1. ମତ୍ସ୍ୟ ଓ ପଶୁ ପାଳନ

ମଇଁଷିର ଦାମ୍ ୮୦ ଲକ୍ଷ

୮୦ ଲକ୍ଷର ମଇଁଷି । ଆଶ୍ଚର୍ଯ୍ୟ ହେଇଯାଉଛନ୍ତି କି? ଆଜ୍ଞା ହଁ ? ଯାହା ବି ଶୁଣିଛନ୍ତି ଆପଣ ଠିକ ହିଁ ଶୁଣିଛନ୍ତି । ମଇଁଷିର ଦାମ୍ ହେଉଛି ୮୦ ଲକ୍ଷ ।

Sudesna Nayak
Sudesna Nayak
80 lakh buffalo in maharashtra

80 lakh buffalo in maharashtra

୮୦ ଲକ୍ଷର ମଇଁଷି । ଆଶ୍ଚର୍ଯ୍ୟ ହେଇଯାଉଛନ୍ତି କି? ଆଜ୍ଞା ହଁ ? ଯାହା ବି ଶୁଣିଛନ୍ତି ଆପଣ ଠିକ ହିଁ ଶୁଣିଛନ୍ତି । ମଇଁଷିର ଦାମ୍ ହେଉଛି ୮୦ ଲକ୍ଷ । ମହାରାଷ୍ଟ୍ରର ସାଙ୍ଗଲିରେ ରହୁଥିବା ଏହି ମଇଁଷିର ନାଁ ହେଉଛି ଗଜେନ୍ଦ୍ର । ଯାହାର ଓଜନ ପ୍ରାୟ ଦେଢ ଟନ୍ ଅଟେ । ବର୍ତ୍ତମାନ ତ ସୋସିଆଲ ମିଡିଆରେ ଗଜେନ୍ଦ୍ରର ଭିନ୍ନ ଭିନ୍ନ ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ମଇଁଷି ସହ ସେଲ୍ଫି ନେବାକୁ ଲୋକଙ୍କ ଭିଡ଼, ଜାଣନ୍ତୁ କାହିଁକି...

କହିବାକୁ ଗଲେ, ମହାରାଷ୍ଟ୍ରର, କର୍ଣ୍ଣାଟକ ବର୍ଡରରେ ଥିବା ମଙ୍ଗସୁଲି ଗାଁର ବାସିନ୍ଦା ବିଳାସ ନାୟକଙ୍କର ଏହି ମଇଁଷି ଅଟେ । ସାଙ୍ଗଲି ଜିଲ୍ଲା ତାସ ଗାଁରେ ଏକ ସଙ୍ଗଠନ ତରଫରୁ ଆୟୋଜିତ କୃଷି, ପଶୁ, ପକ୍ଷୀ ପ୍ରଦର୍ଶନୀ ମେଳାରେ ଗଜେନ୍ଦ୍ର ଆସିଥିବା ବେଳେ ଲୋକମାନେ ଏହି ମଇଁଷିକୁ ଦେଖି ଅବାକ୍ ତଥା ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ । ମଇଁଷିଟିର ଓଜନ ଖୁବ୍ ଅଧିକ ଓଜନ ଏବଂ ହୃଷ୍ଟପୃଷ୍ଟ ହୋଇଥିବାରୁ ମଇଁଷିଟିର ସହ ସେଲ୍ଫି ନେବା ପାଇଁ ଲୋକ ବହୁ ଦୂରଦୂରାନ୍ତରରୁ ଆସିଥିଲେ ।

କୃଷକଙ୍କ କହିବାନୁସାରେ, ଏଭଳି କିସମର ମଇଁଷିର ବଂଶ ବୃଦ୍ଧି କରାଗଲେ ଖୁବ୍ ଲାଭବାନ ହୋଇପାରିବା ସହିତ ଅଧିକ ଫେମସ ହୋଇଯିବେ । ମାତ୍ର ଏଭଳି ମଇଁଷିମାନଙ୍କର ଯତ୍ନନେବା ଖୁବ୍ କଷ୍ଟକର ହୋଇଥାଏ । ଏଥିସହିତ ସେମାନଙ୍କର ଖାଇବା ଏବଂ ପିଇବାର ଯତ୍ନନେବା ସହିତ ଏମାନଙ୍କୁ ସମ୍ଭାଳିବା ବହୁ କଷ୍ଟକର ମଧ୍ୟ ହୋଇଥାଏ ।

ଏଣିକି ମହାରାଷ୍ଟ୍ରରେ ଏହି ମଇଁଷିର ଯାହା ଦାମ୍‌ ରହିଛି ଆପଣମାନେ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ । ୪ ବର୍ଷ ବୟସର ଗଜେନ୍ଦ୍ର ନାମକ ଏହି ମଇଁଷିର ମୂଲ୍ୟ ୮୦ ଲକ୍ଷ ଟଙ୍କା । ତା’ର ଓଜନ ଦେଢ଼ ଟନ୍ ଅଥବା ୧୫ କ୍ବିଣ୍ଟାଲ ଅଟେ । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ତାସ୍‌ଗାଓଁରେ ଏହି ମଇଁଷି ରହିଛି । ତାସଗାଓଁଠାରେ କୃଷକ ସଂଘ ସ୍ବାଭିମାନୀ ସେତ୍‌କରୀ ସଂଗଠନ ପକ୍ଷରୁ ହିଁ ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି ।

ଉକ୍ତ ମଇଁଷି ଗଜେନ୍ଦ୍ରକୁ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାର ମାଙ୍ଗସୁଲି ଗ୍ରାମରୁ ପ୍ରଦର୍ଶନୀକୁ ଅଣାଯାଇଛି । ବିଳାସ ନାଏକ ନାମକ ଜଣେ କୃଷକ ଏହି ମଇଁଷି ଗଜେନ୍ଦ୍ରକୁ ପାଳନ କରୁଛନ୍ତି । ହୃଷ୍ଟପୁଷ୍ଟ ମଇଁଷି ଗଜେନ୍ଦ୍ରଟି ଏକ ଉନ୍ନତ ଜିନ୍‌ର । ଉନ୍ନତ ମଇଁଷି ଛୁଆ ଜନ୍ମରେ ଏହି ମଇଁଷିଟି ବହୁ ସହାୟକ ହେବ । ଫଳରେ ପଶୁପାଳନ କରୁଥିବା କୃଷକମାନେ ୪ ବର୍ଷର ମଇଁଷି ଗଜେନ୍ଦ୍ର ଠାରୁ ଦାମୀ ମଇଁଷି ଛୁଆ ପାଇପାରିବେ । ଏଥିପାଇଁ ହିଁ ମଇଁଷି ଗଜେନ୍ଦ୍ରର ଦାମ ଏତେ ଅଧିକ ରହିଛି ।

ବୃହତ୍‌ ଆକାରର ଏହି ମଇଁଷିଟିକୁ ପାଳିଥିବା ବ୍ୟକ୍ତି ବିଳାସ ଦିନକୁ ୧୫ ଲିଟର କ୍ଷୀର ପିଇବାକୁ ଦେଇଥାନ୍ତି । ଘାସ ଏବଂ ଆଖୁ ଦିନକୁ ଚାରିଥର ମଇଁଷି ଗଜେନ୍ଦ୍ର ଖାଇଥାଏ । ମଇଁଷି ଗଜେନ୍ଦ୍ରକୁ ଦେଖି ଗ୍ରାମର ଅନ୍ୟ କୃଷକମାନେ ମଧ୍ୟ ସ୍ବାସ୍ଥ୍ୟବାନ ପ୍ରାଣୀ ପାଳନ କରିବା ଆରମ୍ଭ କରିଦେଇଛନ୍ତି ।

ଦୁନିଆର ସବୁଠାରୁ ମହଙ୍ଗା ଛେଳି, 21,000 ଡଲାରରେ ହେଲା ବିକ୍ରି

ରାଜ୍ୟରେ ବଢୁଛି ବନ୍ୟଜନ୍ତୁ ଶିକାର, ୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments