
Bird Census in Kaziranga
ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଯେ କେବଳ ଏକ ଶିଙ୍ଗବିଶିଷ୍ଟ ଗଣ୍ଡା ଏବଂ ବାଘ ରହୁଛନ୍ତି ତାହା ନୁହେଁ, ଏହା ବ୍ୟତୀତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ସରୀସୃପ, ପକ୍ଷୀ, ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରଚୁର ପରିମାଣରେ ରହିଛନ୍ତି l ଏହି ଅଭୟାରଣ୍ୟରେ ହାତୀ, ବେଙ୍ଗଲ ଟାଇଗର, ଗୟଳ ପରି ଜୀବଜନ୍ତୁ ଦେଖାଯାଆନ୍ତି l ସେହି କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନ ଜାତୀୟ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କର ପ୍ରଥମ ପସନ୍ଦ l ଏହି ଜାତୀୟ ଉଦ୍ୟାନଟି ୟୁନେସ୍କୋର ମାନ୍ୟତା ହାସଲ କରିଛି l
ଖୁବ ନିକଟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ହୋଇଥିବା ପକ୍ଷୀ ଗଣନାରୁ ଜଣାପଡ଼ିଛି ଯେ ଏହି ଅଭୟାରଣ୍ୟରେ ଜଳଚର ପକ୍ଷୀମାନଙ୍କର ସଂଖ୍ୟାରେ କ୍ରମଶଃ ବୃଦ୍ଧି ଘଟୁଛି l ଏହି ଗଣନାରୁ ଜଣାଯାଇଛି ଯେ, ସର୍ବାଧିକ ୨୬ ପ୍ରଜାତିର ହଂସ ଏବଂ ବତକ ରହିଛନ୍ତି l ଶୀର୍ଷରେ ତିନି ଗୋଟି ସ୍ଥାନରେ ଯୁରେସିଆନ କୁଟ, ବାର-ହେଡେଡ ହଂସ, ଏବଂ ଟିଲ ପକ୍ଷୀ ଅନ୍ୟତମ ଅଟନ୍ତି l ଚିହ୍ନଟ ହୋଇଥିବା ୧୧୨ ପ୍ରଜାତିର ଜଳଚର ପକ୍ଷୀଙ୍କ ମଧ୍ୟରୁ ୫୮ ପ୍ରଜାତିର ପକ୍ଷୀ ବିଦେଶାଗତ ଅଟନ୍ତି l ଏହି ପକ୍ଷୀଗୁଡିକ ପୃଥିବୀର ବିଭିନ୍ନ ସ୍ଥାନରୁ ଦଳ ଦଳ ହୋଇ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଆସିଥାନ୍ତି ବୋଲି ନିର୍ଦ୍ଦେଶକ, ପି. ଶିବକୁମାର ସୂଚନା ଦେଇଛନ୍ତି l ଏହି ପକ୍ଷୀଗୁଡ଼ିକ ୟୁରୋପ, କେନ୍ଦ୍ର ଏସିଆ, ଏବଂ ପୂର୍ବ ଏସିଆ ପଭୂତି ସ୍ଥାନମାନଙ୍କରୁ ଅସିଥାଆନ୍ତି l ପି. ଶିବକୁମାର ପ୍ରକାଶ କରିଛନ୍ତି ଯେ, ଚଳିତ ବର୍ଷ ଜାତୀୟ ଉଦ୍ୟାନର ଲାଓଖବା-ବୁରହାଛପରି ଏରିଆରେ ପକ୍ଷୀଗୁଡ଼ିକର ସଂଖ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ହେବାର ଲକ୍ଷ୍ୟ କରାଯାଇଛି l
ଏହି ପକ୍ଷୀ ଗଣନାରେ ଅଭୟାରଣ୍ୟର ୫୨ଟି ଜଳାଶୟରେ ୩୬ଟି ପ୍ରଶିକ୍ଷଣପ୍ରାପ୍ତ ଦଳ ସକାଳ ୬ଟା ଠାରୁ ଅପରାହ୍ନ ୪ ତା ପର୍ଯ୍ୟନ୍ତ ପକ୍ଷୀ ଗଣନା କରିବା କାର୍ଯ୍ୟରେ ସାମିଲ ହୋଇଥିଲେ l ଗତ ବର୍ଷର ପକ୍ଷୀ ଗଣନା ଅନୁସାରେ ଏହା ୩୪,୨୮୪ ଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ୯୩,୪୯୧ ହୋଇଛି l ଯାହା ପ୍ରାୟ ୧୭୫% ବୃଦ୍ଧି ବୋଲି ହିସାବ କରାଯାଇଛି l ପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ହେଉଛି ଏଠାରେ ଜଳାଶୟଗୁଡ଼ିକର ସଂରକ୍ଷଣ ଏବଂ ପରିଚାଳନା କରାଯାଉଛି ଯାହା ଫଳରେ ପକ୍ଷୀମାନେ ଉପଯୁକ୍ତ ଏବଂ ଅନୁକୂଳ ପରିବେଶ ପାଇପାରୁଛନ୍ତି ବୋଲି ଅଭୟାରଣ୍ୟର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି l
Share your comments