1. କୃଷି ବିଶ୍ବକୋଷ

ଆପଣ ଜାଣନ୍ତୁ ଏହି ଶଙ୍କର କିସମର ହଳଦୀ ସମ୍ପର୍କରେ !!

ହଳଦୀର ଉପଯୋଗ ବିଭିନ୍ନ ଖାଦ୍ୟ ପଦାର୍ଥ ସହିତ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ l କୃଷକ ଭାଇମାନଙ୍କ ପାଇଁ ମଧ୍ୟ ହଳଦୀ କୃଷି ଏକ ଲାଭଦାୟକ କୃଷି ଭାବରେ ପ୍ରମାଣିତ ହେଉଛି l କେରଳର କୋଝିକୋଡ଼ରେ ଥିବା ଭାରତୀୟ ମସଲା ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ହଳଦୀର ଏକ ଏପରି ପ୍ରଜାତି ଆବିଷ୍କାର କରାଯାଇଛି ଯାହା ଚାଷ କରି କୃଷକ ଭାଇମାନେ ଭଲ ରୋଜଗାର କରିପାରିବେ l

Sugyan Kumar Nayak
Sugyan Kumar Nayak
Turmeric

Turmeric

ହଳଦୀର ଉପଯୋଗ ବିଭିନ୍ନ ଖାଦ୍ୟ ପଦାର୍ଥ ସହିତ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ l କୃଷକ ଭାଇମାନଙ୍କ ପାଇଁ ମଧ୍ୟ ହଳଦୀ କୃଷି ଏକ ଲାଭଦାୟକ କୃଷି ଭାବରେ ପ୍ରମାଣିତ ହେଉଛି l କେରଳର କୋଝିକୋଡ଼ରେ ଥିବା ଭାରତୀୟ ମସଲା ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ହଳଦୀର ଏକ ଏପରି ପ୍ରଜାତି ଆବିଷ୍କାର କରାଯାଇଛି ଯାହା ଚାଷ  କରି କୃଷକ ଭାଇମାନେ ଭଲ ରୋଜଗାର କରିପାରିବେ l ଏହି ପ୍ରଜାତିକୁ ସଂସ୍ଥାନ ୧୯୯୬ ମସିହାରେ ଆବିଷ୍କାର କରିଥିଲା l ହଳଦୀର ଏପରି ଏକ ପ୍ରଜାତି ରହିଛି, ଯାହାକୁ ଭାରତର ବିଭିନ୍ନ ରାଜ୍ୟରେ ଚାଷ କରାଯାଇ ଚାଷୀ ଭାଇମାନେ ଲାଭବାନ ହୋଇପାରିବେ l ହଳଦୀର ଏହି ପ୍ରଜାତିର ନାମ ହେଉଛି ପ୍ରତିଭା, ଯାହାର ଫସଲ ଖୁବ କମ ସମୟରେ ପରିପକ୍ଵତା ଲାଭ କରିଥାଏ l ଏହି ଲେଖା ମାଧ୍ୟମରେ ଜାଣନ୍ତୁ ହଳଦୀର ସେହି ବିଶେଷ ପ୍ରଜାତି ବିଷୟରେ l

ପ୍ରତିଭା ପ୍ରଜାତିର ବିଶେଷତ୍ୱ

ଭାରତୀୟ ମସଲା ଅନୁସନ୍ଧାନ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ କୃଷି ଜାଗରଣ ସହିତ ହୋଇଥିବା ଏକ ଆଲୋଚନାରେ କହିଥିଲେ ଯେ, ହଳଦୀର ଏହି ପ୍ରଜାତିରେ ଅନ୍ୟ ପ୍ରଜାତି ତୁଳନାରେ ସଢିବାର ସମସ୍ୟା କମ ଦେଖାଯାଇଥାଏ l ଏହା ସହିତ ଏହି ପ୍ରଜାତି ୨୨୫ ଦିନରେ ପରିପକ୍ଵତା ଲାଭ କରିଥାଏ l ଅନ୍ୟ ପ୍ରଜାତି ତୁଳନାରେ ଏଥିରେ ୬.୫୨ ପ୍ରତିଶତର କରକ୍ୟୁମିନ ମିଳିଥାଏ l ଏହା ଛଡା ଏଥିରେ ଓଲିଓରେସିନ ୧୬.୨ ପ୍ରତିଶତ ଓ ସୁଗନ୍ଧ ତେଲ ୬.୨ ପ୍ରତିଶତ ପର୍ଯ୍ୟନ୍ତ ମିଳିଥାଏ l ପ୍ରତିଭା ହଳଦୀର କନ୍ଦା ମୋଟା ଓ ଅଧିକ ଫାଇବର ଯୁକ୍ତ ହୋଇଥାଏ l ଏହି ପ୍ରଜାତିର ହଳଦୀ ଚାଷୀ ଭାଇମାନଙ୍କୁ ଅଧିକ ଉତ୍ପାଦନ ପ୍ରଦାନ କରିଥାଏ l

ହଳଦୀର ଏହି ଉନ୍ନତ ପ୍ରଜାତି ବହୁତ କମ ସମୟରେ ପରିପକ୍ଵ ହୋଇଯାଇଥାଏ l ଏହାର କୃଷି ଖରିଫ ଋତୁରେ ହିଁ କରାଯାଇଥାଏ l ଯଦି ଜଳସେଚନର ପର୍ଯ୍ୟାପ୍ତ ପରିମାଣରେ ବ୍ୟବସ୍ଥା ଥାଏ ତେବେ ଏହାକୁ ରବି ଋତୁରେ ମଧ୍ୟ ଉତ୍ପାଦନ କରାଯାଇ ପାରିବ l ଏହି ପ୍ରଜାତିର କୃଷି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ସହିତ ଦେଶର ବିଭିନ୍ନ ରାଜ୍ୟ ରେ ମଧ୍ୟ କରାଯାଇଥାଏ l ହଳଦୀର ଏହି ପ୍ରଜାତି ହେକ୍ଟର ପ୍ରତି  ୩୯ ରୁ ୫୨ ଟନ ପର୍ଯ୍ୟନ୍ତ ଉତ୍ପାଦନ କରାଯାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments