

ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ଆନ୍ଧ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ଓଡିଶାରେ ମଧ୍ୟ ଏହି ଫସଲ ଚାଷ (Cotton Farming) କରାଯାଇଥାଏ | ଓଡିଶାର ପଶ୍ଚିମାଞ୍ଚଳରେ ଅନ୍ୟ ଚାଷ ପରି କପା ଚାଷକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ | ଏହା କମ୍ ପାରିଶ୍ରମିକଯୁକ୍ତ ଫସଲ | ଏହା ଉଲ୍ଲେଖନୀୟ ଧୀର ବିପ୍ଳବ ଆଣିଛି କହିଲେ ଅଚ୍ୟୁତି ହେବ ନାହିଁ | ଏହା ଏକ ପ୍ରମୁଖ ଅଣ ପାରମ୍ପାରିକ ବ୍ୟବସାୟିକ ଫସଲ |

ଏହା ବର୍ତ୍ତମାନ 1.69 ଲକ୍ଷ ହେକ୍ଟରରେ ବୃଦ୍ଧି ହୋଇଛି, ଅର୍ଥାତ୍ ରାଜ୍ୟର ମୋଟ ଫସଲ କ୍ଷେତ୍ରର 2.73% କପା ଉତ୍ପାଦନ ହେଉଛି |

କପା ଉତ୍ପାଦନରେ(Cotton Farming) ସରକାରଙ୍କ ଅପେକ୍ଷା ଅନ୍ୟ ବୀଜ ଉତ୍ପାଦନକାରୀ କମ୍ପାନୀ ମାନେ ଅଧିକ ଆଗ୍ରହ ଦେଖାଇଛନ୍ତି | ଆମ ରାଜ୍ୟରେ କଳାହାଣ୍ଡି , ବଲାଙ୍ଗୀର ,ରାୟଗଡା ସୁନ୍ଦରଗଡ, ମୟୂରଭଞ୍ଜ ନୂଆପଡାରେ କପା ଚାଷ ସର୍ବାଧିକ କରାଯାଉଥିବା ବେଳେ ଗଞ୍ଜାମ, ସୋନପୁର, ଗଜପତି,ବୌଦ୍ଧ ,ବରଗଡ, ଫୁଲବାଣୀ ଏବଂ କୋରାପୁଟରେ ମଧ୍ୟ ଏହା କିଛି ପରିମାଣରେ ଚାଷ କରାଯାଏ | ବର୍ଷା ଦିନରେ ସାଧାରଣତଃ କପା ଚାଷ ଅଧିକ କରାଯାଇଥାଏ | ବର୍ତ୍ତମାନ ଆମ ଦେଶରେ 11.38% କପା ଉତ୍ପାଦନ(Cotton Farming) କରାଯାଉଛି | ସାଧାରଣତଃ କପା ଚାଷୀ ମାନେ(Cotton farmer) କ୍ଷୁଦ୍ର, ସୀମାବଦ୍ଧ କୃଷକ | ଏହି ଚାଷ ଗୁଣବତ୍ତା ଓ ଉନ୍ନତି ପାଇଁ ସମ୍ବଳର ଅଭାବ ଅଛି କହିଲେ ଭୁଲ ହେବ ନାହିଁ |

ଡିରିପ ଜଳସେଚନ ଏହି କ୍ଷେତ୍ରରେ କୃଷକ ଏବଂ ଫସଲକୁ ସାହାଯ୍ୟ କରିବ | କପା ଚାଷର(Cotton Farming) ଫସଲ ବୃଦ୍ଧି ପାଇଁ କୃଷକମାନଙ୍କୁ ଯଥେଷ୍ଟ ସବସିଡି ସହିତ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯିବା ଉଚିତ୍ | ସୁନ୍ଦରଗଡ, ମୟୂରଭଞ୍ଜ ପରି ଜିଲ୍ଲା ମାନର ମାଟି ଏବଂ ଜଳବାୟୁ କପା ଚାଷ ପାଇଁ ଉଦ୍ଧିଷ୍ଟ | କପା ଫସଲ ସବୁ ଦୃଷ୍ଟିରୁ ଲାଭ ଦାୟକ | ଏହା ଏକ ତୈଳବୀଜ ଫସଲ ମଧ୍ୟ

ବ୍ୟବସାୟୀର ଖୋରାକ ଯୋଗାଉଛି କପା ଚାଷ

କପା ଉତ୍ପାଦନକାରୀ ଦେଶମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)