ବହୁଳ ମାତ୍ର ରେ ବଢୁଥିବା ଜନସଂଖ୍ୟା କୁ ଏହାର ଯୋଗାଇବାର ର ଭାରସାମ୍ୟ ଧାରଣ କରିଛି
ଆଧୁନିକ ଚାଷ ପ୍ରଣାଳୀ ଏବଂ ଖାଦ୍ୟ ଚାହିଦା ମେଣ୍ଟାଇବା ଲାଗି ଆହୁରି ଅଧିକ ଉତ୍ପାଦନର ଆବଶ୍ୟକତା ରହିଛି ବହୁ ପ୍ରଭାତନା କାଳରୁ ଆମ ଚାଷୀ ଭାଇ ଭଉଣୀ ମାନେ ଚାଷ କରିବା ସହ ଅନ୍ୟାନ୍ୟ ଗୃହ ପାଳିତ ପଶୁ ଯଥା ଗାଈ,ବଳଦ,ମଇଁଷି,ଛେଳି,ମେଣ୍ଢା ,କୁକୁଡ଼ା ଇତ୍ୟାଦି ପାଳନ କରିଆସୁଛନ୍ତି |ମାତ୍ର ମୁଖ୍ୟତ ଆମ ଚାଷୀ ଭାଇ ମାନେ ଦେଶୀ କୁକୁଡ଼ା ର ପାଳନ କରିଥାନ୍ତି |ଦେଶୀ କୁକୁଡ଼ାଙ୍କ ଶରୀର ବୃଦ୍ଧି ମନ୍ଥର ଏବଂ ଅଣ୍ଡା ଉତ୍ପାଦନ କ୍ଷମତା ମଧ୍ୟ କମ |ଦେଶ ବିଦେଶ ରେ ଏପରି କୁକୁଡ଼ା ପ୍ରଜାତି ଅଛନ୍ତି ଯେଉଁମାନେ ଖୁବ ଶୀଘ୍ର ବଢି ପାରନ୍ତି କିମ୍ବା ବହୁ ମାତ୍ରା ରେ ଅଣ୍ଡା ଦିଅନ୍ତି |
ଏହିପରି ଏକ ଉନ୍ନତ ପ୍ରଜାତି ହେଉଛି କାବେରୀ କୁକୁଡ଼ା ଏହାକୁ ଖୁବ ସହଜରେ ଘର ଅଗଣାରେ ପାଳନ କରାଯାଇପାରିବ|ଏମାନେ ଦେଶୀ କୁକୁଡ଼ା ଅପେକ୍ଷା ଧିକ ଓଜନ ର ହୋଇଥାନ୍ତି ଏବଂ ଏମାନଙ୍କର ଅଣ୍ଡା ଉତ୍ପାଦନ କ୍ଷମତା ମଧ୍ୟ ଅଧିକ |ଏମାନଙ୍କୁ ସହଜରେ କୁକୁର,ବିଲେଇ ଇତ୍ୟାଦି ମାରି ପାରନ୍ତିନାହିଁ |ଏମଙ୍କ ମାଂସ ସୁସ୍ୱାଦୁ ଏବଂ ରଙ୍ଗ ଦେଶୀ କୁକୁଡ଼ା ପରି ହୋଇଥିବାରୁ ଏହାର ବଜାରରେ ଚାହିଦା ଖୁବ ଅଧିକ |
କେତେକ ଜାଣିବା କଥା:
ଚିଆଁ ମୃତ୍ୟୁ ହାର (ହାରାହାରି)-୨୦ ପ୍ରତିଶତ
ଶାରୀରିକ ଓଜନ : ୩ କି.ଗ୍ରା
ଅଣ୍ଡା ଦେବା ଆରମ୍ଭ ବୟସ: ୧୮୫ ଦିନ
ମାସିକ ଅଣ୍ଡା ଉତ୍ପାଦନ : ୧୪ ଟି
ବାର୍ଷିକ ଅଣ୍ଡା ଉତ୍ପାଦନ : ୧୬୦ ଟି
Share your comments