1. କୃଷି ବିଶ୍ବକୋଷ

ବ୍ୟବସାୟିକ ଭିତିରେ ଖମ୍ବଆଳୁ ଚାଷ !!!

ସାମୂହିକ ଭୋଜି ପାଇଁ ହେଉ ବା ଘରୋଇ ରୋଷେଇ ପାଇଁ ହେଉ ଖମ୍ବଆଳୁକୁ ଆଗ ଖୋଜାଯାଏ l ଖମ୍ବଆଳୁର ସ୍ୱାଦ ହିଁ ନିଆରା l କିନ୍ତୁ ଆମର ଆବଶ୍ୟକତା ଅନୁସାରେ ଓଡ଼ିଶାରେ ଖମ୍ବଆଳୁ ମିଳେ ନାହିଁ l ଏହା ଏମିତି ଏକ ପରିବା ଯାହାର ସାରା ବର୍ଷ ଚାହିଦା ରହେ ଏବଂ ଏହାର ଦର ମଧ୍ୟ ଉପଯୁକ୍ତ ରହିଥାଏ l

Sugyan Kumar Nayak
Sugyan Kumar Nayak
Yam Farming

Yam Farming

ସାମୂହିକ ଭୋଜି ପାଇଁ ହେଉ ବା ଘରୋଇ ରୋଷେଇ ପାଇଁ ହେଉ ଖମ୍ବଆଳୁକୁ ଆଗ ଖୋଜାଯାଏ l ଖମ୍ବଆଳୁର ସ୍ୱାଦ ହିଁ ନିଆରା l କିନ୍ତୁ ଆମର ଆବଶ୍ୟକତା ଅନୁସାରେ ଓଡ଼ିଶାରେ ଖମ୍ବଆଳୁ ମିଳେ ନାହିଁ l ଏହା ଏମିତି ଏକ ପରିବା ଯାହାର ସାରା ବର୍ଷ ଚାହିଦା ରହେ ଏବଂ ଏହାର ଦର ମଧ୍ୟ ଉପଯୁକ୍ତ ରହିଥାଏ l ଓଡ଼ିଶାର ଚାଷୀଭାଇମାନେ ଏହି ଖମ୍ବଆଳୁକୁ ବ୍ୟବସାୟିକ ଭିତିରେ କରିଲେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଖମ୍ବଆଳୁ ବା ଦେଶୀଆଳୁ ଏକ ଗ୍ରୀଷ୍ମମଣ୍ଡଳୀୟ କନ୍ଦ ଫସଲ । ଭାରତର ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ଓଡିଶା, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ମହାରାଷ୍ଟ୍ର ଆଦି ଜିଲ୍ଲାରେ ଖମ୍ବଆଳୁ ଚାଷ ହୁଏ । ବଜାରରେ ଖମ୍ବଆଳୁର ଚାହିଦା ଅନେକ । ଆମ ରାଜ୍ୟର ମାଟି ଓ ଜଳବାୟୁ ଖମ୍ବଆଳୁ ଚାଷ ପାଇଁ ଉପଯୋଗୀ । ମାତ୍ର ଚାଷୀମାନଙ୍କ ପାଖରେ ଅଧିକ ଅମଳକ୍ଷମ କିସମର ଉତ୍କୃଷ୍ଟ ବିହନ, ଉନ୍ନତ ଚାଷ ପଦ୍ଧତି ଜ୍ଞାନକୌଶଳର ଅଭାବ ହେତୁ ଓଡିଶାରେ ଖମ୍ବଆଳୁ ବ୍ୟାପକ ଭାବେ ଚାଷ ହୋଇପାରୁନାହିଁ । ବ୍ୟବସାୟିକ ଭିତିରେ ଖମ୍ବଆଳୁ ଚାଷ କିପରି କରାଯାଇପାରିବ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା l

ଖମ୍ବଆଳୁ ଚାଷ ପାଇଁ ନିଗିଡା, ଦୋରସା, ବାଲିଆ ମାଟି ପାଇଁ ଉତ୍କୃଷ୍ଟ । ହାଲୁକା ଏବଂ ଜୈବିକ ପଦାର୍ଥ ଥିବା ମାଟିରେ ଖମ୍ବଆଳୁ ଗଛ ଭଲ ବଢେ, ଏବଂ ଭଲ ଅମଳ ମିଳିଥାଏ । ଜମିରେ ପାଣି ଜମି ରହିଲେ ଖମ୍ବଆଳୁ ଫସଲର କ୍ଷତି କରିଥାଏ । ଖମ୍ବ ଆଳୁ ମେ'ରୁ ଜୁନ୍ ମାସରେ ଲଗାଇବା ହେଉଛି ପ୍ରକୃଷ୍ଟ ସମୟ । ଖମ୍ବଆଳୁର ଉନ୍ନତ କିସମଗୁଡିକ ହେଉଛି ଶ୍ରୀ କିର୍ତା, ଶ୍ରୀ ରୂପା,ଶ୍ରୀ ଶିକ୍ର, ଶ୍ରୀ ପ୍ରିୟା, ଶ୍ରୀ ଶୁଭ୍ର ଏବଂ ହାତୀଖୋଜ ଅନ୍ୟତମ । ଗୋଟିଏ ବା କଟା ଖମ୍ବଆଳୁ ବିହନ ଭାବେ ବ୍ୟବହୃତ ହୁଏ । ଉପଯୁକ୍ତ ଅମଳ ପାଇବା ପାଇଁ ବିହନ ଖଣ୍ଡଗୁଡିକ ୧୫୦ରୁ ୨୦୦ ଗ୍ରାମ୍ ଓଜନର ହେବା ଆବଶ୍ୟକ । ଅତି ଛୋଟ ବିହନ ଲଗାଇଲେ ଗଛ। ଅଧିକ ଦୃଷ୍ଟପୁଷ୍ଟ ହୁଏ ନାହିଁ ଏବଂ ଅମଳ କମିଯାଏ । ଏକ ଏକର ଫସଲ ପାଇଁ ପ୍ରାୟ ୬ରୁ ୮ କ୍ଲିଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ।

ଖମ୍ବ ଆଳୁ ଲଗାଇବା ପାଇଁ ଜମିର ପ୍ରକାର ଅନୁସାରେ ୨ ରୁ ୩ ଓଡ଼ ଗଭୀର ଚାଷ କରନ୍ତୁ । ମାଟିକୁ ଭଲ ଭାବେ ଗୁଣ୍ଡ କରି ସମତୁଲ କରନ୍ତୁ । ଧାଡିକୁ ଧାଡି ୯୦ ସେ.ମି ଏବଂ ଗଛକୁ ଗଛ ୯ ୦ ସେ.ମି ବ୍ୟବଧାନରେ ୪୫ ସେ.ମି ଗଭୀର ଏବଂ ୪୫ ସେ.ମି ୨୮ ଗୋଲେଇର ଗାତ ଖୋଳନ୍ତୁ । ଜମି ଉପରର ଉର୍ବର ମାଟି ସହିତ ଗୋବର ଖତ ଭଲ ଭାବେ ମିଶାଇ ଗାତଗୁଡିକରେ ଭରନ୍ତୁ । ପ୍ରତି ଗାତରେ ଗୋଟିଏ କରି ବିହନ ଆଳୁ ୫ ରୁ ୮ ସେ.ମି ଗଭୀରରେ ପୋତି ମାଟି ଘୋଡାଇ ଦିଅନ୍ତୁ । ବିହନ ଲଗାଇବା ପରେ ମାଟିଗୁଡିକ ୨ ଇଞ୍ଚ ବହଳର ଶୁଖୁଲାପତ୍ର ବା ଛଣ ବିଛାଇଲେ ଫସଲ ଭଲ ହୁଏ । ମାଟି ପରୀକ୍ଷା କରି ମାଟିର ଉର୍ବରତା ଅନୁସାରେ ସାର ଓ ଖତ ପ୍ରୟୋଗ କରିବା ଆବଶ୍ୟକ । ମାଟିର ଉର୍ବରତା ବଜାୟ ରଖିବା ପାଇଁ ହେକ୍ଟର ପ୍ରତି ୧୦ ଟନ୍ ଗୋବରଖତ, ୮୦ କେ.ଜି ଯବକ୍ଷାରଯାନ, ୬୦କେ.ଜି, ଫସଫରସ ଏବଂ ୮୦କେ.ଜି ପଟାସ ସାର ପ୍ରୟୋଗ କରିବା ଦରକାର । ଖମ୍ବଆଳୁ ବିହନରୁ ଗଜା ବାହାରିବା ମାତ୍ରେ ରଞ୍ଜାରେ ମତାଇବା ଆବଶ୍ୟକ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ