ଆଜିକାଲି କୃଷି ସହିତ ବ୍ୟବସାୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି l ଆଜିର ଯୁବସମାଜ କୃଷି ଆଧାରିତ ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି l ଯଦି ଦେଖାଯାଏ ତ ଆଜିକାଲି କୃଷି ଓ ତା ସହିତ ସମ୍ଭନ୍ଧୀତ ବ୍ୟବସାୟରେ ଅଧିକ ଲାଭ ରହିଛି l ଆଜି ଆମେ ଆପଣଙ୍କୁ କିଛି ଏମିତି କୃଷି ସମ୍ଭନ୍ଧୀତ ବ୍ୟବସାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଅନେକ ଲାଭ ପାଇପାରିବେ l ସେଇଭଳି କିଛି ବ୍ୟବସାୟ ହେଉଛି:
ସାର ବ୍ୟବସାୟ
କୃଷକମାନଙ୍କୁ କୃଷି କାର୍ଯ୍ୟ ପାଇଁ ମଞ୍ଜି, ସାର ଓ କୃଷି ଉପକରଣର ଆବଶ୍ୟକତା ହୋଇଥାଏ l ଏହା ପାଇଁ ଦୋକାନୀମାନଙ୍କୁ ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ କରିବା ଆବଶ୍ୟକ l ଏହା ପରେ ହିଁ ସେ କୃଷକମାନଙ୍କୁ କୃଷି ସମ୍ବନ୍ଧିତ ଉପକରଣ ବିକ୍ରି କରିପାରିବେ l ଯଦି ଆପଣ ସାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସର୍ବ ପ୍ରଥମେ ଗୋଟିଏ ଗୋଦାମ ଘରର ବ୍ୟବସ୍ଥା କରନ୍ତୁ ଏଥିରେ ଆପଣଙ୍କୁ ପାଖାପାଖି ୨ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ l
ରଜନୀଗନ୍ଧା ବ୍ୟବସାୟ
ଏହି ଫୁଲର ବଜାରରେ ଚାହିଦା ବହୁତ ଭଲ ରହିଛି କାରଣ ଏହାକୁ ସାଜସଜ୍ଜାରେ ବ୍ୟବହାର କରାଯାଏ l ଦେଶର ଅନେକ ରାଜ୍ୟରେ ରଜନୀଗନ୍ଧାର ଫସଲ କରାଯାଏ l ଯଦି ଆପଣ ୧ ହେକ୍ଟର ଜମିରେ ପାଖାପାଖି ୧୨ କୁଇଣ୍ଟାଲ ରଜନୀଗନ୍ଧା ର ଗଛ ଲଗାଉଛନ୍ତି, ତେବେ ଆପଣ ଭଲ ଲାଭ ପାଇପାରିବେ l ଏହାର କୃଷି ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ l
କାଜୁ ପ୍ରୋସେସିଂ
ଏଥିରେ କୃଷକମାନଙ୍କ ଠାରୁ କଞ୍ଚା କାଜୁ ନେଇ ପ୍ରୋସେସିଂ ମେସିନ ମାଧ୍ୟମରେ ଖାଇବା ଯୋଗ୍ୟ କରି ପ୍ରସ୍ତୁତ କରାଯାଏ l ଏହା ପରେ ବଜାରରେ ବିକ୍ରି କରି ଦିଆଯାଏ l ଯଦି ଆପଣ ଏହି ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ଭଲ ରୋଜଗାର ମଧ୍ୟ କରାଯାଇ ପାରିବ l
ଡାଲି ମିଲ୍ ବ୍ୟବସାୟ
ଏହି ବ୍ୟବସାୟ ଗ୍ରାମୀଣ ଓ ସହରୀ ଦୁଇଟି ଯାକ କ୍ଷେତ୍ରରେ ସହଜରେ କରାଯାଇପାରେ l ଏଥିରେ ଆପଣ କମ୍ ଅର୍ଥ ବିନିମୟରେ ଅଧିକ ଲାଭ ରୋଜଗାର କରିପାରିବେ l ଏହି ବ୍ୟବସାୟକୁ ଅଳ୍ପ ସ୍ଥାନରେ ଆରମ୍ଭ କରାଯାଇ ପାରିବ l ଏହି ବ୍ୟବସାୟ ପାଇଁ ଗୋଟିଏ ମେସିନର ଆବଶ୍ୟକତା ପଡିଥାଏ l
କାଠ ବ୍ୟବସାୟ
ଆପଣ ସେହି ସବୁ ଗଛ ଲଗାଇପାରିବେ ଯାହାର କାଠକୁ ବ୍ୟବହାରରେ ଲଗାଯାଇପାରିବ l ଆପଣ ଶାଗୁଆନ, ଶିଶୁ ଆଦି ଗଛ ଲଗାଇ ଏହାର କାଠକୁ ବ୍ୟବସାରେ ଲଗାଈ ପାରିବେ l ଏହାର ବଜାର ଚାହିଦା ମଧ୍ୟ ଅନେକ l ଏହି ବ୍ୟବସାୟ ଆପଣଙ୍କୁ ଭଲ ଦୁଇ ପଇସା ରୋଜଗାର କରିବାରେ ସହାୟକ ହୋଇପାରିବ l ଆଜିକାଲି ଏହାର ଉତ୍ପାଦନ ବହୁତ କମ ଲୋକ କରୁଛନ୍ତି, ତେଣୁ ଯଦି ଆପଣ ଖାଲି ଥିବା ଜମିରେ ଏହି କାମ ଆରମ୍ଭ କରନ୍ତି ତେବେ ଲାଭବାନ ହୋଇପାରିବେ l
ଅଦା ରସୁଣ ପେଷ୍ଟ ବ୍ୟବସାୟ
ଆଧିକାଂଶ ଲୋକ ଖାଇବା ପ୍ରସ୍ତୁତିରେ ଅଦା ରସୁଣର ପେଷ୍ଟକୁ ବ୍ୟବହାର କରନ୍ତି l ଏହି ପେଷ୍ଟ ଅତି ଲୋକପ୍ରିୟ, ତେଣୁ ଏହାର ବ୍ୟବସାୟ ଭଲ ଲାଭ ମଧ୍ୟ ଯୋଗାଇଦେଇଥାଏ l ଏହାକୁ ମାତ୍ର ୫୦ ହଜାର ଟଙ୍କା ନିବେଶରେ ଆରମ୍ଭ କରିପାରିବେ l ଏହି ବ୍ୟବସାୟ ପାଇଁ ଗୋଟିଏ ଛୋଟ ମେସିନର ଆବଶ୍ୟକତା ରହିଥାଏ, ଯାହାର ମୂଲ୍ୟ ପାଖାପାଖି ୨୦ ହଜାର ଟଙ୍କା ହୋଇଥାଏ l ଏହି ବ୍ୟବସାୟ ଆପଣଙ୍କୁ ଭଲ ଲାଭ ଯୋଗାଇଦେବ l
Share your comments