1. ମତ୍ସ୍ୟ ଓ ପଶୁ ପାଳନ

ଆପଣ ଜାଣି ରଖନ୍ତୁ: ଗ୍ରୀଷ୍ମ ଋତୁରେ ଆକ୍ୱାରିୟମର ଯତ୍ନ

କେବେ କେଉଁଠି ଆଖିରେ ସୁନ୍ଦର ସୁନ୍ଦର ମାଛ ଥିବା ଆକ୍ୱାରିୟମ ପଡ଼ିଲେ ନିରେଖି ଦେଖିବାକୁ ପାଦ ଅଟକି ଯାଏ l ଆଧୁନିକ ଜୀବନଶୈଳୀର ତାଳେ ତାଳେ ଆମର ଘର ଡିଜାଇନ ଆଉ ଆସବାବପତ୍ରରେ ଆଧୁନିକତାର ଛିଟା ଦେଖିବାକୁ ମିଳୁଛି l ବୈଠକ ଘରେ ହେଉ ବା ବାଲକୋନୀରେ, ଲୋକମାନେ ଛୋଟ ଆକ୍ୱାରିୟମ ରଖିବାକୁ ପସନ୍ଦ କରୁଛନ୍ତି l କେତେକ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସଂସ୍ଥାର ଅଭ୍ୟର୍ଥନା ପ୍ରକୋଷ୍ଠରେ ମଧ୍ୟ ରଙ୍ଗ ବେରଙ୍ଗ ମାଛ ରହିଥିବା ଆକ୍ୱାରିୟମ ଦେଖିବାକୁ ମିଳୁଛି l ବଜାରରେ ବିଭିନ୍ନ ରଙ୍ଗର ଏବଂ ଆକାରର ରେଡିମେଡ ଆକ୍ୱାରିୟମ ମିଳୁଛି l ଫେବୃଆରୀ ମାସ ପରେ ପରେ ଖରାର ତେଜ ଧୀରେ ଧୀରେ ବଢ଼ିବ l ଆକ୍ୱାରିୟମରେ ଥିବା ସୁନ୍ଦର ସୁନ୍ଦର ମାଛଗୁଡ଼ିକୁ ଭଲରେ ରଖିହେବ ସେ ସମ୍ପର୍କରେ ଆସନ୍ତୁ କିଛି ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Aquarium maintenance

ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧିର ପ୍ରଭାବ ଆକ୍ୱାରିୟମରେ ରହିଥିବା ଆପଣଙ୍କ ମାଛ ଗୁଡ଼ିକ ଉପରେ ମଧ୍ୟ ପଡ଼ିବ l

ଆପଣ କୌଣସି ପ୍ରକାର ଅବହେଳା ନ କରି ସେଥିପ୍ରତି ଧ୍ୟାନ ଦିଅନ୍ତୁ l ଆକ୍ୱାରିୟମରେ ରହୁଥିବା ଗୋଲଡ ଫିସ ନିମନ୍ତେ ୨୦ ଡିଗ୍ରୀ ସେଣ୍ଟୀଗ୍ରେଡ଼ ରୁ ୨୮ ଡିଗ୍ରୀ ସେଣ୍ଟୀଗ୍ରେଡ଼ ଉପଯୁକ୍ତ ଅଟେ l ଏହି ତାପମାତ୍ରା ଠାରୁ ଅଧିକ ହେଲେ ଏହି  ପ୍ରଜାତିର ମାଛମାନେ ଅସ୍ୱସ୍ଥି ଅନୁଭବ କରନ୍ତି l ଆକ୍ୱାରିୟମର ଉପରକୁ ଆସି ମୁହଁ ଖୋଲି ଜୋରରେ ପବନ ନେବାକୁ ଚେଷ୍ଟା କରନ୍ତି l ଆକ୍ୱାରିୟମ ଜଳର ତାପମାତ୍ରାରେ ଅସନ୍ତୁଳନ ରହିଲେ ମାଛଗୁଡ଼ିକ ଗାଲିସି ଫଡ଼ଫଡ଼ କରନ୍ତି l ଏପରି ପରିସ୍ଥିତିରେ ଆପଣ ଉପଯୁକ୍ତ ଧ୍ୟାନ ନ ଦେଲେ ମାଛ ମରିଯିବାର ସମ୍ଭାବନା ରହିଛି l

ଆକ୍ୱାରିୟମ ଜଳର ତାପମାତ୍ରା ସନ୍ତୁଳନ କରିବା ପାଇଁ ଆକ୍ୱାରିୟମ ଭିତରେ ଏରେଟର ଲଗାଦିଅନ୍ତୁ l ଏହା ଦ୍ୱାରା ଜଳର ଅମ୍ଳଜାନର ମାତ୍ରାକୁ ବୃଦ୍ଧି କରାଯାଇପାରିବ l ଏହାର କାର୍ଯ୍ୟ କ୍ଷମତା ମଧ୍ୟ ଯାଞ୍ଚ କରନ୍ତୁ l ଆକ୍ୱାରିୟମକୁ କୌଣସି ସାମଗ୍ରୀ ଦ୍ୱାରା ଆବୃତ ନକରି ଏହା ପାଖରେ ପଙ୍ଖା ଚଳାଇ ମଧ୍ୟ ଜଳର ତାପମାତ୍ରାକୁ ସନ୍ତୁଳନ କରାଯାଇପାରିବ l

ଅତ୍ୟଧିକ ଗରମ ସମୟରେ ଆକ୍ୱାରିୟମ ଜଳରେ ଆପଣ ଥଣ୍ଡା ଜଳ ମିଶାଇ ପାରିବେ କିମ୍ବା ବରଫ ଥଳି ରଖିପାରିବେ, ଏହା କରିବା ଦ୍ୱାରା ତାପମାତ୍ରାରେ ନିୟନ୍ତ୍ରଣ ରଖାଯାଇପାରିବ l ଆପଣଙ୍କୁ ଏକଥା ଧ୍ୟାନ ରଖିବାକୁ ପଡ଼ିବ ଯେପରି ଜଳର ତାପମାତ୍ରାରେ ସମ୍ପୂର୍ଣ ପରିବର୍ତ୍ତନ ନ ଆସେ l ଆକ୍ୱାରିୟମରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି ପାଣି ବଦଳାନ୍ତୁ l ଆକ୍ୱାରିୟମ ଭିତରେ ଲାଗିଥିବା ବଲ କିମ୍ବା ହିଟରକୁ ଗ୍ରୀଷ୍ମ ଦିନେ କମ ବ୍ୟବହାର କରନ୍ତୁ l ଆକ୍ୱାରିୟମକୁ ଦୁଆର ପାର୍ଶ୍ୱରେ କିମ୍ବା ଖୋଲା ଜାଗାରେ ନ ରଖି ଘର ଭିତରକୁ ନେଇ ଆସନ୍ତୁ l ଏହା ଦ୍ୱାରା ମାଛଗୁଡ଼ିକ ଉପରେ ବାହାର ତାପମାତ୍ରାର ପ୍ରଭାବ କମ ପଡ଼ିବ l ଆକ୍ୱାରିୟମ ଭିତରେ ଗୋଟିଏ ଥର୍ମୋମିଟର ଲଗାଇ ଦିଅନ୍ତୁ ଯାହା ଫଳରେ ଆପଣ ସହଜରେ ଜଳର ତାପମାତ୍ରାକୁ ପରଖି ପାରିବେ ଏବଂ ମାଛଗୁଡ଼ିକର ଉପଯୁକ୍ତ ଯତ୍ନ ନେଇ ପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments