1. କୃଷି ବିଶ୍ବକୋଷ

ଲାଲ୍ ଭେଣ୍ଡି ସମ୍ପର୍କରେ କିଛି ଜାଣନ୍ତୁ !!

ଭେଣ୍ଡି ଏମିତି ଏକ ପରିବା ଅଟେ ଯାହା ସମସ୍ତଙ୍କର ବହୁତ ପସନ୍ଦ ହୋଇଥାଏ l ତେଣୁ କଥାରେ କୁହାଯାଏ, ଭେଣ୍ଡି ଗୋଟିଏ ଭଲ ପରିବା l ସାଧାରଣତଃ ଆମେ ସବୁଜ ରଙ୍ଗର ଭେଣ୍ଡି ଖାଇଥାଉ ବା ଦେଖିଥାଉ l

Sugyan Kumar Nayak
Sugyan Kumar Nayak
Red Lady Fingers

Red Lady Fingers

ଭେଣ୍ଡି ଏମିତି ଏକ ପରିବା ଅଟେ ଯାହା ସମସ୍ତଙ୍କର ବହୁତ ପସନ୍ଦ ହୋଇଥାଏ l ତେଣୁ କଥାରେ କୁହାଯାଏ, ଭେଣ୍ଡି ଗୋଟିଏ ଭଲ ପରିବା l ସାଧାରଣତଃ ଆମେ ସବୁଜ ରଙ୍ଗର ଭେଣ୍ଡି ଖାଇଥାଉ ବା ଦେଖିଥାଉ l କିନ୍ତୁ ଆପଣମାନେ କେବେ ଲାଲ୍ ଭେଣ୍ଡି ବିଷୟରେ ଶୁଣିଛନ୍ତି କି ? ଲାଲ୍ ଭେଣ୍ଡିରେ ଥିବା ପ୍ରୋଟିନ ଶରୀର ପାଇଁ ବହୁତ ଭଲ ହୋଇଥାଏ l ଏହା ସାଧାରଣତଃ ୟୁରୋପରେ ଚାଷ କରାଯାଇଥାଏ l କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ଲୋକପ୍ରିୟ ହୋଇଗଲାଣି l  ଆସନ୍ତୁ ଲାଲ୍ ଭେଣ୍ଡି ଚାଷ ବିଷୟରେ ଜାଣିବା l

ଲାଲ୍ ଭେଣ୍ଡି ଚାଷ ପାଇଁ ଉପଯୁକ୍ତ ମାଟି

ଲାଲ୍ ଭେଣ୍ଡି ଚାଷ ପାଇଁ ବାଲିଆ ଓ ଦୋରସା ମାଟି ଉପଯୁକ୍ତ ବୋଲି କୁହାଯାଏ l ଏହା ସହ ମାଟିରେ ଭଲ ଭାବେ ଜଳ ନିଷ୍କାସନ ହେଉଥିବା ଦରକାର l ଏହି ମାଟିର ପି.ଏଚ ୬.୫-୭.୫ ମଧ୍ୟରେ ହେବା ଦରକାର l

ଲାଲ୍ ଭେଣ୍ଡି ଚାଷ ପାଇଁ ଜଳ ଓ ସାରର ମାତ୍ରା

ଲାଲ୍ ଭେଣ୍ଡି ଚାଷ ପାଇଁ ସବୁଜ ଭେଣ୍ଡି ପରି ଉର୍ବରକ ଦିଆଯାଇଥାଏ l ପାଗ ହିସାବରେ ଏଥିରେ ପାଣି ଦିଆଯାଇଥାଏ l ବର୍ଷା ଦିନେ ଏଥିରେ ପାଣି ଦେବାକୁ ପଡ଼ିନଥାଏ l ସପ୍ତାହକୁ ଥରେ ଏଥିରେ ପାଣି ଦିଆଯାଇଥାଏ l ଏଥିରେ ୧୦୦ ଗ୍ରାମ ନାଇଟ୍ରୋଜେନ,୬୦ଗ୍ରାମ ଫସଫରସ ,୫୦ଗ୍ରାମ ପୋଟାସିୟମ ଦିଆଯାଇଥାଏ l

ଲାଲ୍ ଭେଣ୍ଡି ପାଇଁ ଉପଯୁକ୍ତ ଜଳବାୟୁ ଓ ମଞ୍ଜି ବୁଣିବାର ବିଧି

ଭେଣ୍ଡି ମଞ୍ଜିକୁ ଲଗାଇବା ପୂର୍ବରୁ ୧୦ରୁ୧୨ ଘଣ୍ଟା ପାଣିରେ ଭିଜେଇ ଦିଅନ୍ତୁ l ଏହା ପରେ ଗଛରୁ ଗଛର ଦୂରତା ୨୫-୩୦ ସେଣ୍ଟିମିଟର ରଖିବା ଦରକାର l ଏହା ଲଗେଇବା ପାଇଁ ଜୁଲାଇ ଓ ଅଗଷ୍ଟ ମାସ ଭଲ ହୋଇଥାଏ l ଲାଲ୍ ଭେଣ୍ଡି ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ l ଲାଲ୍ ଭେଣ୍ଡି ଚାଷ ଖରା ଓ ବର୍ଷା ଋତୁରେ କରାଯାଇଥାଏ l ଏହି ଚାଷ ପାଇଁ ଅଧିକ ବର୍ଷାର ଆବଶ୍ୟକତା ନଥାଏ l ଭଲ ଗଛ ପାଇଁ ଦିନକୁ ୬ ଘଣ୍ଟା ଖରାର ଆବଶ୍ୟକତା ରହିଥାଏ l

ଲାଲ୍ ଭେଣ୍ଡି ଉତ୍ପାଦନ

ଏହି ଭେଣ୍ଡି ସାଧାରଣତଃ ୨ ପ୍ରକାରର ହୋଇଥାଏ l ଲାଲ୍ ଭେଣ୍ଡିର ଅମଳ ସବୁଜ ଭେଣ୍ଡି ତୁଳନାରେ ୩ ଗୁଣ ଅଧିକ ହୋଇଥାଏ l ଏହାର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments