1. ମତ୍ସ୍ୟ ଓ ପଶୁ ପାଳନ

Animal care tips: ଖରାଦିନେ କିପରି ନେବେ ପଶୁଙ୍କ ଯତ୍ନ

ଖରାଦିନରେ ନିଅନ୍ତୁ ପଶୁଙ୍କ ଯତ୍ନ l ନଚେତ ହୋଇପାରେ ଗୋରୁଙ୍କ ମୃତ୍ୟୁ .....!

Tanushree Mahapatra
Tanushree Mahapatra
animal care tips for summer season. image source - pixeles

animal care tips for summer season. image source - pixeles

ରାଜ୍ୟରେ ପାଣିପାଗ ବଦଳିଛି l ଧୀରେ ଧୀରେ ତାପମାତ୍ରା ମଧ୍ୟ ବଢ଼ିବ l ମଣିଷଙ୍କ ଠାରୁ ଆରମ୍ଭ କରି ପଶୁ ସମସ୍ତଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡ଼ିବ l ଖରା ଦିନରେ ତାପମାତ୍ରା ଜନିତ ବିଭିନ୍ନ ପ୍ରକାର ରୋଗ ହେବାର ଦେଖିବାକୁ ମିଳେ l ଏହା ସମାନ ପଶୁଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ l ତେବେ ଖରାଦିନରେ କିପରି ନେବେ ପଶୁଙ୍କ ଯତ୍ନ l ଗୋପାଳକଙ୍କ ପାଇଁ ପଶୁଙ୍କ ଯତ୍ନ ନେବା ଅଧିକ ଜରୁରୀ l କାରଣ ଗାଈଙ୍କ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ l ଏଥିପାଇଁ ପଶୁପାଳକଙ୍କୁ ନିକଟସ୍ଥ ପଶୁ ଡାକ୍ତରଙ୍କ ସହିତ ଯୋଗାଯୋଗ ରଖିବାକୁ ପଡ଼ିବ l ପଶୁଙ୍କ ଖାଦ୍ୟ ଏବଂ ପାନୀୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ l

ଆପଣ ସମସ୍ତେ ଜାଣିଛନ୍ତି ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଏଠାରେ ପ୍ରାୟତଃ ୭୦ ପ୍ରତିଶତ ଲୋକ କୃଷି ଓ ଗୋପାଳନ କରି ଜୀବିକା ନିର୍ବାହ କରିଥାନ୍ତି । ପ୍ରାୟ ଅଧିକ ଚାଷୀ ପ୍ରାଣୀ ପାଳନକୁ ନିଜର ଜୀବିକା ରୂପେ ଗ୍ରହଣ କରି ଚଳୁଛନ୍ତି l ଏହିଂ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିବା ସହିତ ରାଜ୍ୟ ଅର୍ଥନୀତିର ବିକାଶରେ ମଧ୍ୟ ସହାୟକ ହେଉଛନ୍ତି ଚାଷୀ । ତେଣୁ ଗୃହପାଳିତ ପ୍ରାଣୀ ସଂପଦର ଉପଯୁକ୍ତ ପରିଚାଳନା ନିହାତି ଆବଶ୍ୟକ ।

ଆଗକୁ ଖରାଦିନ ବଢ଼ିଯିବ ଦିନ ତାପମାତ୍ରା, ଅସନ୍ତୁଳିତ ପରିବେଶ ପଶୁ ଏବଂ ପଶୁଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ସାଧାରଣତଃ ଗ୍ରୀଷ୍ମଋତୁର ପ୍ରଭାବରେ ସର୍ବାଧିକ ପ୍ରାଣୀ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ତେଣୁ ଏହି ସମୟରେ ଗୋରୁଙ୍କ ସୁପରିଚାଳନା ଅତ୍ୟନ୍ତ ଜରୁରୀ ହୋଇପଡ଼େ । ସଠିକ ପରିଚାଳନା ମାଧ୍ୟମରେ ଅଧିକ ତାପମାତ୍ରା ଜନିତ ସ୍ୱାସ୍ଥ୍ୟ ହାନିକୁ ଏଡ଼ାଇ ଦିଆଯାଇପାରିବ । ଏଥିନିମନ୍ତେ ଚାଷୀ ଭାଇଭଉଣୀଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ତାପମାତ୍ରା ବୃଦ୍ଧି ହେତୁ ଗାଈଗୋରୁମାନେ ଅତିମାତ୍ରାରେ ଅସ୍ଵସ୍ତି ଅନୁଭବ କରନ୍ତି ।

କ୍ଷୀର ଦୁହିବା ପୂର୍ବରୁ ଗାଈଙ୍କ ଉପରେ ଜଳ ସିଞ୍ଚନ କରନ୍ତୁ କାରଣ ଏହା ମଧ୍ୟ ଫଳପ୍ରଦ ହୋଇଥାଏ । ଖରାଦିନେ ଗୋରୁଙ୍କୁ ଅଧିକ ପରିମାଣରେ ବିଶୁଦ୍ଧ ଏବଂ ଥଣ୍ଡା ପାନୀୟ ଜଳ ଦେବା ଆବଶ୍ୟକ । ଅନ୍ୟାନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମଋତୁରେ ଦେଢରୁ ଦୁଇଗୁଣ ଅଧିକ ପିଇବା ପାଣି ଗୋରୁଙ୍କୁ ଦେବା ଜରୁରୀ । ଅଧିକ ସମୟ ପର୍ଯ୍ୟନ୍ତ ଗୋରୁଙ୍କୁ ଖରାରେ ଛାଡିବା ଅନୁଚିତ ।ଆବଶ୍ୟକ ସ୍ଥଳେ ଆପଣ ସୂର୍ଯ୍ୟାସ୍ତ ପରେ ଚରାଇବା ପାଇଁ ପଡିଆକୁ ନେଇ ପାରିବେ । ଖରାଦିନେ ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ସାଧାରଣତଃ ଖରାଦିନରେ ତନ୍ତୁଜାତୀୟ ଏବଂ ଶସ୍ୟ ଜାତୀୟ ଖାଦ୍ୟ ଦେବା ଦରକାର । ଯେଉଁଠି ପୁଷ୍ଟିସାର ଅନ୍ୟୁନ ୩୫% ରହିବା ଆବଶ୍ୟକ ।

ଖାଦ୍ୟ ସହିତ ଆବଶ୍ୟକ ମୁତାବକ ଖାଦ୍ୟସାର ଏବଂ ଖଣିଜଲବଣ ଦେବା l ତାପମାତ୍ରା ବୃଦ୍ଧିଜନିତ ଶାରୀରିକ ଅସ୍ଵସ୍ତିକୁ କମ କରାଯାଇପାରିବ ଏହା ଦ୍ୱାରା । ଚାଷୀ ଭାଇଭଉଣୀମାନେ ଉପଯୁକ୍ତ ସ୍ଵାସ୍ଥ୍ୟ ଓ ଖାଦ୍ୟ ପରିଚାଳନା, ଆବଶ୍ୟକ ମୁତାବକ ତାଙ୍କ ପାଇଁ ଗୁହାଳ ନିର୍ମାଣ ଏବଂ ପାରିପାର୍ଶ୍ଵିକ ବୃକ୍ଷରୋପଣ ଦ୍ଵାରା ଗୋରୁଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାଉରୁ ଦୂରେଇ ରଖିବା ଉଚିତ ।

ଧୀରେ ଧୀରେ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନ ବୌଶଳ ବ୍ୟବହାର କରି ଅଧିକ ତାପମାତ୍ରା ସହ୍ୟ କରିପାରୁଥିବା ଅଧିକ ଉତ୍ପାଦନକ୍ଷମ ପ୍ରଜାତି ସୃଷ୍ଟି କରୁଛନ୍ତି । ଯାହାଦ୍ୱାରା ଚାଷୀ ଭାଇମାନେ ଅଧିକ ଲାଭ ପାଇ ପାରିବେ ।

ତେବେ ଖରାଦିନ ଅଧିକ ତାପମାତ୍ରା ଯୋଗୁଁ ନବଜାତ ବାଛୁରୀର ମୃତ୍ୟୁହାର ବଢ଼ିବାର ଦେଖିବାକୁ ମିଳେ । ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ପରେ ନିମୋନିଆ, ଥନହରା, ଗର୍ଭଶୟ ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ପରିଲକ୍ଷିତ ହୁଏ । ଅଧିକ ତାପମାତ୍ରା ଜନିତ ଶାରୀରିକ ଅସ୍ଵସ୍ତି ମଧ୍ୟ ଦେଖିବାକୁ ମିଳେ ଗୋରୁଙ୍କ ପକ୍ଷରେ । ଅନେକ ଦିନ ଧରି ରୋଗ ଲାଗି ରହିଲେ, ପ୍ରାଣୀ ମୃତ୍ୟୁ ମୁଖରେ ପଡିଥାଏ । ତେଣୁ ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ l

ଗୋରୁଙ୍କ ବିଭିନ୍ନ ଲକ୍ଷଣଗୁଡ଼ିକ :- ଶରୀରର ତାପମାତ୍ରା ୧୦୩ ଫାରେନହିଟରୁ ଅଧିକ, ଶ୍ଵାସକ୍ରିୟାର ହାର ବୃଦ୍ଧି ହେବା , ଅଧିକ ଲାଳ ଗଡ଼ିବା ଗୋରୁଙ୍କ ମୁହଁରୁ , ଜିଭ ବାହାରକୁ ବାହାର କରିବା ଇତ୍ୟାଦି । ଏତଦ୍‌ବ୍ୟତୀତ ଖାଦ୍ୟ ଗ୍ରହଣ ହ୍ରାସ ଘଟିବା ହେତୁ ଦୁଗ୍ଧ ଉତ୍ପାଦନ ମଧ୍ୟ କମିବା ସଙ୍ଗେ ସଙ୍ଗେ ସ୍ଵାସ୍ଥ୍ୟ ଅବସ୍ଥାରେ ମଧ୍ୟ ଅବନତି ହୁଏ । ତେବେ ଚାଷୀ ଏଥିପାଇଁ ନିହାତି ଧ୍ୟାନ ରଖିବା ଆବଶ୍ୟକ l

Biofloc Technology: ଏହି ସ୍ୱଦେଶୀ ସମାଧାନ ଆପଣଙ୍କୁ ଦେବ ଦ୍ଵିଗୁଣ ଲାଭ

Animal Husbandry Scheme: ସେଡ ନିର୍ମାଣ ପାଇଁ ସରକାର ଦେବେ ୭୦ ଲକ୍ଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments