1. କୃଷି ଖବର

ବ୍ୟବସାୟୀର ଖୋରାକ ଯୋଗାଉଛି କପା ଚାଷ

କପାକୁ ବସ୍ତ୍ରର କଞ୍ଚା ମାଲ ହିସାବରେ ବ୍ୟବହୃତ ହୋଇଥାଏ , ଏହା ବ୍ୟତୀତ ଏହାର ମଞ୍ଜିକୁ ଏକ ତୈଳବୀଜ ଭାବରେ ମଧ୍ୟ ଗଣନା କରାଯାଏ | କପା ମଞ୍ଜିରେ ଶତକଡା ୧୫ ରୁ ୨୫ ଭାଗ ତେଲ ରହିଥାଏ ଏହାର ମଞ୍ଜି ବନସ୍ପତି ତେଲ ତିଆରିରେ ଲାଗେ ।

Rajashree
Rajashree
Know about Cotton cultivation

Know about Cotton cultivation

କପା ଏକ ଅର୍ଥକାରୀ ଫସଲ | ମଣିଷର 4ଟି ଦରକାରୀ ଜିନିଷ ମଧ୍ୟରେ କପଡା ଅନ୍ୟତମ | କପଡା ତିଆରି ପାଇଁ କପା ବା ତୁଳା ନିହାତି ଆବଶ୍ୟକ | ଜନସଂଖ୍ୟା ବୃଦ୍ଧି ହିସାବରେ ଦେଖିବାକୁ ଗଲେ ଆମ ଦେଶରେ କପଡା ଉତ୍ପାଦନ ସର୍ବାଧିକ |

କପାକୁ ବସ୍ତ୍ରର କଞ୍ଚା ମାଲ ହିସାବରେ ବ୍ୟବହୃତ ହୋଇଥାଏ , ଏହା ବ୍ୟତୀତ ଏହାର ମଞ୍ଜିକୁ ଏକ ତୈଳବୀଜ ଭାବରେ ମଧ୍ୟ ଗଣନା କରାଯାଏ | କପା ମଞ୍ଜିରେ ଶତକଡା ୧୫ ରୁ ୨୫ ଭାଗ ତେଲ ରହିଥାଏ ଏହାର ମଞ୍ଜି ବନସ୍ପତି ତେଲ ତିଆରିରେ ଲାଗେ ।

ଓଡିଶାରେ ଅନେକ ଚାଷୀ କପା ଚାଷର (Cotton farming)ବ୍ୟବସାୟୀ କରୁଥିବା ଦେଖିବାକୁ ମିଳେ | ସାଧାରଣତଃ ଗଂଜାମ, ଗଜପତି, ବୌଦ୍ଧ, କଳାହାଣ୍ଡି , କୋରାପୁଟରେ କପା ଚାଷ କରାଯାଉଥିବା ଦେଖିବାକୁ ମିଳେ (Cotton cultivation)| କପା ଫସଲ ପାଇଁ ଛିଦ୍ରଳ ,ଗଭୀର ମୃତ୍ତିକା ଆବଶ୍ୟକ ହୋଇଥାଏ | ଅଧିକ ଜଳଧାରଣ କ୍ଷମତା ରଖୁଥିବା ଅପେକ୍ଷାକୃତ ଭାରି ମୃତ୍ତିକା ଏହି ଚାଷ ପାଇଁ ସଠିକ ଅଟେ | ଅଧିକ ଜଳଧାରଣ କ୍ଷମତା ରଖୁଥିବା କୃଷ୍ଣମୃତ୍ତିକା ଅଞ୍ଚଳରେ ବହୁଳଭାବେ ଖରିଫ କପାଚାଷ (Cotton cultivation)କରାଯାଇଥାଏ | ବର୍ଷା ଋତୁ ଆରମ୍ଭରେ ବା ଶେଷରେ ଶେଷରେ ସ୍ୱଳ୍ପ ଲବଣାକ୍ତ ମୃତ୍ତିକାର ଥିବା ସମୟରେ ଏହି ମଞ୍ଜି ଲଗାଇଲେ ଭଲ ଚାଷ ହୋଇଥାଏ |

କପା ଚାଷ ପାଇଁ ଜମି ପ୍ରସ୍ତୁତ :

କପା (cotton)ମଞ୍ଜିରୁ ସହଜରେ ଗଜା ଉଠିବା ପାଇଁ ଗଭୀର ଭାବରେ ଜମିକୁ ଚାଷ କରିବା ଆବଶ୍ୟକ । ଅନ୍ତତଃ ୨୦-୨୫ ସେ.ମି. ଗଭୀର ପର୍ଯ୍ୟନ୍ତ ହଳ କରିବା ଆବଶ୍ୟକ । ହେକ୍ଟର ପିଛା ୨୫ ଗାଡି ଉନ୍ନତ ମାନର ସଢା ଖତ ଏବଂ ଉଇ ନାଲାଗିବା ପାଇଁ ୨୫ କି.ଗ୍ରା. କୁଇନାଲଫସ ଗୁଣ୍ଡ ପ୍ରୟୋଗ କରି ମାଟି ସହିତ ଭଲଭାବରେ ମିଶାଇ ଦିଆଯିବା ଉଚିତ । ଆବଶ୍ୟକ ବ୍ୟବଧାନରେ ଲଙ୍ଗଳ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ୫ସେ.ମି. ଗଭୀର ସିଆର ଟାଣି ସେଥିରେ ମଞ୍ଜିକୁ ଧାଡିରେ ଲଗାଇବା ଆବଶ୍ୟକ | ମଞ୍ଜି ବୁଣିସାରି ମଇ ଦେଇ ମାଟିକୁ ଘୋଡାଇ ଦିଆଯିବ ଆବଶ୍ୟକ | ମାଟି ଭଲ ଥିଲେ ୪/୫ ଦିନରେ ମଞ୍ଜିରୁ ଗଜା ବାହାରେ | ଗଜା ବାହାରିବାର ୪-୫ ଦିନପରେ ଯେଉଁ ସ୍ଥାନରେ ମଞ୍ଜିରୁ ଗଜା ବାହାରି ନଥାଏ ସେଠାରେ ପୁଣି ଥରେ ମଞ୍ଜି ବୁଣିଦିଅନ୍ତୁ । ଚାରା ବାହାରିବାର ୮/୧୦ ଦିନ ପରେ ପ୍ରତ୍ୟକ ସ୍ଥାନରେ କେବଳ ଗୋଟିଏ ହୃଷ୍ଟପୃଷ୍ଟ ଗଛରଖି ଅଧିକ ଥିବା ଚାରାଗଛ ଉପାଡି ଅନ୍ୟ ଜାଗାରେ ପୋତି ଦିଅନ୍ତୁ |

ରୋଗ ପୋକ :

କପା ଫସଲ ବିଭିନ୍ନ ପ୍ରକାର କୀଟମାନଙ୍କ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ପତ୍ରମୋଡା ପୋକ, ଲାଲ କପା ଶୋଷକ ପୋକ ଏବଂ ବକରା ବିନ୍ଧା କପା ପୋକ ଫସଲ ହାନି କରିଥାନ୍ତି । ତେଣୁ ଏସବୁ କୀଟମାନଙ୍କର ନିୟନ୍ତ୍ରଣ କୀଟନାଶକ ଔଷଧ ନିହାତି ସିଞ୍ଚନ କରିବା ଆବଶ୍ୟକ । ହେକ୍ଟର ପିଛା ୪୦୦ ଲିଟର ପାଣିରେ ୩୨ ମି.ଲି. ୫୦% ସାଇକୋସିଲ ମିଶାଇ କପା (cotton)ଗଛରେ ସିଞ୍ଚନ କରନ୍ତୁ ଏହା କରିବା ଦ୍ୱାରା ଗଛ ରୋଗ ମୁକ୍ତ ହୋଇଥାଏ ,ଏହି ଔଷଧକୁ କୀଟନାଶକ ଔଷଧ ସହିତ ମିଶାଇ ମଧ୍ୟ ସିଞ୍ଚନ କରିପାରିବେ |

ଓଡିଶାର କପା ଚାଷୀ(Cotton farming) ଙ୍କ କହିବା ଅନୁସାରେ ଉନ୍ନତ ମାନର କପା ମଞ୍ଜି ଚାଷ କରିଲେ ହେକ୍ଟର ପ୍ରତି ୧୦-୧୨ କୁଇଣ୍ଟାଲ ଓ ଶଙ୍କର ଜାତୀୟ କପାଚାଷରେ ୨୦ରୁ ୨୫ କୁଇଣ୍ଟାଲ ଉତ୍ପାଦନ ହୋଇଥାଏ , ଯେଉଁଥିରେ ବିନା ଦ୍ଵିଧାରେ ଚାଷୀ ଲାଭ ପାଇଥାଏ | କପାର ଚାହିଦା ଅଧିକ ରହିଥିବାରୁ ଏଥିରୁ ଭଲ ଲାଭ ମଧ୍ୟ ହୋଇଥାଏ

କପା ଚାଷ ରେ ଧଳା ମାଛି ନିୟନ୍ତ୍ରଣ :

କପା ଫସଲ ରେ ଗୋଲାପୀ କୃମି କୀଟ(ପିଙ୍କ ବଲୱାର୍ମ)

 

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments