
ସବୁଠାରୁ ଲାଭଦାୟକ ଗୃହପାଳିତ ପଶୁ (ପେଟ )
ଗୋପାଳନ ,ମାଛ ଚାଷ ଠାରୁ ଆରମ୍ଭ କରି ଘୁଷୁରୀ ,ଠେକୁଆ ପାଳନ ବିଷୟରେ ହୁଏତ ଆପଣ ଜାଣିଥିବେ ମାତ୍ର ଗୃହପାଳିତ ପଶୁ (ପେଟ)ମାନଙ୍କୁ ପାଳନ କରି ସେଇଥିରୁ ଲାଭବାନ ହେବା ମଧ୍ୟ ଏକ ଅନ୍ୟତମ ଉପାୟ |ଭାରତ ରେ ପେଟ ସଂଖ୍ୟା ୨୦୧୬ ରେ ହାରାହାରି ୧ କୋଟି ରହିଥିଲା |ଏହିପରି କ୍ଷୁଦ୍ର ପ୍ରାଣୀ ଙ୍କ ପ୍ରତି ଆଶ୍ୱାସନା ଥିବା ବ୍ୟକ୍ତି ଏବଂ ପେଟ ପ୍ରେମୀ ଙ୍କ ଘରେ ନିଶ୍ଚିନ୍ତ ୧ ରୁ ୨ ଟି ପ୍ରକାର ପେଟ ଦେଖିବାକୁ ପାଇବେ |ବର୍ତମାନ ଭାରତ ରେ ପେଟ ଲାଗି ଚାହିଦା ବେଶ ଅଧିକ ଏବଂ ବିଶ୍ୱ ରେ ଭାରତୀୟ ପେଟ ବଜାର ଏବେ ହାରାହାରି ୮୦ କୋଟି ଦଳର ର ଦର ଧାର୍ଯ୍ୟ କରିପାରିଛି ||ତେଣୁ ଏହା ଏକ ଉତ୍ତମ ବ୍ୟବସାୟ |
ଏହି ୫ ଟି ପ୍ରାଣୀ ଙ୍କୁ ବିଶେଷ କରି ଭାରତ ରେ ପେଟ ଭାବେ ଅଧିକ ପାଳନ କରାଯାଏ :
୧)କୁକୁର :
ବିଶେଷ କରି ଘର ଜଗିବା ଠାରୁ ଆରମ୍ଭ କରି ମଣିଷ ର ସବୁଠାରୁ ପ୍ରିୟ ବନ୍ଧୁ ଭାବେ ଯୁଗେ ଯୁଗେ ପ୍ରମାଣିତ ହୋଇ ଆସିଛି |କୁକୁର ମଣିଷ ଦ୍ୱାରା ପାଳନ ହୋଇଥିବା ସବୁଠାରୁ ପ୍ରଥମ ପଶୁ |ତେବେ ବିଭିନ୍ନ ପ୍ରଜାତି ର କୁକୁର କୁ ଆପଣ ପାଳନ କରିପାରିବେ | ଅଳସିସିଆନ ,ଗୋଲଡେନ ରିଟ୍ରିଭର ,ପୋମେରିଆନ ଇତ୍ୟାଦି ର ଚାହିଦା ସବୁଠାରୁ ଅଧିକ ରହିଛି |


୩)ଠେକୁଆ :
ବାହାଘର ବା ଜନ୍ମ ଦିନ ର ଉପହାର ଭାବେ ଦିଆହେଉଥିବା ପେଟ ଙ୍କ ମଧ୍ୟରୁ ଏହା ସବୁଠାରୁ ଅନ୍ୟତମ|୬ ରୁ ୭ ବର୍ଷ ଯାଏ ବଂଚୁଥିବା ଏହି ପ୍ରାଣୀ ସମସ୍ତଙ୍କର ଅତି ପ୍ରିୟ |ଏମାନଙ୍କୁ ଆପଣ ଖୁବ କମ ଖର୍ଚ ରେ ପାଳନ କରି ବିକ୍ରି କରିପାରିବେ |ବିଶେଷ କରି ଅଙ୍ଗୋରା ରାବିଟ ର ଚାହିଦା ବେଶ ଅଧିକ ରହିଥାଏ |

୪)ଗିନି ପିଗ:
ଠେକୁଆ ପରେ ମନଲୋଭା କ୍ଷୁଦ୍ର ପ୍ରାଣୀ ହେଉଛନ୍ତି ଗିନି ପିଗ |ଏମାନଙ୍କୁ ଆପଣ ଖୁବ କାମ ଜାଗାରେ ପାଳନ କରି ବିକ୍ରି କରିପାରିବେ |ବିଦେଶ ତୁଳନାରେ ଭାରତରେ ଏମାନଙ୍କ ଚାହିଦା ବେଶ ଅଧିକ ରହିଛି|ଏମାନଙ୍କୁ ଆପଣ ପରିବା ଚୋପା ,ଘାସ ଇତ୍ୟାଦି ଦେଇ ମଧ୍ୟ ପାଳନ କରିପାରିବେ |ଏମାନଙ୍କର ଭଲ ଭାବେ ଯତ୍ନ ନେଲେ ଏମାନେ ୨ ରୁ ୩ ବର୍ଷ ଯାଏ ବଞ୍ଚନ୍ତି|
୫)ଚଢେଇ :
ମିଟୁ ,ଘର ଚଟିଆ,ବାଇ ଚଢେଇ ଏମାନଙ୍କୁ ବହୁ ପ୍ରାଚୀନ କାଳରୁ ପାଳନ କରାଯାଉଛି |ତେବେ ଉନ୍ନତ ପ୍ରଜାତି ର ଚଢେଇ ପାଳନ କରିବା ର ଦର ବର୍ତମାନ ୮୦୦୦ ରୁ ୪୦୦୦୦ ଟଙ୍କା ରହିଛି |ବିଦେଶ ସୁନ୍ଦର ପକ୍ଷୀ ମାନଙ୍କୁ ଆପଣ ସହଜରେ ପାଳନ କରି ବିକି ଲାଭବାନ ହୋଇପାରିବେ |
୬)ମାଛ :
ସୋଭପ୍ରଦ ମାଛ ଯେତିକି ଦେଖିବାକୁ ସୁନ୍ଦର ସେହିପରି ଏହାକୁ ପାଳନ କରିବା ଶୁଭ ବୋଲି ବିଶ୍ୱାସ ରହିଛି |ମାଛ ଘରେ ବହୁ ଲୋକେ କଇଁଛ ମଧ୍ୟ ପାଳନ କରିଥାନ୍ତି |ମାଛ ଘରେ ଥିବା ପାଣି ର ଭଲ ଭାବେ ଯାଞ୍ଚ କଲେ ମାଛ ମାନେ ଦୀର୍ଘାୟୁ ହୋଇଥାନ୍ତି |ବିଭିନ୍ନ ପ୍ରଜାତି ର ମାଛ ପାଳନ କରି ନିଜ ଘର,ଅଫିସ ଇତ୍ୟାଦି ର ଶୋଭା ବଢ଼ାନ୍ତୁ |
Share your comments