1. ମତ୍ସ୍ୟ ଓ ପଶୁ ପାଳନ

ରାଜ୍ୟରେ ବଢୁଛି ବନ୍ୟଜନ୍ତୁ ଶିକାର, ୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ବଢି ଚାଲିଛି । ବନ୍ୟଜନ୍ତୁଙ୍କୁ ଶିକାର କରି ବାହାର ରାଜ୍ୟ ତଥା ଦେଶକୁ ପଠାଉଛନ୍ତି ଶିକାରୀ । ବନ୍ୟଜନ୍ତୁ ଶିକାର ରୋକିବାକୁ ସରକାର ଅନେକ ପଦକ୍ଷେପ ହାତକୁ ନେଉଥିଲେ ମଧ୍ୟ ଏଥିରେ ସେତେଟା ସଫଳତା ମିଳୁନାହିଁ ।

Sudesna Nayak
Sudesna Nayak
802 animal killed in last 5 years

802 animal killed in last 5 years

ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ବଢି ଚାଲିଛି । ବନ୍ୟଜନ୍ତୁଙ୍କୁ ଶିକାର କରି ବାହାର ରାଜ୍ୟ ତଥା ଦେଶକୁ ପଠାଉଛନ୍ତି ଶିକାରୀ । ବନ୍ୟଜନ୍ତୁ ଶିକାର ରୋକିବାକୁ ସରକାର ଅନେକ ପଦକ୍ଷେପ ହାତକୁ ନେଉଥିଲେ ମଧ୍ୟ ଏଥିରେ ସେତେଟା ସଫଳତା ମିଳୁନାହିଁ ।

ତେବେ ଗତ ୫ ବର୍ଷରେ କେତେ ବନ୍ୟଜନ୍ତୁ ଶିକାର ହୋଇଛନ୍ତି ଓ ଏମାନଙ୍କୁ ଶିକାର କରିଥିବା କେତେ ଜଣ ଶିକାରୀ ଗିରଫ ହୋଇଛନ୍ତି । ଏହି ସମୟ ମଧ୍ୟରେ ଜଙ୍ଗଲ ନିଆଁରେ କେତେ ଜଙ୍ଗଲ ନଷ୍ଟ ହୋଇଛି? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୮୦୨ ଗୋଟି ହାତୀ, ବାଘ ଓ ଅନ୍ୟାନ୍ୟ ବିରଳ ବନ୍ୟଜନ୍ତୁ ଶିକାର ହୋଇଛନ୍ତି । ଆଉ ବନ୍ୟଜନ୍ତୁ ଶିକାର ମାମଲାରେ ୩୨୪୮ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସବୁଠୁ ବଡ କଥା ହେଲା, ଏହି ୫ ବର୍ଷ ମଧ୍ୟରେ ୩୩୪ଟି ବାରହା ଶିକାର ହୋଇଥିବା ବେଳେ ୧୧ ହାତୀ, ୧୨ ଭାଲୁ, ୨୩ ଝିଙ୍କ, ୬୬ ସମ୍ବର, ୯୭ଟି ମୃଗ, ୨୬ଟି ସାର୍କ ଶିକାର କରାଯାଇଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ