
Bee Keeping
ଆଜି ଯେତେବେଳ ସମଗ୍ର ଦେଶ ଦୁନିଆ covid-19 ମହାମାରୀରେ ପଡି କଷ୍ଟ ପାଉଛି, ଏହି ଅସୁବିଧା ସମୟରେ ମହୁମାଛି ପାଳନ ଏକ ଚିନ୍ତା ଶୂନ୍ୟ ସାଧନ ହୋଇଛି, ଯାହା କି ଏହି ନିମ୍ନଗାମୀ ଥିବା ଅର୍ଥ ବ୍ୟବସ୍ଥାରେ ଆପଣଙ୍କୁ ରୋଜଗାରର ସ୍ରୋତ ବଢାଇବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଏହି କରୋନା କାଳରେ ମହୁମାଛି ପାଳନ କିପରି ଆମର ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ସହିତ ଆମର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ କାର୍ଯ୍ୟକାରୀ ହୋଇଥାଏ ।
ଏହା ଅପେକ୍ଷା ମହୁମାଛି ପାଳନ ଏକ ଭୟାନକ କାର୍ଯ୍ୟ ହେଲେ ବି ଅତ୍ୟନ୍ତ ଆନନ୍ଦଦାୟକ ଅଟେ, କାରଣ ମହୁମାଛି ଭିନ୍ନ ଭିନ୍ନ ପ୍ରକାରରେ ଉତ୍ପାଦନ କରି ଥାଏ ଯେମିତି କି ମହୁ, ମହମ, ପରାଗ, ପ୍ରୋପୋଲିସ, ରୟାଲ ଜେଲୀ , b-venom ର ଉତ୍ପାଦନ କରି ଶାରୀରିକ ଓ ଆର୍ଥିକ ସ୍ତରରେ ଆମକୁ ଶକ୍ତିଶାଳୀ କରି ଥାଏ ।
ଶକ୍ତିର ମୁଖ୍ୟ ସ୍ରୋତ ମହୁ ଅଟେ – କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ମହୁରେ ଥିବାରୁ ଏଥିରୁ ଅଧିକ ଶକ୍ତି ମିଳି ଥାଏ । ଏହା ସହ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ୧ କିଲୋଗ୍ରାମ ମହୁରୁ ୩୫୦୦ ରୁ ୫୦୦୦ କ୍ୟାଲୋରି ଶକ୍ତି ମିଳିଥାଏ, ୧ କିଲୋଗ୍ରାମ ମହୁରେ ଥିବା ଶକ୍ତି ତୁଳନା – ୬୫ ଟି ଅଣ୍ଡା , ୧୩ ଲିଟର ଦୁଗ୍ଧ, ୧୯ କିଲୋଗ୍ରାମ ସବୁଜ ମଟର, ୧୨ କିଲୋଗ୍ରାମର ସେଓ ଏବଂ ୨୦ କିଲୋଗ୍ରାମର ଗାଜର ସହ ସମାନ ଅଟେ।
ପୁରାତନ ସମୟରେ ମହୁ ଏକ ଔଷଧ ରୂପରେ ବ୍ୟବହାର ହେଉଥିଲା, ଆୟୁର୍ବେଦ ଔଷଧ ସହ ମହୁର ବ୍ୟବହାର ଅଧିକ କରାଯାଉଥିଲା । ଭାରତର ପ୍ରତି ବ୍ୟକ୍ତି କେବଳ ୫ ଗ୍ରାମର ମହୁ ପ୍ରତି ବର୍ଷ ଔଷଧ ରୂପରେ ବ୍ୟବହାର କରେ, ଯାହା ବହୁତ କମ ଅଟେ । କିନ୍ତୁ ଆମେରିକା , ଫ୍ରାନ୍ସ, ଜାପାନ, ଇଟାଲୀ ଓ ସ୍ୱିଜରଲାଣ୍ଡ ଆଦି ଦେଶମାନଙ୍କରେ ପ୍ରତି ବ୍ୟକ୍ତି ବର୍ଷକୁ ହାରାହାରି ୧ କିଲୋଗ୍ରାମ ପରି ମହୁ ଖାଆନ୍ତି । ମହୁରେ ଥିବା ପରାଗ ପ୍ରୋଟୀନର ଏକ ଭଲ ସ୍ରୋତ ଅଟେ, ଖେଳାଳୀ କିମ୍ବା ଜୀମ କରୁଥିବା ବ୍ୟକ୍ତି ପରାଗର ଉପଯୋଗ କରନ୍ତି, ଏହା ବ୍ୟତୀତ ମହୁମାଛି ଏକ ମହତ୍ବପୂର୍ଣ୍ଣ ପଦାର୍ଥ ମହମ ଗ୍ରନ୍ଥି ବନେଇ ଥାଆନ୍ତି । ମହମର ଉପଯୋଗ ମହମ ବତୀ ତିଆରିରେ ଓ ବୈଜ୍ଞାନିକମାନଙ୍କ ଲାବୋରେଟୋରୀରେ ସ୍ପେସିମେନକୁ ସ୍ଥିର ଭାବରେ ରଖିବା ପାଇଁ ଓ ପ୍ରସାଧନ ସାମଗ୍ରୀ ତିଆରି କରିବାରେ ବ୍ୟବହାର କରାଯାଏ । ମହୁମାଛିଙ୍କ (weizen) କୁ (b-venom) ର ନାଁରେ ଜଣା ଯାଏ । ମହୁମାଛି ନିଜର ନାହୁଡ଼ ମାଧ୍ୟମରେ venom ବାହାର କରିଥାଆନ୍ତି, ଯାହା କି ଆମ ମାନଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ଥାଏ । ଏହାର ଉପଯୋଗ ଦ୍ଵାରା ଆଣ୍ଠୁ ଗଣ୍ଠି ରୋଗର ଉପଚାର କରାଯାଇଥାଏ, ଯାହା କି ଏହା ଅଧିକ ପ୍ରଭାବଶାଳୀ ଅଟେ ।
Share your comments