1. କୃଷି ବିଶ୍ବକୋଷ

ବ୍ୟବସାୟିକ ଭିତିରେ ପଣସ ଚାଷ, ଆପଣ ଜାଣନ୍ତୁ !!

ଗଛରେ ଫଳୁଥିବା ଫଳ ଭିତରେ ପଣସକୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ l ଭାରତରେ ଉପଲବ୍ଧ ହେଉଥିବା ପଣସରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ l ପଣସ ଚାଷ ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ l

Sugyan Kumar Nayak
Sugyan Kumar Nayak
Jackfruit Farming

Jackfruit Farming

ଗଛରେ ଫଳୁଥିବା ଫଳ ଭିତରେ ପଣସକୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ l ଭାରତରେ ଉପଲବ୍ଧ ହେଉଥିବା ପଣସରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ l ପଣସ ଚାଷ ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ l

ପଣସ ଚାଷ ପାଇଁ ଉପଯୁକ୍ତ ଜଳବାୟୁ

ପଣସ ଚାଷ ପାଇଁ ଗରମ ଜଳବାୟୁ ବହୁତ ଭଲ ହାଇଥାଏ l ଯେଉଁଠି ବେଶୀ ବର୍ଷା ହେଉ ନଥାଏ ଓ ଜଳବାୟୁ ଗରମ ହୋଇଥାଏ ସେମିତି ଜଳବାୟୁରେ ପଣସ ଚାଷ ଭଲ ହୋଇଥାଏ l ସାଧାରଣତଃ ପାହାଡିଆ  ଜାଗାରେ ଏହା ବହୁତ ଭଲ ହୋଇଥାଏ l

ପଣସ ଚାଷ ପାଇଁ ଉପଯୁକ୍ତ ମାଟି

ପଣସ ଚାଷ ସବୁ ପ୍ରକାର ମାଟିରେ କରାଯାଇ ପାରିବ, କିନ୍ତୁ ଦୋରସା ମାଟିରେ ଏହି ଚାଷ ଉନ୍ନତ ଧରଣର ହୋଇଥାଏ l କାରଣ ଏହାର ଚେର ମାଟିରେ ବହୁତ ଗଭୀରକୁ ଯାଇଥାଏ l ପଣସ ଚାଷ ପାଇଁ ଭୂମିର ପିଏଚ-୭୭.୫ ମଧ୍ୟରେ ହବା ଦରକାର l

ପଣସର ପ୍ରକାର

ପଣସ ୨ ପ୍ରକାରର ହୋଇଥାଏ l ଗୋଟିଏ ବହୁତ ଟାଣ ଓ ଆଉ ଗୋଟିଏ ନରମ ପ୍ରଜାତିର ହୋଇଥାଏ l ନରମ ପ୍ରଜାତିର ପଣସର ଆକାର ଛୋଟ ଓ ଏହାର ମଞ୍ଜି ବଡ ହୋଇଥାଏ l ଟାଣ ପଣସର ଆକାର ବଡ଼ ଓ ମଞ୍ଜି ଛୋଟ ଓ କମ ହୋଇଥାଏ l

ପଣସ ଚାଷ ପାଇଁ ଉପଯୁକ୍ତ ଖତ ବା ଉର୍ବରକ

ଏହି ଚାଷରେ ଗୋବର ଖତ, ପୋଟାସ,ନାଇଟ୍ରୋଜେନ-୩୦୦ ପ୍ରତି ବର୍ଷ ଜୁଲାଇ ମାସ ପରେ ପରେ ଦେଇଦେବା ଦରକାର l ଏହାକୁ ଥଣ୍ଡା ଦିନରେ ୧୫ ଦିନ ବ୍ୟବଧାନରେ ଓ ଗରମ ସମୟରେ ୭ରୁ ୧୦ ଦିନ ବ୍ୟବଧାନରେ ଦେବା ଉଚିତ l

ବର୍ତ୍ତମାନ ପଣସକୁ ଭିତିକରି ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି l ଏହାକୁ ଦୃଷ୍ଟିରେ ରଖି ପଣସ ଚାଷକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରିଛନ୍ତି l ପଣସ ଚାଷ କରି ଚାଷୀମାନେ କିପରି ଭାବରେ ଲାଭବାନ ହୋଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେଉଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments