1. ମତ୍ସ୍ୟ ଓ ପଶୁ ପାଳନ

ଏମାନଙ୍କ ପାଳନ ହୋଇପାରେ ଲାଭଦାୟକ ...

ଏମାନଙ୍କ ପାଳନ ହୋଇପାରେ ଲାଭଦାୟକ ...

KJ Staff
KJ Staff

ସବୁଠାରୁ ଲାଭଦାୟକ ଗୃହପାଳିତ ପଶୁ (ପେଟ )

ଗୋପାଳନ ,ମାଛ ଚାଷ ଠାରୁ ଆରମ୍ଭ କରି ଘୁଷୁରୀ ,ଠେକୁଆ ପାଳନ ବିଷୟରେ ହୁଏତ ଆପଣ ଜାଣିଥିବେ ମାତ୍ର ଗୃହପାଳିତ ପଶୁ (ପେଟ)ମାନଙ୍କୁ ପାଳନ କରି ସେଇଥିରୁ ଲାଭବାନ ହେବା ମଧ୍ୟ ଏକ ଅନ୍ୟତମ ଉପାୟ |ଭାରତ ରେ ପେଟ ସଂଖ୍ୟା ୨୦୧୬ ରେ ହାରାହାରି ୧ କୋଟି ରହିଥିଲା |ଏହିପରି କ୍ଷୁଦ୍ର ପ୍ରାଣୀ ଙ୍କ ପ୍ରତି ଆଶ୍ୱାସନା ଥିବା ବ୍ୟକ୍ତି ଏବଂ ପେଟ ପ୍ରେମୀ ଙ୍କ ଘରେ ନିଶ୍ଚିନ୍ତ ୧ ରୁ ୨ ଟି ପ୍ରକାର ପେଟ ଦେଖିବାକୁ ପାଇବେ |ବର୍ତମାନ ଭାରତ ରେ ପେଟ ଲାଗି ଚାହିଦା ବେଶ ଅଧିକ ଏବଂ ବିଶ୍ୱ ରେ ଭାରତୀୟ ପେଟ ବଜାର ଏବେ ହାରାହାରି ୮୦ କୋଟି ଦଳର ର ଦର ଧାର୍ଯ୍ୟ କରିପାରିଛି ||ତେଣୁ ଏହା ଏକ ଉତ୍ତମ ବ୍ୟବସାୟ |

ଏହି ୫ ଟି ପ୍ରାଣୀ ଙ୍କୁ ବିଶେଷ କରି ଭାରତ ରେ ପେଟ ଭାବେ ଅଧିକ ପାଳନ କରାଯାଏ :


୧)କୁକୁର :

ବିଶେଷ କରି ଘର ଜଗିବା ଠାରୁ ଆରମ୍ଭ କରି ମଣିଷ ର ସବୁଠାରୁ ପ୍ରିୟ ବନ୍ଧୁ ଭାବେ ଯୁଗେ ଯୁଗେ ପ୍ରମାଣିତ ହୋଇ ଆସିଛି |କୁକୁର ମଣିଷ ଦ୍ୱାରା ପାଳନ ହୋଇଥିବା ସବୁଠାରୁ ପ୍ରଥମ ପଶୁ |ତେବେ ବିଭିନ୍ନ ପ୍ରଜାତି ର କୁକୁର କୁ ଆପଣ ପାଳନ କରିପାରିବେ | ଅଳସିସିଆନ ,ଗୋଲଡେନ ରିଟ୍ରିଭର ,ପୋମେରିଆନ ଇତ୍ୟାଦି ର ଚାହିଦା ସବୁଠାରୁ ଅଧିକ ରହିଛି |

୨)ବିଲେଇ: ବେଙ୍ଗଲ ବିଲେଇ ମାନେ ବହୁତ ଅଧିକ ବିକ୍ରି ହୁଅନ୍ତି |ସେହିପରି ପର୍ସିଆନ ବିଲେଇ ସବୁଠାରୁ ଦାମିକା ପ୍ରଜାତି ମାନଙ୍କ ମଧ୍ୟରୁ ଅନ୍ୟତମ |ସୁନ୍ଦର ଧଳା ରୁମ ଥିବାଏହି ବିଲେଇ କୁ ଆପଣ ବିଶିଷ୍ଟ ଲୋକଙ୍କ ଘରେ ହିଁ ଦେଖିବାକୁ ପାଇବେ |ଭାରତ ରେ ଏହାର ଦର ହାରାହାରି ୧୮,୦୦୦ ରୁ ୨୦୦୦୦ ଟଙ୍କା|ଅନ୍ୟ ଏକ ପ୍ରଜାତି ହଉଛି ସିଆମିଷ ବିଲେଇ |ଏମାନଙ୍କର ଭଲ ଭାବି ଯତ୍ନ ନେଲେ ଏମାନେ ୨୦ ବର୍ଷ ଯାଏ ବଞ୍ଚିଥାନ୍ତି |

୩)ଠେକୁଆ :

ବାହାଘର ବା ଜନ୍ମ ଦିନ ର ଉପହାର ଭାବେ ଦିଆହେଉଥିବା ପେଟ ଙ୍କ ମଧ୍ୟରୁ ଏହା ସବୁଠାରୁ ଅନ୍ୟତମ|୬ ରୁ ୭ ବର୍ଷ ଯାଏ ବଂଚୁଥିବା ଏହି ପ୍ରାଣୀ ସମସ୍ତଙ୍କର ଅତି ପ୍ରିୟ |ଏମାନଙ୍କୁ ଆପଣ ଖୁବ କମ ଖର୍ଚ ରେ ପାଳନ କରି ବିକ୍ରି କରିପାରିବେ |ବିଶେଷ କରି ଅଙ୍ଗୋରା ରାବିଟ ର ଚାହିଦା ବେଶ ଅଧିକ ରହିଥାଏ |


୪)ଗିନି ପିଗ:

ଠେକୁଆ ପରେ ମନଲୋଭା କ୍ଷୁଦ୍ର ପ୍ରାଣୀ ହେଉଛନ୍ତି ଗିନି ପିଗ |ଏମାନଙ୍କୁ ଆପଣ ଖୁବ କାମ ଜାଗାରେ ପାଳନ କରି ବିକ୍ରି କରିପାରିବେ |ବିଦେଶ ତୁଳନାରେ ଭାରତରେ ଏମାନଙ୍କ ଚାହିଦା ବେଶ ଅଧିକ ରହିଛି|ଏମାନଙ୍କୁ ଆପଣ ପରିବା ଚୋପା ,ଘାସ ଇତ୍ୟାଦି ଦେଇ ମଧ୍ୟ ପାଳନ କରିପାରିବେ |ଏମାନଙ୍କର ଭଲ ଭାବେ ଯତ୍ନ ନେଲେ ଏମାନେ ୨ ରୁ ୩ ବର୍ଷ ଯାଏ ବଞ୍ଚନ୍ତି|

 

୫)ଚଢେଇ :

ମିଟୁ ,ଘର ଚଟିଆ,ବାଇ ଚଢେଇ ଏମାନଙ୍କୁ ବହୁ ପ୍ରାଚୀନ କାଳରୁ ପାଳନ କରାଯାଉଛି |ତେବେ ଉନ୍ନତ ପ୍ରଜାତି ର ଚଢେଇ ପାଳନ କରିବା ର ଦର ବର୍ତମାନ ୮୦୦୦ ରୁ ୪୦୦୦୦ ଟଙ୍କା ରହିଛି |ବିଦେଶ ସୁନ୍ଦର ପକ୍ଷୀ ମାନଙ୍କୁ ଆପଣ ସହଜରେ ପାଳନ କରି ବିକି ଲାଭବାନ ହୋଇପାରିବେ |


୬)ମାଛ :

ସୋଭପ୍ରଦ ମାଛ ଯେତିକି ଦେଖିବାକୁ ସୁନ୍ଦର ସେହିପରି ଏହାକୁ ପାଳନ କରିବା ଶୁଭ ବୋଲି ବିଶ୍ୱାସ ରହିଛି |ମାଛ ଘରେ ବହୁ ଲୋକେ କଇଁଛ ମଧ୍ୟ ପାଳନ କରିଥାନ୍ତି |ମାଛ ଘରେ ଥିବା ପାଣି ର ଭଲ ଭାବେ ଯାଞ୍ଚ କଲେ ମାଛ ମାନେ ଦୀର୍ଘାୟୁ ହୋଇଥାନ୍ତି |ବିଭିନ୍ନ ପ୍ରଜାତି ର ମାଛ ପାଳନ କରି ନିଜ ଘର,ଅଫିସ ଇତ୍ୟାଦି ର ଶୋଭା ବଢ଼ାନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments