1. ମତ୍ସ୍ୟ ଓ ପଶୁ ପାଳନ

ପଶୁପାଳକମାନଙ୍କ ପାଇଁ ବଡ ଖବର, ପଶୁଙ୍କ ରୋଗ ପାଇଁ ଆସିଛି ମୋବାଇଲ ଆପ୍ !!

ଯଦି ମଣିଷକୁ କୌଣସି ରୋଗ ହେଉଛି ତେବେ ସେ ନିଜର ସମସ୍ୟା ଅନ୍ୟମାନଙ୍କୁ କହି ତାହାର ଉପଚାରର ବାଟ ବାହାର କରିଥାଏ, କିନ୍ତୁ ମୂକ ପଶୁ ଏହି ପରି କରିପାରନ୍ତି ନାହିଁ l ଯେତେବେଳେ କୌଣସି ପଶୁ କିଛି ରୋଗ ସଂସ୍ପର୍ଶରେ ଆସେ ତେବେ ସେ ନିଜର ସମସ୍ୟା ଅନ୍ୟମାନଙ୍କ ସହ ବାଣ୍ଟି ପାରେ ନାହିଁ ।

Sugyan Kumar Nayak
Sugyan Kumar Nayak

ଯଦି ମଣିଷକୁ କୌଣସି ରୋଗ ହେଉଛି ତେବେ ସେ ନିଜର ସମସ୍ୟା ଅନ୍ୟମାନଙ୍କୁ କହି ତାହାର ଉପଚାରର ବାଟ ବାହାର କରିଥାଏ, କିନ୍ତୁ ମୂକ ପଶୁ ଏହି ପରି କରିପାରନ୍ତି ନାହିଁ l ଯେତେବେଳେ କୌଣସି ପଶୁ କିଛି ରୋଗ ସଂସ୍ପର୍ଶରେ ଆସେ ତେବେ ସେ ନିଜର ସମସ୍ୟା ଅନ୍ୟମାନଙ୍କ ସହ ବାଣ୍ଟି ପାରେ ନାହିଁ । ଏହି ପରିସ୍ଥିତିରେ ପଶୁପାଳକମାନଙ୍କ ମୁଖ୍ୟ ଭୂମିକା ରହିଥାଏ, କାରଣ ସେମାନେ ପଶୁମାନଙ୍କ ଲକ୍ଷଣ ଦେଖି ସେମାନଙ୍କ ରୋଗକୁ ସଠିକ ଭାବରେ ବାରି ପାରନ୍ତି, କିନ୍ତୁ ବହୁତ ଥର ପଶୁପାଳକମାନେ ପଶୁମାନଙ୍କ ଏହି ସବୁ ଲକ୍ଷଣ ବିଷୟରେ ଅପରିଚିତ ରହିଥାଆନ୍ତି । ଯାହା ଦ୍ୱାରା ପଶୁମାନଙ୍କର ଉଚିତ ଉପଚାର ଅଭାବ ଦ୍ଵାରା ସେମାନେ ଅକାଳ ମୃତ୍ୟୁରେ ପଡିଥାନ୍ତି ।  ଯାହା ଦ୍ୱାରା ପଶୁପାଳକମାନଙ୍କୁ ଅତ୍ୟଧିକ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥାଏ । ଏଥି ଯୋଗୁଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏହି ସବୁ ସମସ୍ୟାକୁ ଧ୍ୟାନରେ ରଖି ଏମିତି ଏକ ମୋବାଇଲ ଆପ୍ ବାହାର କରିଛି, ଯାହା ମାଧ୍ୟମରେ ପଶୁମାନଙ୍କୁ ହେଉଥିବା ରୋଗର ଚିହ୍ନଟ କିଛି କ୍ଷଣ ମଧ୍ୟରେ ପଶୁପାଳକମାନଙ୍କୁ ବତେଇ ହେବ l

ଏମିତି କହିବ ପଶୁମାନଙ୍କ ରୋଗ

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପୁଣି ଥରେ ପଶୁପାଳକମାନଙ୍କ ପାଇଁ ଏକ ନୂଆ ମୋବାଇଲ ଆପ୍ ବାହାର କରିଛି, ଯାହାର ନାମ RBIR ରୋଗ ନିୟନ୍ତ୍ରଣ ଅଟେ । ଏହି ଆପ୍ କେବଳ ଯେ ଆପଣମାନଙ୍କୁ ପଶୁଙ୍କ ରୋଗ ବିଷୟରେ କହିବ କିନ୍ତୁ ଏହି ରୋଗରୁ କିପରି ଆପଣଙ୍କ ପଶୁ ରକ୍ଷା ପାଇପାରିବେ ତାହାର ଉପଚାର ସବୁ ମଧ୍ୟ କହିବ । ଏହି ଆପ୍ ମାଧ୍ୟମରେ ଆପଣଙ୍କ ପଶୁମାନଙ୍କୁ ହେଉଥିବା ରୋଗର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ୍ ଡାଉନଲୋଡ କରିପାରିବେ, ଏହି ଆପ୍ ଆପଣ ଘରେ ରହି ଆପଣଙ୍କ ପଶୁଙ୍କ ସମସ୍ତ ଲକ୍ଷଣମାନ ଆଧାରକରି ସେମାନଙ୍କ ରୋଗ ବିଷୟରେ ସୂଚନା ଦେଇଥାଏ ଓ ତାହା ସହ ସେମାନଙ୍କ ଉପଚାର ବିଷୟରେ କହି ଥାଏ । ଏହି ଆପ୍ ବିଷୟରେ ମୁଖ୍ୟ କଥା ହେଉଛି ଏହା ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଥାଏ ତେଣୁ ଆପଣମାନେ ନାହିଁ କେବଳ ଶୁଣି କରି କିମ୍ବା ପଢିକରି କିମ୍ବା ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ।

ପଶୁମାନଙ୍କୁ ହେଉଥିବା ରୋଗ

ପଶୁମାନଙ୍କୁ ବିଭିନ୍ନ ପ୍ରକାରର ରୋଗର ବିପଦ ରହିଥାଏ, ଯେଉଁ ଥିରେ ମୁଖ୍ୟତଃ ସ୍ତନହରା, ଦୁଗ୍ଧ ଜ୍ୱର ଇତ୍ୟାଦି । ସାଧାରଣତଃ ଏହା ଦେଖା ଯାଇଛି ଯେ ପଶୁପାଳକମାନେ ପଶୁମାନଙ୍କ ଠାରେ ହେଉଥିବା ରୋଗ ଚିହ୍ନି ପାରନ୍ତି ନାହିଁ, ଯାହାକୁ ଦୃଷ୍ଟିରେ ରଖି ଏହି ଆପ୍ ନିଶ୍ଚିତ ରୂପରେ ପଶୁପାଳକ ମାନଙ୍କ ପାଇଁ ଉପଯୋଗୀ ହେଇପାରିବ । ଏହି ଆପର ମୁଖ୍ୟ ଆଧାର ଏହା ଯେ, ଏହି ଆପରେ ପଶୁମାନଙ୍କୁ ହେଉଥିବା ରୋଗର ସମ୍ପୂର୍ଣ୍ଣ ବିବରଣୀ ବିସ୍ତାରରେ କୁହା ଯାଇଥାଏ । 

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ