1. କୃଷି ବିଶ୍ବକୋଷ

ଫୁଲ କୋବି ଚାଷ କରିବାର ପ୍ରଣାଳୀ, ଆପଣ ଜାଣନ୍ତୁ !!

ଫୁଲକୋବି ସମସ୍ତଙ୍କର ଏକ ମନ ପସନ୍ଦର ଖାଦ୍ୟ ଅଟେ l ଏଥିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ l ଯେପରିକି କୋବି ତରକାରୀ, ଚିଲିକୋବି, କୋବି ପକୋଡା, କୋବି ଭଜା, ଫୁଲ କୋବି କୋଫତା ଇତ୍ୟାଦି l ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା କରାଯାଇଥିବା ଗବେଷଣାରୁ ଜଣଯାଇଛିଯେ, ଜୁନ ବା ଜୁଲାଇ ମାସରେ

Sugyan Kumar Nayak
Sugyan Kumar Nayak
Care for cauliflower

Care for cauliflower

ଫୁଲକୋବି ସମସ୍ତଙ୍କର ଏକ ମନ ପସନ୍ଦର ଖାଦ୍ୟ ଅଟେ l ଏଥିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ l  ଯେପରିକି କୋବି ତରକାରୀ, ଚିଲିକୋବି, କୋବି ପକୋଡା, କୋବି ଭଜା, ଫୁଲ କୋବି କୋଫତା ଇତ୍ୟାଦି l ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା କରାଯାଇଥିବା ଗବେଷଣାରୁ ଜଣଯାଇଛିଯେ, ଜୁନ ବା ଜୁଲାଇ ମାସରେ

ଫୁଲ କୋବିର ଚାଷ କରାଯାଇପାରିବ l ଏହି ଚାଷ କରିବା ପାଇଁ ଜମିରେ ମଧ୍ୟ ପାଣି ଭରି ହୋଇ ନରହିଥିବା ଦରକାର l କ୍ଷେତରେ କୌଣସି ପ୍ରକାର କୀଟ ପୋକର ସମସ୍ୟା ନଥିବା ଦରକାର l

ପ୍ରଥମେ ଜମିରେ ୧୦୦କିଲୋଗ୍ରାମର ଗୋବର ଖତ ସହ କିଛି ଔଷଧ ମିଶାଇ ୭ ରୁ ୯ ଦିନ ରଖି ଜମିରେ ପକାଇ ଦିଅନ୍ତୁ l ଜମିରେ ୩ ରୁ ୫ମିଟର ଲମ୍ବା ଓ ୪୫ ସେଣ୍ଟିମିଟରରୁ ୧ମିଟର ଚୌଡାର ହିଡ଼ ବନାନ୍ତୁ l ଏହା ଦ୍ଵାରା ପାଣି ଦେବାରେ ସୁବିଧା ହୋଇଥାଏ l ଫୁଲ କୋବିର ଗଛ ୪୦ ରୁ ୪୫ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥାଏ l ସେଥିପାଇଁ ଏହାକୁ ଦେଖାରଖା କରିବାକୁ ହୋଇଥାଏ l ଯଦି କୌଣସି ପ୍ରକାର କୀଟ ଲାଗନ୍ତି ତାହେଲେ କୀଟନାଶକ ନିଶ୍ଚିନ୍ତ ସିଞ୍ଚନ କରନ୍ତୁ l ଫୁଲ କୋବି ଚାଷ ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l

ଜୁନ-ଜୁଲାଇରେ ଫୁଲ କୋବି ଚାଷ ଆରମ୍ଭ ହୋଇଥାଏ l ଯାହାକି ସେପ୍ଟେମ୍ବରରୁ ଅକ୍ଟୋବେର ମଧ୍ୟରେ ଉତ୍ପାଦନ କରାଯାଇଥାଏ l ଆମ ଦେଶରେ ପରିବା ଚାଷ ବହୁତ ପରିମାଣରେ ହୋଇଥାଏ l ଏଥି ମଧ୍ୟରୁ ଫୁଲ କୋବି ଏକ ମହତ୍ତ୍ୱପୂର୍ଣ୍ଣ ଫସଲ ଅଟେ l ଏମିତିରେ ଦେଖିବାକୁ ଗଲେ ଫୁଲ କୋବି ଆପଣ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଋତୁରେ ମିଳିଥାଏ l କିନ୍ତୁ ବର୍ତ୍ତମାନର ଜ୍ଞାନ କୌଶଳରେ ଆପଣମାନେ ଯେକୌଣସି ଋତୁରେ ଏହା ଚାଷ କରିପାରିବେ l ଏହା ଶୀତ ଋତୁରେ ଅଧିକ ପରିମାଣରେ ମିଳିଥାଏ l ଏହି ପ୍ରକିୟା ମାଧ୍ୟମରେ ଫୁଲ କୋବି ଚାଷ ଜୁନ ଜୁଲାଇରେ କରିପାରିବେ l ଏହି ସମୟରେ ବଜାରରେ ଫୁଲ କୋବି ମିଳେନାହିଁ, ତେଣୁ ଚାଷୀମାନଙ୍କୁ ରୋଜଗାର କରିବାର ଏହା ଏକ ଉଚିତ ସୁଯୋଗ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments