1. ମତ୍ସ୍ୟ ଓ ପଶୁ ପାଳନ

ମାଛ ଚାଷ !

ମାଛ ଚାଷ !

KJ Staff
KJ Staff

କିପରି କରିବେ ମୋଟା ଅଙ୍କ ରେ ରୋଜଗାର


ଘରେ ଘରେ ପ୍ରିୟ ମାଛ|ତେବେ ଏହି ମାଛ ବର୍ତମାନ ସଂଖ୍ୟାଧିକ ଲୋକଙ୍କର ଦୈନଦିନ ର ଖାଦ୍ୟ |ବିଭିନ୍ନ ଗୁରୁତ୍ୱପୂର୍ଣ ମିନେରାଲ ,ଭିଟାମିନ ଏବଂ ବିଶେଷ କରି ଅଧିକ ପ୍ରୋଟିନ ଯୁକ୍ତ ମାଛ ଗୁଡିକ ର ଚଢି଼ ଏବେ ଦେଶ ବିଦେଶ ରେ ବେଶ ଅଧିକ ରହିଛି |ତେଣୁ ପ୍ରକୃଷ୍ଟ ପ୍ରଣାଳୀ ରେ ମାଛ ଚାଷ କଲେ ମୋଟା ଅଙ୍କ ରେ ରୋଜଗାର କରିବା ସମ୍ଭବ ହେଇପାରିବ |

ଏହାର ଉପାଦେୟତା

-ବିଶ୍ୱ ରେ ହାରାହାରି ୧୦ କୋଟି ଲୋକ ମାଛ ଖାଇବାକୁ ଭଲ ପାଆନ୍ତି ଏବଂ ଏହା ନିଯୁକ୍ତି ର ଏକ ଅନ୍ୟତମ ଉପାୟ
-ବର୍ତମାନ ବଜାରର ଚାହିଦା ଦେଖିଲେ ମାଛ ଚାଷ ଏକ ଉତ୍ତମ ବିକଳ୍ପ |ମାଛ ବ୍ୟତୀତ ଅନ୍ୟାନ୍ୟ ସାମୁଦ୍ରିକ ପ୍ରାଣୀ ଯଥା କଙ୍କଡା ,ଚିଙ୍ଗୁଡ଼ି ,ଇତ୍ୟାଦି ଚାଷ କରିବା ଆହୁରି ଅଧିକ ଲାଭଦୟକ |
-ଫାର୍ମ ବା ଟାଙ୍କି ରେ କୁତ୍ରିମ ଭାବେ ଚାଷ କରାଯାଇଥିବା ମାଛ ରେ ଅଧିକ ପ୍ରୋଟିନ ର ମାତ୍ର ଥାଏ ବୋଲି କେତେକ ପରୀକ୍ଷଣ ରୁ ଜଣାପଡିଛି |
-ମାଛ କୁ ଉଭୟ ବଡ ଚାଷୀ ଏବଂ ଛୋଟ ଚାଷୀ ,ଚାଷ କରିପାରିବେ |
-ମାଛ ଚାଷ ଲାଗି ସରକାର ବିଭିନ୍ନ ସ୍କିମ ରେ ସବ୍ସିଡି ଯୋଗାଇ ଦେଉଛନ୍ତି |
-ଏହା ବ୍ୟତୀତ ଆପଣ ନିଜ ଘରେ ଛୋଟ ଟାଙ୍କି ରେ ମଧ୍ୟ ନିଜ ପରିବାର କୁ ପୋଷିବା ଲାଗି ମାଛ ଚାଷ କରିପାରିବେ |

 

କିପରି କରିବେ ମାଛ ଚାଷ :

ଅଧିକ ଲାଭ ଲାଗି ପ୍ରକୃଷ୍ଟ ପ୍ରଣାଳୀ ରେ ମାଛ ଚାଷ କରନ୍ତୁ |

୧)ଉଚିତ ସ୍ଥାନ ର ଚୟନ :

ସବୁ ସ୍ଥାନରେ ମାଛ ଚାଷ କରି ହୁଏ ନାହିଁ |ତେଣୁ ଉପକୂଳ ନିକଟବର୍ତୀ ଅଞ୍ଚଳ ବା ଯେଉଁ ସ୍ଥାନରେ ନଦୀ ,ନାଳ ବା ପୋଖରୀ ପାଖ ପାଖି ଥିବ ସେଇଠି ମାଛଚାଷ କରିଲେ ଅଧିକ ଅମଳ ମିଳେ |
ବାରମ୍ବାର ପାଣି ଜମୁଥିବା ବା ଅଧିକ ପ୍ରଦୂଷିତ ସ୍ଥାନ ରେ ଚାଷ କରିଲେ ମାଛ ମରିବାର ସମ୍ଭାବନା ଅଧିକ ଥାଏ |
-ଚାଷ ଜମି ନିକଟରେ ଚାଷ କରନ୍ତୁନାହିଁ |ଚାଷ ରେ ବ୍ୟବହାର ହେଉଥିବା ସାର ଖତ କୀଟନାଶକ ଇତ୍ୟାଦି ମାଛ ମାନଙ୍କ ଲାଗି କ୍ଷେତିକାରକ |ଆପଣଙ୍କ ନିକଟବର୍ତୀ ମାଛ ହାଟ ବା ବଜାର ଅଛି କି ନାହିଁ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ

ପୋଖରୀ ନିର୍ମାଣ :

ନିକଟବର୍ତୀ ମାଛ ଚାଷ ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ଏକ ଉତ୍ତମ ପ୍ଲାନ ତିଆରି କରନ୍ତୁ ଏବଂସେହି ପ୍ଲାନ ଅନୁଯାୟୀ ପୋଖରୀ ଖୋଲିବାର ସ୍ଥାନ ନିର୍ଧାରିତ କରନ୍ତୁ |ପୋଖରୀର ଆକାର ଜମି ଏବଂମାଛ ପ୍ରଜାତି ଉପରେ ମଧ୍ୟ ନିର୍ଭରଶୀଳ |ସର୍ବଦା ପୋଖରୀ କୁ ସଫା ରହିବାର ପ୍ରୟାସ କରନ୍ତୁ |ଏହା ଅମଳ ବୃଦ୍ଧି କରିଥାଏ |

କେଉଁ ମାଛ ଚାଷ କରିବେ :

ଏହା ପ୍ରଥମତଃ ଆପଣଙ୍କ ସୁବିଧା ଏବଂ ବଜାର ଚାହିଦା ଉପରେ ନିର୍ଭରଶୀଳ|ତେବେ ମଧୁର ଜଳ ମାଛଯେପରି ରୋହି ,ଭାକୁର ,କାର୍ପ ,ଚିଙ୍ଗୁଡ଼ି,କଙ୍କଡା ଇତ୍ୟାଦି ଚାଷ କରିବା ବେଶ ଲାଭଦାୟକ |ଏହା ବ୍ୟତୀତ ଶୋଭାପ୍ରଦ ମାଛ ଚାଷ ର ମଧ୍ୟ ବଜାରରେ ବେଶ ଅଧିକ ଚାହିଦା ରହିଛି |

ଖାଦ୍ୟ ଯୋଗାଣ :

ଖାଦ୍ୟ ଯୋଗାଣ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ |ଉତ୍ତମ ମାନ ର ମାଛ ଖାଦ୍ୟ ସହ ପ୍ରାକୃତିକ ଭାବେ ମାଛ ମାନଙ୍କର ପ୍ରିୟ ଖାଦ୍ୟ ଯୋଗାଇଲେ ,ଅମଳ ନିଶ୍ଚିନ୍ତ ବୃଦ୍ଧି ପାଏ |ଚାଷ ହୋଇଥିବା ପ୍ରଜାତି ଅନୁଯାୟୀ ଦିନକୁ ସେତିକି ଥର ଖାଇବାକୁ ଦିଅନ୍ତୁ |
ଖାଦ୍ୟରେ ଉଚିତ ମାତ୍ରା ରେ ଭିଟାମିନ,ମିନେରାଲ ଇତ୍ୟାଦି ରହିବ ଅତିଆବଶ୍ୟକ |

ମାଛ ଅମଳ କେବେ କରିବେ ?

ପ୍ରଜାତି ଅନୁଯାୟୀ ମାଛ ଅମଳ କରିବା ସମୟ ପରିବର୍ତନ ହୁଏ |ତେବେ ଚାଷ ହୋଇଥିବା ମାଛ ଙ୍କମଧ୍ୟରୁ ବହୁ ଗୁଡ଼େ ମାଛ ଙ୍କର ଓଜନ ବୃଦ୍ଧି ହୋଇଗଲେ ସେମାନଙ୍କୁ ସକାଳୁ ବା ସନ୍ଧ୍ୟାରେ ପୋଖରୀ ରୁ ପାଣି ର ମାତ୍ରା କମ କରି ଜାଲ ପକାଇ ଧରନ୍ତୁ |ମାଛ ଧରିଲା ସମୟ ରେ ବାତାବରଣ ତାପମାତ୍ରା କମ ରହିବା ଆବଶ୍ୟକ |
ମାଛ ଧରିଲା ପରେଯଥା ଶୀଘ୍ର ବିକ୍ରି କରିବାର ବ୍ୟବସ୍ତା କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments