Krishi Jagran odia
Menu Close Menu

ଶୁଣିଲେ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ ! ପାଇପ୍ ଭିତରେ ଏହା ଦେଖି ସମସ୍ତେ ହେଲେ ଆଚମ୍ବିତ!

Wednesday, 15 January 2020 01:00 PM

ଶୁଣିଲେ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ ଯେ ପାଇପ୍ ମଧ୍ୟେ ଏହି ଜୀବ ଦେଖିବାକୁ ମିଳିଥିଲା । ଆଇ.ଏଫ୍. ଏସ୍ ସୁଶାନ୍ତ ନନ୍ଦ ଙ୍କ ଟୁଇଟର ରେ ଦେଖିବାକୁ ମିଳିଥିଲା ଏହି ବିରଳ ଭିଡିଓ ଯାହା ସମସ୍ତଙ୍କୁ ଆତଙ୍କିତ କରିବା ସହ ଆଚମ୍ବିତ ମଧ୍ୟ କରିଛି।ଏହି ଭିଡିଓ ରେ ପାଇପ୍ ମଧ୍ୟରେ ଦେଖିବାକୁ ମିଳିଥିଲା ଅଜଗର ,କେବଳ ଗୋଟିଏ ନୁହେଁ ବରଂ ୬ ଟି ଅଜଗର ଦେଖିବାକୁ ମିଳିଥିଲା।

ବନ୍ୟ ବିଭାଗ ର କର୍ମଚାରୀ ମାନେ କିପରି ଏହି ୬ ଟି ଅଜଗର ର ଉଦ୍ଧାର କରିଥିଲେ ,ତାହା ଏହି ଭିଡିଓ ରେ ସ୍ପଷ୍ଟ ଜଣାପଡ଼ୁଥିଲା ।ଶ୍ରୀଯୁକ୍ତ ନନ୍ଦ ଙ୍କ ଅନୁଯାୟୀ ଏହି ଅଜଗର ମାନେ ଆର୍.ସି.ସି ପାଇପ୍ ଭିତରେ ଲୁଚିଥିବାର ଦେଖିବାକୁ ମିଳିଥିଲା ଏବଂ ଏହି ଘଟଣା ଟି ଢେଙ୍କାନାଳ ଜିଲ୍ଲା ର ସପ୍ତଶଯ୍ୟା ନିକଟରେ ଘଟିଥିଲା ବେଳେ ପ୍ରଥମ ଥର ଲାଗି ଏକ ଛେଳି ଜଗୁଆଳି ଏଥି ମଧ୍ୟରୁ ଗୋଟିଏ ସାପ କୁ ସେହି ପାଇପ୍ ଭିତରେ ଦେଖି ସ୍ଥାନୀୟ ବାସୀଙ୍କ ଙ୍କୁ ଏନେଇ ସୂଚନା ଦେଇଥିଲା ।

ଏନେଇ ପୋଲିସ ସେହି ସ୍ଥାନ କୁ ପହଞ୍ଚି ଘଟଣା ର ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ କେବଳ ଗୋଟେ ନୁହେଁ ବରଂ ୬ ଟି ଅଜଗର ସାପ ପାଇପ ଭିତରେ ପଶି ରହିଥିଲେ |ଏହା ମଧ୍ୟରୁ ସର୍ବାଧିକ ୧୮ ଫୁଟ ଲମ୍ବା ର ଏକ ଅଜଗର ମିଳିଥିଲା ଏବଂ ଏହା ବ୍ୟତୀତ ଅନ୍ୟ ସାପ ଗୁଡିକ କ୍ରମେ ୧୬ ଫୁଟ ,୧୦ ଫୁଟ ,୧୨ ଫୁଟ ,୯ ଫୁଟ ଏବଂ ୮ ଫୁଟ ଲମ୍ବା ଥିଲେ |
ସମସ୍ତ ଅଜଗର କୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲ ରେ ଛଡା ଯାଇଥିଲା ବୋଲି ସୂଚନା ଦେଇଥିଲେ ଆଇ.ଏଫ.ଏସ ମହୋଦୟ |

English Summary: 6 pythons rescued from pipes in dhenkanal

Share your comments


CopyRight - 2020 Krishi Jagran Media Group. All Rights Reserved.