1. ମତ୍ସ୍ୟ ଓ ପଶୁ ପାଳନ

Care of Cow In Summer: ଖରାଦିନେ କିପରି ନେବେ ଗୋରୁଙ୍କ ଯତ୍ନ ?

ଋତୁ ଅନୁଯାୟୀ ପ୍ରାଣୀଙ୍କ ସୁରକ୍ଷା କରିବା ଚାଷୀଙ୍କୁ ନିହାତି ଆବଶ୍ୟକ .....

Tanushree Mahapatra
Tanushree Mahapatra
animal care tips in summer, image source - pixeles

animal care tips in summer, image source - pixeles

ଆମ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ଯେଉଁଠି ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ଏଠାରେ  କୃଷି ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି ଅଧିକ ରୁ ଅଧିକ ଲୋକ । ଅଧିକ ଚାଷୀ ପ୍ରାଣୀ ପାଳନକୁ ନିଜର ଜୀବିକା ରୂପେ ମଧ୍ୟ ଗ୍ରହଣ କରିଛନ୍ତି l ପରିବାର ପ୍ରତିପୋଷଣ କରିବା ସହିତ ରାଜ୍ୟ ଅର୍ଥନୀତିର ବିକାଶରେ ମଧ୍ୟ ସାମିଲ କରିଛନ୍ତି ନିଜକୁ । ଅମଳ ରୁ ଆରମ୍ଭ କରି ବିଦେଶକୁ ରପ୍ତାନି କରିବା ପର୍ଯ୍ୟନ୍ତ ଚାଷୀଙ୍କ ଭୂମିକା ଅନ୍ୟତମ l

ଗୃହପାଳିତ ପ୍ରାଣୀ ସଂପଦର ଉପଯୁକ୍ତ ପରିଚାଳନା ମଧ୍ୟ ଏକାନ୍ତ ଆବଶ୍ୟକ ହୋଇଥାଏ । ବିଭିନ୍ନ ଋତୁରେ ଚାଷୀଙ୍କ ଭୂମିକା ଅନ୍ୟତମ l ପ୍ରତି ଋତୁ ଅନୁଯାୟୀ ପ୍ରାଣୀଙ୍କ ସୁରକ୍ଷା କରିବା ଚାଷୀଙ୍କୁ ନିହାତି ଆବଶ୍ୟକ l ଅସନ୍ତୁଳିତ ପରିବେଶର ପରିବର୍ତ୍ତନରେ ବିଭିନ୍ନ ସମୟରେ ଉତ୍ପାଦନ ଏବଂ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ ଗୋରୁଙ୍କର । ସାଧାରଣତଃ ଗ୍ରୀଷ୍ମଋତୁ ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରାଣୀଙ୍କ ଉପରେ ସର୍ବାଧିକ ଯତ୍ନଶୀଳ ନଜର ରଖିବା ଉଚିତ । ତେଣୁ ଏହି ସମୟରେ ଗୋରୁଙ୍କର ଅଧିକ ଧ୍ୟାନ ରଖିବା ଜରୁରୀ ।

ଗରମ ଅଧିକ ହେଲେ ପ୍ରାଣୀଙ୍କର ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ l ଥଣ୍ଡା ଜାତୀୟ ଖାଦ୍ୟ ଦେବା ସହିତ ପଶୁ ଡାକ୍ତରଙ୍କ ସହିତ ସର୍ବଦା ପରାମର୍ଶ ନେବା ଆବଶ୍ୟକ l ନିକଟସ୍ଥ ପଶୁ ଡାକ୍ତରଙ୍କୁ ଗୋରୁଙ୍କ ଚିକିତ୍ସା ପାଇଁ ଯୋଗାଯୋଗରେ ରଖିବା ଆବଶ୍ୟକ l

ଗୃହପାଳିତ ପ୍ରାଣୀଙ୍କ ଯତ୍ନ

ଗ୍ରୀଷ୍ମ ଦିନରେ ଅଧିକ ଗରମ ହେଉଥିବା ଯୋଗୁଁ ନବଜାତ ବାଛୁରୀରଙ୍କ ମୃତ୍ୟୁହାର ବଢ଼ିଥାଏ । ଅନ୍ୟପଟେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଦ୍ଵାରା ନିମୋନିଆ, ଥନହରା, ଗର୍ଭାଶୟ ସଂକ୍ରମଣ ଭଳି ସମସ୍ୟା ପରିଲକ୍ଷିତ ହୁଏ । ଅଧିକ ତାପମାତ୍ରା ଜନିତ ଶାରୀରିକ ଅସ୍ଵସ୍ତି ଦେଖିବାକୁ ମିଳେ । ଶରୀରରେ ଏଭଳି ସମସ୍ୟା ଅନେକ ଦିନ ଧରି ଲାଗି ରହିଲେ, ପ୍ରାଣୀର ମୃତ୍ୟୁ ହୁଏ l ତେଣୁ ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଅଧିକ ଏବଂ ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ l ଗୋରୁଙ୍କ ସ୍ଵାସ୍ଥ୍ୟର ଉଚିତ ସୁପରିଚାଳନା ନିମନ୍ତେ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କଠାରୁ ନିୟମିତ ପରାମର୍ଶ ନେବା ଉଚିତ ।

ଗ୍ରୀଷ୍ମ ଜନିତ ଗରମର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଗୋରୁଙ୍କ ପାରିପାର୍ଶ୍ଵିକ ପରିବେଶକୁ ସଠିକ ପରିସ୍କାର ଓ ସ୍ୱଚ୍ଛ ରଖନ୍ତୁ । ଗୁହାଳ ସର୍ବଦା ପୂର୍ବ-ପଶ୍ଚିମ ଦିଗରେ ହେବା ଆବଶ୍ୟକ ହୋଇଥାଏ । କାରଣ, ଏହା ଉତ୍ତମ ବାୟୁ ଚଳାଚଳ ହେବାରେ ସହାୟକ ହୋଇଥାଏ । ଗୁହାଳର ଛାତକୁ ଧଳା ରଙ୍ଗର ପ୍ରଲେପ ଦେବା ଆବଶ୍ୟକ ଯାହା ଅଧିକ ଗରମ କରେ ନାହିଁ ତଥା ଛାତର ଉପରିଭାଗକୁ ଘାସ ବା ନଡାଦେଇ ଘୋଡ଼ାଇ ମଧ୍ୟ ରଖିବା ଉଚିତ l ଏପରି କଲେ ସୌରତାପର ପ୍ରଭାବ କମ୍ ରହେ ଗୁହାଳରେ ।

ତେବେ ଖରାଦିନରେ ଗାଈ କ୍ଷୀର ଦୁହିଁବା ପୂର୍ବରୁ ଗାଈଙ୍କ ଉପରେ ଜଳ ସିଞ୍ଚନ ଫଳପ୍ରଦ ହୋଇଥାଏ । ଖରାଦିନେ ଗୋରୁଙ୍କୁ ଅଧିକ ପରିମାଣରେ ଥଣ୍ଡା ପାନୀୟ ଦିନକୁ ୫ ରୁ ୬ ଥର ଦେବା ଆବଶ୍ୟକ । ଅନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମଋତୁରେ ଦୁଇଗୁଣ ଅଧିକ ପାଣି ଦେବା ଜରୁରୀ । ଅଧିକ ଗୋରୁଙ୍କୁ ବାହାରେ ଛାଡିବା ଠିକ ନୁହେଁ । ଆବଶ୍ୟକ ସ୍ଥଳେ ସୂର୍ଯ୍ୟାସ୍ତ ପରେ ଗୋରୁଙ୍କୁ ପଡିଆକୁ ନିଆଯାଇପାରେ। ସେହିପରି ଖରାଦିନେ  ପ୍ରାଣୀଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆବଶ୍ୟକ ।

ସାଧାରଣତଃ ଆପଣ ଯଦି ଗୋରୁ ପାଳନ କରୁଛନ୍ତି ତେବେ ତନ୍ତୁଜାତୀୟ ନଡ଼ା, କୁଟା, ଘାସ ଇତ୍ୟାଦି ଏବଂ ଏହା ସହିତ ଶସ୍ୟ ଜାତୀୟ ଦାନା, ଚୋକଡ଼, ଚୁନି ଇତ୍ୟାଦି ଖାଇବାକୁ ଦେବା ଆବଶ୍ୟକ । ଖାଦ୍ୟ ସହିତ ଆପଣ ଆବଶ୍ୟକ ମୁତାବକ ଖାଦ୍ୟସାର ଓ ଖଣିଜଲବଣ ମଧ୍ୟ ଦିଅନ୍ତୁ l ତାପମାତ୍ରା ବୃଦ୍ଧିଜନିତ ଶାରୀରିକ ଅସ୍ଵସ୍ତିକୁ କମ କରାଯାଇପାରିବ ଏହି ସବୁ ଖାଦ୍ୟ ମାଧ୍ୟମରେ । ଗୁହାଳ ନିର୍ମାଣ ଏବଂ ପାରିପାର୍ଶ୍ଵିକ ସ୍ଥାନରେ ବୃକ୍ଷରୋପଣ କରିବା ଦ୍ଵାରା ଗୋରୁଙ୍କୁ ଗ୍ରୀଷ୍ମ ପ୍ରବାହ ଦାଉରୁ ରକ୍ଷା କରାଯାଇପାରିବ ।

ଅଧିକ ପଢ଼ନ୍ତୁ

El Nino Effect : ଓଡ଼ିଶାର ଧାନ ଉତ୍ପାଦନ ହୋଇପାରେ ପ୍ରଭାବିତ, ଜାଣନ୍ତୁ କିପରି କରିବେ ମୁକାବିଲା ?

CDP-SURAKSHA Portal: ଏଥର ତୁରନ୍ତ ମିଳିବ ସବସିଡି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments