
-ମହୁମାଛି ପାଳନ କରୁଛନ୍ତି ବା କରିବାକୁ ଇଚ୍ଛା ରଖିଛନ୍ତି କି ??
-ଯଦି ହଁ !ତେବେ ଜାଣି ରଖନ୍ତୁ ଏହି ବିଶେଷ ତଥ୍ୟ
-ମହୁ ମାଛି ବସା ଛାଡି ପଳାଇଛନ୍ତି କି?
-ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେ ମହୁ ଉତ୍ପାଦନ ହେଉନାହିଁ କି ?

ଏହି ସମସ୍ତ ପ୍ରଶ୍ନ ର ରହିଛି ଗୋଟେ ଉତ୍ତର |ବହୁ ବାର ମହୁମାଛି ମାନେ ବସା ଛାଡି ଚାଲିଯିବାର ଦେଖୁଥିବେ |
ରାଣୀ ମହୁ ମାଛି ଟି ସମ୍ପୂର୍ଣ ଦଳ ସହିତ ବିଭିନ୍ନ କାରଣରୁ ବସା ପରିତ୍ୟାଗ କରି ଚାଲିଯାଇଥାଏ |
ଏହି ପରି ସମସ୍ୟା ବାଘୁଆ ମହୁ ମାଛି ଏବଂ ଛୋଟ ମହୁ ମାଛି (Apis florea )ରେ ଅଧିକ ଦେଖାଯାଏ ଏବଂ ଆପଣ ପାଳନ କରିଥିବା ମହୁମାଛି (Apis cerana indica ) ରେ ମଧ୍ୟ ଦେଖିବାକୁ ମିଳିଥାଏ |
ତେବେ ଜଣାନ୍ତୁ ଏହାର କାରଣ !
-ଯଦି ବାତାବରଣ ଏବଂ ପାଣିପାଗ ତାଙ୍କୁ ଉଚିତ ଲାଗିବ ନାହିଁ |
-ଯଦି ତାଙ୍କୁ ଉପଯୁକ୍ତ ଖାଦ୍ୟ ବା ଖାଦ୍ୟ ର ସନ୍ଧାନ ନା ମିଳେ
-ଯଦି ଆପଣ ବାରମ୍ବାର ଅତ୍ୟଧିକ ଧୂଆଁ ଦେଲେ
-ଯଦି କୌଣସି ଶତ୍ରୁ ର ଅଧିକ ଆକ୍ରମଣ ହୁଏ |
-ବାରମ୍ବାର ଯଦି ବାକ୍ସ ଖୋଲି ତାଙ୍କୁ ହଇରାଣ କରାଯାଉଥାଏ |
ତେବେ ଏହି ସମସ୍ତ କାରଣ ଯୋଗୁ ସେମାନେ ବସା ପରିତ୍ୟାଗ କରନ୍ତି ..

ଏମିତି ହେଲେ କଣ ହେବ?
-ନିଶ୍ଚିନ୍ତ ଭାବେ ମହୁପଳନ କରୁଥିଲେ ଆପଣ ମହୁ ଅଧିକ ଅମଳ କରିପାରିବେ ନାହିଁ|
-ମହମ ପ୍ରଜାପତି ପଶି ବସା କୁ ସମ୍ପୂର୍ଣ ଖାଇ ନଷ୍ଟ କରିଦେଇଥାଏ |
-ବସା ମଧ୍ୟ ଆଉ କୌଣସି ପ୍ରକାର ବ୍ୟବହାର ହୋଇପାରେ ନାହିଁ |
ଏପରି ସମସ୍ୟା ହେବା ଆଗରୁ !
-ଯଦି ମହୁ ହେବାର ସମୟ ହୋଇ ନାହିଁ ବା ମହୁ ମାଛି ଙ୍କୁ ଖାଦ୍ୟ ଅଭାବ ହେଉଛି ବୋଲି ଭାବୁଛନ୍ତି ତେବେ ତାଙ୍କୁ ନିଶ୍ଚିନ୍ତ ଭାବେ ଚିନି ସିରା ଖାଇବାକୁ ଦିଅନ୍ତୁ |
-ସପ୍ତାହ କୁ ଥରେ ମହୁ ବାକ୍ସ ଥିବା ସ୍ଥାନ କୁ ଭଲ ଭାବେ ସଫା କରନ୍ତୁ ଯେପରି ପିମ୍ପୁଡି ଜନ୍ଦା ବା କୌଣସି ଶତ୍ରୁ ଆକ୍ରମଣ ହେବ ନାହିଁ |ସ୍ଟାନ୍ଡ ରେ ଏକ ମୋବିଲ କନା ଗୁଡେଇଦେବା ଉଚିତ |
-କୌଣସି ମତେ ମହୁମାଛି ଙ୍କ ଲାଗି ଅହିତକାରୀ କୀଟନାଶକ ପ୍ରୟୋଗ କରନ୍ତୁନାହିଁ |ଯଦି କୌଣସି କାରଣରୁ ସେମାଙ୍କୁ ବାତାବରଣ ଉଚିତ ନ ଲାଗେ ତେବେ ସେମାନେ ବସା ପରିତ୍ୟାଗ କରିଥାନ୍ତି |

-ବାରମ୍ବାର ଅତ୍ୟଧିକ ଧୂଆଁ ଦିଅନ୍ତୁ ନାହିଁ |
-ଯଦି ଖରା ଅଧିକ ହେଉଛି ବା ତାପମାତ୍ରା ବଢିଲେ ତାଙ୍କୁ ଛାଇ ରେ ରଖିବାର ବ୍ୟବସ୍ତା କରନ୍ତୁ |ଏକ ପେଟି ଆଣି ବାକ୍ସ ଉପରେ ଘୋଡାଇଦେବା ସବୁଠାରୁ ଉତ୍ତମ ଉପଚାର |
-ମହୁ ବାକ୍ସ କୁ ସନ୍ତସନ୍ତିଆ ସ୍ଥାନ ରେ ରଖନ୍ତୁ ନାହିଁ |
-ବର୍ଷା ଦିନରେ ଯଦି ବାକ୍ସ ପରିପାର୍ଶ୍ଵ ରେ ଅଧିକ ଘାସ ଉଠିବାକୁ ଲାଗେ ତେବେ ତାହା ସଫା କରନ୍ତୁ |
ଯଦି ମହୁ ମାଛି ଦଳ ବସା ପରିତ୍ୟାଗ କରିଛନ୍ତି ତେବେ ଆଉ ଏକ ନୂତନ ଦଳ ଆଣି ମହୁ ଉତ୍ପାଦନ କରନ୍ତୁ |
Share your comments