1. କୃଷି ବିଶ୍ବକୋଷ

ଆପଣ ଜାଣନ୍ତୁ, ବାଦାମରେ ହେଉଥିବା ବିଭିନ୍ନ ରୋଗ ଓ ପ୍ରତିକାର ଉପାୟଗୁଡ଼ିକ !!

ବାଦାମ ଏକ ତୈଳବୀଜ ଜାତୀୟ ଫସଲ ଅଟେ l ପ୍ରାୟତଃ ତେଲ ଉତ୍ପାଦନ ପାଇଁ ହିଁ ଏହାର ଉତ୍ପାଦନ କରାଯାଇଥାଏ l ଏହାର କୃଷି ଅନେକ ରାଜ୍ୟରେ କରାଯାଇଥାଏ, ଯେପରିକି ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ସହିତ ଆହୁରି ଅନେକ ରାଜ୍ୟ ମଧ୍ୟ ସାମିଲ ଅଟନ୍ତି l କୃଷକ ଭାଇମାନେ ଏହି ବାଦାମ ଚାଷ କରି ଅନେକ ଲାଭ ମଧ୍ୟ କରୁଛନ୍ତି l

Sugyan Kumar Nayak
Sugyan Kumar Nayak
Ground Nut

Ground Nut

ବାଦାମ ଏକ ତୈଳବୀଜ ଜାତୀୟ ଫସଲ ଅଟେ l ପ୍ରାୟତଃ ତେଲ ଉତ୍ପାଦନ ପାଇଁ ହିଁ ଏହାର ଉତ୍ପାଦନ କରାଯାଇଥାଏ l ଏହାର କୃଷି ଅନେକ ରାଜ୍ୟରେ କରାଯାଇଥାଏ, ଯେପରିକି ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ସହିତ ଆହୁରି ଅନେକ ରାଜ୍ୟ ମଧ୍ୟ  ସାମିଲ ଅଟନ୍ତି l କୃଷକ ଭାଇମାନେ ଏହି ବାଦାମ ଚାଷ କରି ଅନେକ ଲାଭ ମଧ୍ୟ କରୁଛନ୍ତି l  ଯେପରିକି ଆମେ ଜାଣିଛେ ଯେ, ସମସ୍ତ ଫସଲକୁ ବିଭିନ୍ନ ରୋଗ ହୋଇଥାଏ l ସେହିପରି ଏହି ବାଦାମ ଫସଲରେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ l ଯାହାର ଉପଚାର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ l ଆସନ୍ତୁ ଏହି ଲେଖା ମାଧ୍ୟମରେ ସେହି ସବୁ ରୋଗ ଓ ତାହାର ଉପଚାର ବିଷୟରେ ଜାଣିବା l

ରୋଗ ନିୟନ୍ତ୍ରଣ

ଯେବେ କୃଷକ ଭାଇ କିଛି କୃଷି କରିଥାନ୍ତି ତେବେ ସେହି ଫସଲକୁ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ l ଏହି ସବୁ ରୋଗରୁ ନିଜ ଫସଲକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ବିଧି ନିର୍ଦ୍ଧାରଣ କରାଯାଇଛି l ତେବେ ଆସନ୍ତୁ ବିଭିନ୍ନ ରୋଗ ଓ ଏହାର ଉପଚାର ବିଧି ବିଷୟରେ ଜାଣିବା l

ରଜତ ରୋଗ

ଏହା ବାଦାମରେ ହେଉଥିବା ଏକ ବୀଜାଣୁ ଜନିତ ରୋଗ ଅଟେ l ଏହି ରୋଗ କାରଣରୁ ଚାରା ବଙ୍କା ହୋଇଯାଇଥାଏ ଓ ପତ୍ର ହଳଦିଆ ହୋଇଯାଇଥାଏ l ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଇମିଡାକ୍ଲୋରାଇଡ ୧ଏମ.ଏଲ କୁ ୩ ଲିଟର ପାଣିରେ ମିଶାଇ ଜମିରେ ଛିଞ୍ଚିଦେବା ଦରକାର l       

ଟୀକ୍କା ରୋଗ

ବାଦାମ ଗଛକୁ ଏହି ରୋଗ ହେଲେ ତାହାର ପତ୍ରରେ ଛୋଟ ଛୋଟ ଗୋଲାକାର ଚିହ୍ନ ଦେଖା ଦେଇଥାଏ l ଏହା ଧୀରେ ଧୀରେ ସମ୍ପୂର୍ଣ ଗଛରେ ମାଡି ଯାଇଥାଏ ଓ ପତ୍ର ସୁଖିଯାଇ ଝଡି ଯାଇଥାଏ l ନିଜ ଫସଲକୁ ଏହି ରୋଗରୁ ବଞ୍ଚାଇବା ପାଇଁ କୃଷକ ଭାଇମାନେ ଡାଈଥେନ ଏମ-୪୫ ର ୨ କିଲୋଗ୍ରାମ କୁ ୧୦୦୦ ଲିଟର ପାଣିରେ ମିଶାଇ ପ୍ରତି ହେକଟର ଜମିରେ ପକାଇଦେବା ଉଚିତ l

କୀଟ ନିୟନ୍ତ୍ରଣ

ସାଧାରଣତଃ ବାଦାମକୁ ବିଭିନ୍ନ ପ୍ରକାରର କୀଟ ମାନଙ୍କୁ ମଧ୍ୟ ସାମ୍ନା କରିବାକୁ ପଡିଥାଏ ଓ ଏହି ସବୁ କୀଟ ଠାରୁ ନିଜ ଫସଲକୁ ବଞ୍ଚାଇବା ପାଇଁ କୃଷକ ଭାଇମାନେ ନିମ ପତ୍ର, ନିମ ତେଲ ଇତ୍ୟାଦିର ବ୍ୟବହାର କରିପାରିବେ l ଏହା ସହିତ ଗୋବରର ବ୍ୟବହାର ମଧ୍ୟ ବହୁତ ଲାଭଦାୟକ ହୋଇପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ