1. ମତ୍ସ୍ୟ ଓ ପଶୁ ପାଳନ

ଗାଈମାନଙ୍କର ସ୍ତନହରା ରୋଗ ବିଷୟରେ ସଚେତନ ହୁଅନ୍ତୁ !!

ପଶୁମାନଙ୍କ ମଧ୍ୟରେ ବିଭିନ୍ନ ରୋଗ ଥାଏ, କିନ୍ତୁ ଯେଉଁ ରୋଗକୁ ନେଇ ପଶୁପାଳକମାନଙ୍କ ମଧ୍ୟରେ ଅଧିକ ଚିନ୍ତା ଥାଏ ତାହା ହେଉଛି ସ୍ତନହରା ରୋଗ । ଏହି ରୋଗ ପାଇଁ ପଶୁମାନଙ୍କ ମଧ୍ୟରେ କ୍ଷୀର ଦେବାର କ୍ଷମତା

Sugyan Kumar Nayak
Sugyan Kumar Nayak

ପଶୁମାନଙ୍କ ମଧ୍ୟରେ ବିଭିନ୍ନ ରୋଗ ଥାଏ, କିନ୍ତୁ ଯେଉଁ ରୋଗକୁ ନେଇ ପଶୁପାଳକମାନଙ୍କ ମଧ୍ୟରେ ଅଧିକ ଚିନ୍ତା ଥାଏ ତାହା ହେଉଛି ସ୍ତନହରା ରୋଗ । ଏହି ରୋଗ ପାଇଁ ପଶୁମାନଙ୍କ ମଧ୍ୟରେ କ୍ଷୀର ଦେବାର କ୍ଷମତା କମିଯାଇଥାଏ, ଆଉ ଯଦି କ୍ଷୀର ଦିଅନ୍ତି ତେବେ ସେ ପିଇବା ଉପଯୋଗୀ ହୋଇ ନଥାଏ, କାରଣ ସେହି କ୍ଷୀରରେ ବହୁତ ଥର ରକ୍ତ, ଦୁର୍ଗନ୍ଧ ଓ ବର୍ଜ୍ୟ ସାମଗ୍ରୀ ଆସିଥାଏ, ଯାହା କି ଏହା ମଣିଷ ଉପଯୁକ୍ତ ହୋଇ ନଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ କେବେଠୁ ସବୁଜ କ୍ରାନ୍ତି ପାଇ ସାରିଛି, କିନ୍ତୁ ଦୁଃଖର କଥା ଯେ କ୍ଷୀର ଦେଉଥିବା ଗାଈମାନଙ୍କ ମଧ୍ୟରେ ଏହି ସ୍ତନହରା ରୋଗ ସବୁଜ କ୍ରାନ୍ତିର ରାସ୍ତାରେ ବାଧା ସୃଷ୍ଟି କରିଆସିଛି । ଆସନ୍ତୁ ଏହି ବିବରଣୀରେ ଆମେ ଆପଣଙ୍କୁ ଜଣାଇବୁ ଯେ କ୍ଷୀର ଦେଉଥିବା ଗାଈମାନଙ୍କ ମଧ୍ୟରେ ଏହି ସ୍ତନହରା ରୋଗ ହେଲେ ତାହାର ଲକ୍ଷଣ କିପରି ଆସିଥାଏ ଏବଂ ଏହି ରୋଗରେ ପୀଡିତ ଗାଈମାନଙ୍କର ଚିକିତ୍ସା କିପରି କରିପାରିବା l

ସ୍ତନହରା ରୋଗର ଲକ୍ଷଣ

କ୍ଷୀର ଦେଉଥିବା ଗାଈମାନଙ୍କ ମଧ୍ୟରେ ସ୍ତନ ହରା ରୋଗର ବିଭିନ୍ନ ଲକ୍ଷଣ ଥାଏ, ଯେଉଁଥିରେ ସବୁ ଠାରୁ ବିପଦପୂର୍ଣ୍ଣ  ହେଉଛି ଯେ ଏହି ରୋଗରେ କେତେ ପଶୁମାନଙ୍କ ସ୍ତନ ପାଚି କି ଗଳିପଡି ଥାଏ । ସାମାନ୍ୟତଃ ଏହି ରୋଗରେ ଥିବା ଗାଈମାନଙ୍କୁ ଜ୍ଵର ଆସିଥାଏ, ଖାଇବା ପାଇଁ ଇଛା କମିଯାଇଥାଏ । କେତେକ ସ୍ଥାନରେ ଏମିତି ଦେଖାଦେଇଛି କି ଗାଈ ମାନଙ୍କ ସ୍ତନ କାଠ ଭଳି ଶକ୍ତ ହୋଇଯାଏ, ଆଉ ଏଥିରୁ ପାଉଥିବା କ୍ଷୀର ଭାରି କସା ହୋଇଥାଏ । ଏହି ରୋଗର ଉପଚାର କିପରି କରିପାରିବା ସେ ବିଷୟରେ ଆସନ୍ତୁ ଜାଣିବା।

ରୋଗରୁ ବଞ୍ଚିବାର ଉପାୟ

  • ପଶୁମାନଙ୍କୁ ପରିଷ୍କାର ସ୍ଥାନରେ ରଖିବା ଉଚିତ, ଏହି କଥାକୁ ବିଶେଷ ଧ୍ୟାନ ଦେବା ଉଚିତ ଯେ ଯେଉଁଠାରେ ଆପଣଙ୍କ ପଶୁ ରହୁଥିବେ ସେ ସ୍ଥାନରେ କୌଣସି ପ୍ରକାରର ଅଳିଆ ଆବର୍ଜନା ନ ରହିବା ଦରକାର, କାରଣ ଏହି ରୋଗ ଅପରିଷ୍କାର ଆବର୍ଜନା ସ୍ଥାନ ରହିବା ଦ୍ଵାରା ହିଁ ହୋଇଥାଏ ।

  • ଆଉ ଏକ କାରଣ ହେଉଛି କି ଏହି ରୋଗ ଅପରିଷ୍କାର ହାତରେ କ୍ଷୀର ଦୁହିଁବା ଦ୍ଵାରା ହିଁ ହେଇ ଥାଏ, ତେଣୁ କ୍ଷୀର ଦୁହିଁବା ବେଳେ ହାତକୁ ଭଲ ଭାବରେ ପରିଷ୍କାର କରି ଧୋଇବା ଉଚିତ । ଆପଣଙ୍କ ହାତରେ କୌଣସି କାରଣବଶତଃ କୀଟାଣୁ ରହିଯାନ୍ତି ଆଉ ସେଇ ହାତ ଯେତେବେଳେ ଆପଣ ସେଇ ପହ୍ନାକୁ ସ୍ପର୍ଶ କରନ୍ତି, କୀଟାଣୁ ପହ୍ନା ଦେଇ ପଶୁମାନଙ୍କ ଶରୀରକୁ ପ୍ରବେଶ କରନ୍ତି। ଯେମିତି କି ଆମେ ଆପଣକୁ କହିଥିଲୁ କି ଏହି ରୋଗ ବିଷାକ୍ତ କୀଟାଣୁମାନଙ୍କ ସଂସ୍ପର୍ଶରେ ଆସିବା ଦ୍ଵାରା ହୋଇଥାଏ।

  • ସାଧାରଣତଃ ଏହା ଦେଖା ଯାଇଛି କି ଯେ ପଶୁମାନଙ୍କ ପହ୍ନାରେ କେତେକ ଛୋଟ ‘ଘା’ ହେଇଥାଏ ଯାହାକୁ ପଶୁପାଳକମାନେ ଏତେ ଧ୍ୟାନ ଦେଇନଥାନ୍ତି , ଯାହା କି କିଛିଦିନ ପରେ ସ୍ତନହରା ରୋଗର କାରଣ ହୋଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments