1. ମତ୍ସ୍ୟ ଓ ପଶୁ ପାଳନ

ବର୍ଷା ଦିନରେ ଗାଇଗୋରୁଙ୍କର ରୋଗ ପ୍ରତି ସାବଧାନ ରୁହନ୍ତୁ !!

ବର୍ଷାଋତୁ ଆସିବା କ୍ଷଣି ଚାରିଆଡ ସବୁଜ ଶ୍ୟାମଳ ହୋଇଯାଏ, ଖରା ଏବଂ ଗରମରୁ ମଣିଷ, ଗଛଲତା ଓ ପଶୁପକ୍ଷୀମାନଙ୍କୁ ତ୍ରାହି ମିଳିଥାଏ ।

Sugyan Kumar Nayak
Sugyan Kumar Nayak
Cattle Feeds

Cattle Feeds

ବର୍ଷାଋତୁ ଆସିବା କ୍ଷଣି ଚାରିଆଡ ସବୁଜ ଶ୍ୟାମଳ  ହୋଇଯାଏ, ଖରା ଏବଂ ଗରମରୁ ମଣିଷ, ଗଛଲତା ଓ ପଶୁପକ୍ଷୀମାନଙ୍କୁ ତ୍ରାହି ମିଳିଥାଏ । କିନ୍ତୁ ଏହି ବର୍ଷାଋତୁ ଆମମାନଙ୍କ ଶରୀର ଉପରେ ଅଧିକ ମାତ୍ରାରେ ଖରାପ ପ୍ରଭାବ ପକାଇଥାଏ । ଏହି ଋତୁରେ ପଶୁମାନଙ୍କୁ ବିଭିନ୍ନ ରୋଗ ହୋଇଥାଏ, ତେଣୁ ବର୍ଷାଋତୁରେ ପଶୁମାନଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ ଅଟେ । ପଶୁପାଳକମାନଙ୍କୁ ସମୟ ସମୟରେ ଧ୍ୟାନ ରଖିବା ଉଚିତ ଯେ ସେମାନଙ୍କ ପଶୁ କୌଣସି ରୋଗରେ ପଡିନାହାନ୍ତି  ତ ? ପଶୁପାଳନ କରି ନିଜ ବ୍ୟବସାୟ ଚଳାଉଥିବା ପଶୁପାଳକମାନେ ଏହି ସବୁ ଉକ୍ତିକୁ ଧ୍ୟାନ ଦେବା ଉଚିତ – ବର୍ଷା ଦିନମାନଙ୍କରେ ପଶୁମାନଙ୍କ ଠାରେ କେଉଁ ରୋଗ ହୋଇଥାଏ ଆଉ ସେହି ସବୁ ରୋଗମାନଙ୍କର ଲକ୍ଷଣ ସବୁ କଣ ହୋଇଥାଏ ।

ଖୁରା ଓ ମୁଖ ରୋଗ

ସାଧାରଣତଃ ବର୍ଷା ଦିନେ ପଶୁମାନଙ୍କ ମଧ୍ୟରେ ଏହି ରୋଗ ହୋଇଥାଏ, ଏଥି ମଧ୍ୟରେ ଖୁରା ଓ ମୁଖ ରୋଗମାନ ଦେଖା ଦେଇଥାଏ l ଗାଈ, ମଇଁଷି, ମେଣ୍ଢା, ଛେଳି, ଘୁଷୁରି ଆଦି ପୋଷା ଜୀବମାନଙ୍କ ଠାରେ ଓ ହରିଣ ଆଦି ବଣୁଆ ଜୀବମାନଙ୍କ ଠାରେ ହୋଇଥାଏ । ଏହି ରୋଗ ଭାରତର ଅଧିକାଂଶ ସ୍ଥାନର ପଶୁମାନଙ୍କ ଠାରେ ହୋଇଥାଏ, ଆଉ ଏହି ରୋଗ ଘାତକ ଭୁତାଣୁ ଓ ସଂକ୍ରମଣ ଦ୍ଵାରା ବ୍ୟାପିଥାଏ।

ରୋଗର ଲକ୍ଷଣ

ଏହି ରୋଗରେ ପଶୁମାନଙ୍କର ଜିଭ, ନାକ, ଓଠରେ ଏବଂ ଗୋଡର ଖୁରା ମଧ୍ୟରେ ଛାଲ ପରି ‘ଘା’ ହେଇଯାଇଥାଏ l ପରବର୍ତ୍ତୀ ସମୟରେ ଏହା ଫାଟିଯାଏ l ଏହା ଦ୍ୱାର ଗାଈଗୋରୁ ବହୁ କଷ୍ଟଦାୟକ ରୋଗରେ ପଡ଼ିଥାନ୍ତି। ମୁହଁରେ ଅଠାଳିଆ ଫେଣ ପରି ନାଳ ପ୍ରଚୁର ମାତ୍ରାରେ ବାହାରି ଝୁଲିକି ରହିଥାଏ। ଏହି ରୋଗରେ ଆକ୍ରାନ୍ତ ପଶୁମାନେ ନିଜର ଗୋଟିଏ ଗୋଡକୁ ହାଲୁକା ରଖି ଅନ୍ୟ ଗୋଡ ଉପରେ ନିର୍ଭର କରି  ଛୋଟେଇଲା ପରି ଚାଲିଥାନ୍ତି, ଅଧିକ ମାତ୍ରାରେ ଜ୍ୱର ଆସିଥାଏ, ଖାଇବା କମେଇଦିଅନ୍ତି ଆଉ କ୍ଷୀରବି କମ ଦିଅନ୍ତି । ଏହି ରୋଗ ଜୀବମାନଙ୍କରେ ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ବିସ୍ତାର ହୋଇ ଯାଏ l ଏହି ରୋଗ ରୋଗିଣା ପଶୁମାନଙ୍କ ଠାରୁ ସୁସ୍ଥ ପଶୁମାନଙ୍କ ପାଖକୁ ବ୍ୟାପୀ ଥାଏ ଏହି ରୋଗ ଅଧିକାଂଶ ବୁଲୁଥିବା ପଶୁଙ୍କ ପାଖକୁ ବ୍ୟାପିଥାଏ ଯେମିତି କି କୁକୁର ଏବଂ ଚରା ବୁଲା କରୁଥିବା ଗାଈ ଗୋରୁମାନେ ।

ରୋଗର ନିୟନ୍ତ୍ରଣ

  • ଏହି ରୋଗକୁ ରୋକିବା ପାଇଁ ହେଲେ ରୋଗଗ୍ରସ୍ତ ଥିବା ପଶୁଙ୍କୁ ଅନ୍ୟ ଭଲ ପଶୁମାନଙ୍କ ସହ ରହିବାକୁ ନ ଦେବା ଉଚିତ।

  • ରୋଗ ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ କିଣା ବିକା ନ ହେବା ଦରକାର ।

  • ଯଦି କୌଣସି ନୂଆ ପଶୁ କିଣୁଛନ୍ତି ତେବେ ତାକୁ କିଣିବାର ୨୧ ଦିନ ପର୍ଯନ୍ତ ଅଲଗା ରଖିବା ଉଚିତ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ